ଓଡ଼ିଶା ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୮
"ଓଡ଼ିଶା ସଂଗ୍ରହଣ ଅଭିରୁଚି ନୀତିକୁ କାର୍ଯ୍ୟକାରୀ କରାଯିବ': ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଗୁପ୍ତା
ଭୁବନେଶ୍ୱର : ଜିଏସ୍ଟିରେ ପଞ୍ଜୀକୃତ ହୋଇଥିବା ଏକ କୋଟିରୁ ଉର୍ଧ୍ଵ ବ୍ୟବସାୟୀ ସଂସ୍ଥା ମଧ୍ୟରୁ ପ୍ରାୟ ୯୭ ପ୍ରତିଶତ ହେଉଛି ଏମ୍ଏସ୍ଏମ୍ଇୟୁନିଟ୍ା ଜିଏସ୍ଟି ପଞ୍ଜୀକୃତ ହେବା ଦ୍ୱାରା ଏହି ଏମ୍ଏସ୍ଏମ୍ଇଗୁଡ଼ିକ ଅନୌପଚାରିକ କ୍ଷେତ୍ରରୁ ଔପଚାରିକ କ୍ଷେତ୍ରରେ ପରିବର୍ତ୍ତିତ ହେବେ ଏବଂ ବିଭିନ୍ନ ସରକାରୀ ଅର୍ଥଲଗାଣକାରୀ ସଂସ୍ଥାରୁ ସୁବିଧାରେ ଋଣ ପାଇପାରିବୋ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଟୁଲରୁମ ପ୍ରଶିକ୍ଷଣ କେନ୍ଦ୍ର ସହାୟତାରେ କିଛି ଏମ୍ଏସ୍ଏମ୍ଇ ମଙ୍ଗଳାୟନ ଓ ପ୍ରତିରକ୍ଷା କ୍ଷେତ୍ର ନିମନ୍ତେ ଯନ୍ତ୍ରପାତି ନିର୍ମାଣ କରି ଯୋଗାଇଛନ୍ତିା ଏମ୍ଏସ୍ଇ-ସିଡିପି, ସ୍ପୁର୍ତି ତଥା ଇ-ବିପଣନରେ ପଞ୍ଜୀକୃତ ହେବା ପାଇଁ ଏହି ସମ୍ମିଳନୀ ଅବସରରେ ଉଦ୍ବୋଧନ ଦେଇ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରାଳୟର ଶାସନ ସଚିବ ଡ. ଅରୁଣ କୁମାର ପଣ୍ଡା ଏମ୍ଏସ୍ଏମ୍ଇମାନଙ୍କୁ ଆହ୍ୱାନ ଦେଇଛନ୍ତି | ଏହାଛଡ଼ା ସେ କେନ୍ଦ୍ରୀୟ ଉଦ୍ୟୋଗମାନଙ୍କ ଦ୍ୱାରା ସଂଗ୍ରହଣ ସୂଚନା ସମ୍ବଳିତ "ଏମ୍ଏସ୍ଏମ୍ଇ ସମାଧାନ', "ଏମ୍ଏସ୍ଏମ୍ଇ ସମ୍ବନ୍ଧ' ପୋର୍ଟାଲ ବିଷୟରେ ମଧ୍ୟ ଡ଼ ପଣ୍ଡା ଆଲୋଚନା କରିଥିଲୋ
ଓଡ଼ିଶା ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୮ ଅବସରରେ "ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ରପ୍ତାନୀକାରୀମାନଙ୍କୁ ଋଣ ଓ ବିପଣନ ସଂଯୋଗ' ଶୀର୍ଷକ ଏହି ପ୍ରଥମ ଆଲୋଚନା ଚକ୍ରରେ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ତାଙ୍କ ସ୍ୱାଗତ ଭାଷଣରେ ରାଜ୍ୟରେ ଥିବା ଏମ୍ଏସ୍ଏମ୍ଇମାନଙ୍କର ପୃଷ୍ଠଭୂମି ସଂପର୍କରେ ଧାରଣା ଦେଇଥିଲୋ ସେ କହିଥିଲେ ଯେ ରାଜ୍ୟରେ ଅଦ୍ୟାବଧି ୫୪ଟି କ୍ଲଷ୍ଟର ଚିହ୍ନଟ କରାଯାଇଛିା ସେମାନଙ୍କୁ ଏମ୍ଏସ୍ଇ-ସିଡ଼ିପି ଯୋଜନାରେ ସହାୟତା ପ୍ରଦାନ କରାଯିବା ଚଳିତ ବର୍ଷ ୪୦ ହଜାର ୩୦୦ ଏମ୍ଏସ୍ଏମ୍ଇୟୁନିଟ୍ ଉତ୍ପାଦନ ଆରମ୍ଭ କରିଛନ୍ତି ଏବଂ ଏଥିରେ ୧ ଲକ୍ଷ ୧୫ ହଜାର ଜଣ ନିଯୁକ୍ତି ପାଇଛନ୍ତିା ସେ ଆହୁରି କହିଥିଲେ ଯେ ଏମ୍ଏସ୍ଏମ୍ଇ ଉତ୍ପାଦଗୁଡ଼ିକର ଗୁଣବତ୍ତା ଓ ବିପଣନରେ ସୁଧାର ଆଣିବା ପାଇଁ କ୍ୱାଲିଟ୍ କାଉନ୍ସିଲ ଅଫ୍ ଇଣ୍ଡିଆର ସହଯୋଗରେ ଜେଡ଼୍(ଜିରୋ ଇଫେକଫ ଓ ଜିରୋ ଡିଫେକଫ) ଓ ଜେମ୍(ଗଭର୍ଣ୍ଣମେଣ୍ଟ ଇ-ମାର୍କେଟ୍ ପ୍ଲେସ୍)ର କାର୍ଯ୍ୟାନ୍ୱୟନ ପାଇଁ ଏକ ଅଭିଯାନ ଆରମ୍ଭ କରାଯାଉଛିା ଓଡ଼ିଶା ସଂଗ୍ରହଣ ଅଭିରୁଚି ନୀତିକୁ କାର୍ଯ୍ୟକାରୀ କରାଯିବ ବୋଲି ମଧ୍ୟ ଶ୍ରୀ ଗୁପ୍ତା ପ୍ରତିଶ୍ରୁତି ଦେଇଥିଲୋ
ଭୁବନେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀ ସୁଧୀର ଠାକୋର ଏମ୍ଏସ୍ଏମ୍ଇମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ବ୍ୟାଙ୍କମାନେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲୋ ସେ ସହପାଶ୍ୱର୍କ ପ୍ରତିଭୂତି ଓ ସିଜିଟିଏମ୍ଏସ୍ଇ ଅନ୍ତର୍ଭୁକ୍ତ ହେବା ପାଇଁ ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ଏହାର ଦୂରୀକରଣ ସଂପର୍କିତ ପ୍ରଶ୍ନର ଉତ୍ତର ରଖୀଥିଲୋ ସେ କହିଥିଲେ ଯେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସହପାଶ୍ୱର୍କ ପ୍ରତିଭୂତି ନିମନ୍ତେ ବାଧ୍ୟ ନକରିବା ପାଇଁ ଓ ସିଜିଟିଏମ୍ଏସ୍ଇରେ ଅନ୍ତର୍ଭୁକ୍ତ କରିବା ପାଇଁ ସମସ୍ତ ଶାଖାକୁ ନିର୍ଦ୍ଦେଶନାମା ଦିଆଯାଇଛିା ଏଥିରେ କୌଣସି ବ୍ୟତିକ୍ରମ ହେଲେ ସଂପୃକ୍ତ ବ୍ୟାଙ୍କର ନିୟନ୍ତ୍ରଣ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲୋ
ରାଷ୍ଟୀୟ ସହକାରୀ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ନାୟକ କୃଷି ଓ ଅଣକୃଷି କ୍ଷେତ୍ରରେ ଥିବା ସମବାୟ ସମିତିଗୁଡ଼ିକୁ ଆଥିର୍କ ସହାୟତା ପ୍ରଦାନ ଉପରେ ଆଲୋକପାତ କରିଥିଲୋ ନିଗମ ସମବାୟ ସମିତିଗୁଡ଼ିକୁ ସଶକ୍ତ କରିବା ପାଇଁ ଚେଷ୍ଟା କରୁଛି ବୋଲି ସେ କହିଥିଲୋ ରାଜ୍ୟରେ ଏମ୍ଏସ୍ଏମ୍ଇ ଓ ସମବାୟ ମଧ୍ୟରେ ସଂଯୋଜନ କରି ଏମ୍ଏସ୍ଏମ୍ଇମାନେ ନିଗମର ଯୋଜନାରୁ ସୁବିଧା ନେବା ପାଇଁ ସେ ପ୍ରସ୍ତାବ ଦେଇଥିଲୋ ଏମ୍ଏସ୍ଏମ୍ଇଗୁଡ଼ିକୁ ଏନ୍ସିଡିସି ମାଧ୍ୟମରେ ସହାୟତା ଦେବା ଉଦ୍ଦେଶ୍ୟରେ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଗୁପ୍ତା ଶିଳ୍ପ ନିର୍ଦ୍ଦେଶାଳୟକୁ ନୋଡାଲ ପଏଣ୍ଟ ଭାବେ ଘୋଷଣା କରିଥିଲୋ
ମୁମ୍ବାଇସ୍ଥିତ ଏକ୍ସିମ୍ ବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀ ଉତ୍ପଲ ଗୋଖଲେ ବ୍ୟାଙ୍କ ପ୍ରଦାନ କରୁଥିବା ବିଭିନ୍ନ ସୁବିଧା ସଂପର୍କରେ ଆଲୋକପାତ କରିଥିଲୋ ବିଭିନ୍ନ ରପ୍ତାନୀ ବିକାଶ ସଂସ୍ଥା ଓ ଭାରତ ସରକାରଙ୍କ ପାଞ୍ଚଟି ବିଭାଗର ସହଯୋଗରେ ରପ୍ତାନୀ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କ ପକ୍ଷରୁ ଦିଆଯାଉଥ#ବା ବିଭିନ୍ନ ସୁବିଧା ଓ ଋଣ ସଂପର୍କରେ ସେ ଅବଗତ କରାଇଥିଲୋ
କଷ୍ଟମ୍ କମିଶନର ଶ୍ରୀ ଦୀପ୍ ଶେଖର ଜିଏସ୍ଟି ଓ ବର୍ହିଶୁଲକ ସଂପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୋ ରପ୍ତାନୀକାରୀମାନଙ୍କ ସହିତ ଏ ସଂପର୍କରେ ଏକ ମୁକ୍ତ ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲୋ
ଅତିରିକ୍ତ ମହାନିର୍ଦ୍ଦେଶକ, ବୈଦେଶିକ ବାଣିଜ୍ୟ ଶ୍ରୀମତୀ ଅନିତା ସେନ୍ଗୁପ୍ତା ରପ୍ତାନୀ କ୍ଷେତ୍ରରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ଭୂମିକା ଓ ସହାୟତା ସଂପର୍କରେ ଆଲୋଚନା କରିଥିଲୋ ଓଏଏସ୍ଏମ୍ଇର ମହାସଚିବ ଶ୍ରୀ ସାତ୍ୱିକ ସ୍ୱାଇଁ ରାଜ୍ୟରେ ଏମ୍ଏସ୍ଏମ୍ଇଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ଉତ୍ଥାପିତ କରି ସେଗୁଡ଼ିକର ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥି ଲୋ ପରିଶେଷରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲୋ