ହେଡଲାଇନସ୍:

ସୁପର-୩୦ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଆକାଂକ୍ଷା ଆସପିରେସନାଲ ଜିଲ୍ଲାର ପ୍ରଭାରୀ ଅଧିକାରୀ ସଞ୍ଜୀବ ଚଢା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଭିନବ ପରିକଳ୍ପନାକୁ ପ୍ରଭାରୀଙ୍କ ଭୁୟସୀ ପ୍ରସଂଶା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା  ଭାରତ ସରକାରଙ୍କ ଆକାଂକ୍ଷା ଏସପିରେସନାଲ ଜିଲ୍ଲା ଭାବେ ସାମିଲ ହେବା ପରେ ଜିଲ୍ଲାରେ କଣ ସବୁ କାର୍ଯ୍ୟକ୍ରମ ଚାଲିଛି , ତାହା ଅନୁଧ୍ୟାନ କରିବା ପାଇଁ ପାରଳାଖେମୁଣ୍ଡି ଗସ୍ତରେ ଆସିଛନ୍ତି  ଭାରତ ସରକାରଙ୍କ ନାଫେଡ ସଂସ୍ଥାର ମେନେଜିଙ୍ଗ ଡ଼ାଇରେକ୍ଟର ତଥା ଆକାଂକ୍ଷା ଏସପିରେସନାଲ ଜିଲ୍ଲା ମାନଙ୍କ ପ୍ରଭାରୀ ଅଧିକାରୀ ସଞ୍ଜୀବ ଚଢା ।

  ଗଜପତି ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ଅହରହ ଉଦ୍ୟମ କରି ଆସୁଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ନିଜସ୍ୱ ଢଙ୍ଗରେ ଆରମ୍ଭ କରିଥିବା ଟିଚ-ଗଜପତି ରାଜ୍ୟ ଓ  କେନ୍ଦ୍ର ସ୍ତରରେ ବେଶ ସଫଳତା ପାଇବା ପରେ ଆଉ ଏକ ଅଭିନବ ପରିକଳ୍ପନା କାର୍ଯ୍ୟକାରୀ କରିଛନ୍ତି  ସୁପର-୩୦ କାର୍ଯ୍ୟକ୍ରମ। 

ଏହି କାର୍ଯ୍ୟକ୍ରମରେ ଆଗାମୀ ମେଟ୍ରିକ ପରୀକ୍ଷା ଦେବାକୁ ଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ବତନ୍ତ୍ର ପରୀକ୍ଷା ମାଧ୍ୟମରେ  ୩୦ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ବଛାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ସୁପର-୩୦ ବିଦ୍ୟାଳୟରେ ରଖାଯାଇ ପାଠ ପଢ଼ାଯାଉଛି । ଏଥି ନିମନ୍ତେ ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ମାଗଣାରେ  ଆବାସିକ ବିଦ୍ୟାଳୟ କରାଯାଇଛି । ବିଦ୍ୟାର୍ଥୀ ମାନେ ସମସ୍ତ  ସମୟ ସାରଣୀ ପ୍ରକାରେ ରହିବା ,  କେବେ କ'ଣ ଖାଇବା , କ'ଣ ପାଠ ପଢିବା , ଯୋଗ ପ୍ରଭୃତି ଉପରେ ସମସ୍ତ ବିଷୟ ମେନୁ ପ୍ରକାରେ ରହିଛି ।

