ହେଡଲାଇନସ୍:

ନୀଳାଚଳ ଇସ୍ପାତ ନିଗମର କ୍ଷମତା ବୃଦ୍ଧି ଓଡିଶା ଶିଳ୍ପାୟନରେ ନୂଆ ଅଧ୍ୟାୟ ସୃଷ୍ଟି କରିବ:ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୋଦି ସରକାରଙ୍କ କ୍ୟାବିନେଟରେ  ଓଡିଶା ସମ୍ବନ୍ଧିତ ନିଆଯାଇଥିବା ଦୁଇଟି ନିଷ୍ପତ୍ତି  ଐତିହାସିକ

ଭୁବନେଶ୍ୱର, (ଶାସକ ପ୍ରଶାସକ): ମୋଦି ସରକାରଙ୍କ କ୍ୟାବିନେଟରେ  ଓଡିଶା ସମ୍ବନ୍ଧିତ ନିଆଯାଇଥିବା ଦୁଇଟି ନିଷ୍ପତି ଐତିହାସିକ । ନିଳାଚଳ ଇସ୍ପାତରେ ଡିସଇନଭିଷ୍ଟମେଂଟର ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଏହା ରିଇନଭିଷ୍ଟମେଂଟ ପାଇଁ ସୁଯୋଗ ସୃଷ୍ଟି କରିବ । ଏହାର ଉପ୍ତାଦନ କ୍ଷମତା ୧ ମିଲିୟନ ମେଟ୍ରିକ ଟନରୁ ୧୦ ମିଲିୟନ ମେଟ୍ରିକ ଟନ ହେବ । ଏଥି ସହ ଆଗାମୀ ଦିନରେ ଓଡିଶାରେ ଅଧିକ ନିଯୁକ୍ତି ସୁଯୋଗ ତିଆରି କରିବ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସାରା ଦେଶରେ ୩୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନର ଲକ୍ଷ୍ୟ ରହିଥିବା ବେଳେ ଓଡିଶା ୧୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ  କରିବାର ଲକ୍ଷ୍ୟ ରଖାଯାଇଛି । ଏହି ନିଷ୍ପତି ଓଡିଶାର ