ହେଡଲାଇନସ୍:

 ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହି ମୃତ,  ଜଣେ ଛୋଟ ଛୁଆ ସହ ଆଉ ଜଣେ ଆହତ । 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରୁ ସୁବଳୟା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏକତାଲା ଗ୍ରାମ ଠାରେ ଏକ ସଡକ ଦୁର୍ଘଟଣା ଏକ ମୃତ । ସୂଚନା ଅନୁସାରେ ସୁବଳୟା ଥାନା  ଆମ୍ବଶର ଭଟ୍ଟା ଗ୍ରାମର ଦିଲ୍ଲୀପ ଲୁହା( ୩୫) ବୀରମହାରାଜପୁର ଥାନା ଫୁଳଚରା ଗ୍ରାମର  ଦିଲ୍ଲୀପ ଲୁହା (୩୨)ଏକ ଛୋଟ ଛୁଆ ଓ ସ୍କୁଟି ଚଲାକ (ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ) ଏମାନେ ତିନିଜଣ ମଦ୍ୟପ ଅବସ୍ଥାରେ ଗାଡିରେ ଯାଉଥିବା ର କିଛି ଲୋକ ଦେଖିଥିବା କହିଛନ୍ତି । ଏମାନେ ସୁବଳୟା ପଟୁ ଦୃତଗତିରେ ବୀରମହାରାଜପୁର କୁ ଯାଉଥିଲେ । ଏହି ସମୟରେ ଜଟେସିଂହା ପଞ୍ଚାୟତ ର ଏକତାଲା ଗ୍ରାମ ନିକଟରେ କୌଣସି ଗାଡି ଧକ୍କା କିମ୍ବା  ନିଜେ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଇଛି ।   ବୀରମହାରାଜପୁର ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଅବସ୍ଥାରେ ସୁବଳୟା ଥାନା ଆମ୍ବଶର ଭଟ୍ଟା ଗ୍ରାମର  ଦିଲ୍ଲୀପକୁ  ଉଦ୍ଧାର କରି ବୀରମହାରାଜପୁର  ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ସୁବଳୟା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଏ ଏସ ଆଇ ପ୍ରଦୀପ ପଧାନ ସୂଚନା ଦେଇଛନ୍ତି ।

0
0
0
s2sdefault