  ଆଜି ଏହି ସୁପର-୩୦ ଆବାସିକ ବିଦ୍ୟାଳୟକୁ ଆକାଂକ୍ଷା ଏସପିରେସନାଲ ଜିଲ୍ଲାର ପ୍ରଭାରୀ ଅଧିକାରୀ ସଞ୍ଜୀବ ଚଢା ପରିଦର୍ଶନରେ ଆସି ସମସ୍ତ ବିଷୟ ଅନୁଧ୍ୟାନ କରିଥିଲେ । ଶ୍ରୀ ଚଢା ସେଠାକାର ପରିବେଶ , ପାଠପଢ଼ା ଶୈଳୀ ,  ରହିବା ଓ ଖାଇବା ପ୍ରଭୃତି ଅନୁଧ୍ୟାନ କରିଥିଲେ । ସମସ୍ତ ବିଦ୍ୟାର୍ଥୀ ମାନଙ୍କ ସହ ବାର୍ତ୍ତାଳାପ କରି ସନ୍ତୋଷ ଜନକ ଉତ୍ତର ପାଇଥିଲେ । ବିଦ୍ୟାର୍ଥୀ ମାନେ ମଧ୍ୟ ସେମାନେ ସୁପର-୩୦ ବିଦ୍ୟାଳୟକୁ ଆସି କିଭଳି ଉପକୃତ ହେଉଛନ୍ତି , ସେ ସବୁର ଅନୁଭୂତି ବଖାଣିଥିଲେ ।

 ପରେ ପ୍ରଭାରୀ ଅଧିକାରୀ ଶ୍ରୀ ଚଢା, ପରିଦର୍ଶନ ଓ ଅନୁଧ୍ୟାନ ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ , ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଜପତି ଜିଲ୍ଲାପାଳ ଶ୍ରୀ ସାହା ଯେଉଁ ଅଭିନବ ପରିକଳ୍ପନା କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ ।

   ବିଭିନ୍ନ ବିଦ୍ୟାଳୟର ମାଟ୍ରିକ ବିଦ୍ୟାର୍ଥୀଙ୍କୁ ସ୍ବତନ୍ତ୍ର ପରୀକ୍ଷା କରାଯାଇ ଏବଂ ସେଥିରୁ ୩୦ ଜଣ ମେଧାବୀ  ବିଦ୍ୟାର୍ଥୀଙ୍କୁ ବଛାଯାଇ ଏହି ସୁପର-୩୦ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଆଗାମୀ ପରୀକ୍ଷାରେ ସଫଳତାର ସହ ଲକ୍ଷ ହାସଲ ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି । ଏହାର ସଫଳତାକୁ ଦେଖି ଜିଲ୍ଲାରେ ଆଉ ଯଦି ଅଧିକ ବିଦ୍ୟାର୍ଥୀ ଆସନ୍ତା ବର୍ଷରେ ବାହାରିବେ ତେବେ ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ । ଏ ଦିଗରେ ରାଜ୍ୟ ସ୍ତରରେ ଯେଉଁ ପରଫମେନ୍ସ ରହିଛି ତାହା ଗଜପତି ଜିଲ୍ଲା ରେ ନିଶ୍ଚିତ ଭାବେ ଉନ୍ନତି କରିବ ।

   ମୁଁ ଏଠାକୁ ଆସି ସବୁ ଦେଖିଲି । ବିଦ୍ୟାର୍ଥୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ବ୍ୟବସ୍ଥା ଯୋଗାଇ ଦିଆଯାଉଛି ।  ଗଜପତି ଜିଲ୍ଲାପାଳଙ୍କ ଏଭଳି  ଅଭିନବ ପରିକଳ୍ପନାର ଉଦ୍ୟମକୁ ମୁଁ ଭୁୟସୀ ପ୍ରସଂଶା କରିବା ସହ ଧନ୍ୟବାଦ ଜ୍ଞାପନ କରୁଛି । ଏହାର ଅଧିକ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବିଷ୍ୟତରେ ଯାହାକିଛି ଆବଶ୍ୟକ ପଡିବ , ସେଥିପାଇଁ ମୁଁ ସମସ୍ତ ପ୍ରକାରର ସାହାଯ୍ୟ କରିବି ବୋଲି କହିଥିଲେ ।

   ଏହି କାର୍ଯ୍ୟକ୍ରମ ବେଳେ ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ଡିଏଫଓ - ବିବେକ କୁମାର ତ୍ୟାଗୀ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ , ଡିସିପିୟୁ ଅରୁଣ କୁମାର ତ୍ରିପାଠୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ   ରବିଚନ୍ଦ୍ର ନାୟକ , ଆଇଟିଡିଏ-- ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ  ଉପସ୍ଥିତ ଥିଲେ ।

 

 

0
0
0
s2sdefault