ହେଡଲାଇନସ୍:

ଯୁବକଙ୍କ  ରକ୍ତ ଜୁଡୁବୁଡୁ ମୃତ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଶୋଇ ଥାନା ଅନ୍ତର୍ଗତ ମଣଦା ଛକ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପାର୍ଶ୍ଵ  ବନ୍ଧ ନିକଟରେ ସ୍ଥାନୀୟ  ଅଞ୍ଚଳର ଏକ ଯୁବକର ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଆଜି ସକାଳ ସମୟରେ ଗ୍ରାମବାସୀମାନେ ଦେଖିବାକୁ ପାଇଁ ବିଶୋଇ ଥାନାକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ ଆରମ୍ଭ କରିଥିଲେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବଡ଼ମଣଦା  ଗ୍ରାମର କୁଅଁର ନାଏକଙ୍କ ପୁଅ ଟୀକା ନାଏକ(୩୦)। ତେବେ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ପୁଲିସ ଶବକୁ ଜବତ କରି ରାଶିରଙ୍ଗପୁର ହସ୍ପିଟାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଥାନାରେ ଆଇପିସି ଧାରା ୩୦୨ ଅନୁସାରେ ୦୬/୨୦୨୦ରେ ଏକ ମାମଲା ରୁଜୁ କରିଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି ।

 

0
0
0
s2sdefault