ହେଡଲାଇନସ୍:

ସଚେତନତା ହିଁ ଦୁର୍ଘଟଣା ରୋକିପାରିବ : ମନ୍ତ୍ରୀ ପଦ୍ମନାଭ ବେହେରା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଡକ ସୁରକ୍ଷା ସଚେତନତା ସପ୍ତାହ 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆଜି ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ବୀରମହାରାଜପୁର ଥାନା ପରିସରୁ ଏକ ସଚେତନତା  ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଥାନୀୟ  ମେଳଣ ପଡିଆକୁ ଆସିଥିଲେ । ଏଠାରେ ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ  ପରିବହନ ଓ ଯୋଜନା-ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ରୋକିବା ପାଇଁ ହେଲମେଟ୍ ବ୍ୟବହାର କରିବା, ପ୍ରତେକ ବିଦ୍ୟାଳୟରେ ସଡକ ସୁରକ୍ଷା ଦିଗରେ ବ୍ୟାପକ ସଚେତନତା କରାଗଲେ ଦୁର୍ଘଟଣା ରୋକିପାରିବ ବୋଲି  ମତପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ବୀରମହାରାଜାପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଏସ ଡି ପିଓ ଧୀରଜ ଚୋପଦାର ପ୍ରମୁଖ ଅତିଥି ଗଣ ଉପସ୍ଥିତ ରହି ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ , କଲେଜ ର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ପୋଲିସ  କର୍ମଚାରୀ , ଅଗ୍ନିସମ ବିଭାଗର କର୍ମଚାରୀଙ୍କ ଉପସ୍ଥିତ ରହିଥିବା ବେଳେ ଆଞ୍ଚଳିକ ପରିବହନ ର  କର୍ମଚାରୀ ସହଯୋଗ କରିଥିଲେ ।

0
0
0
s2sdefault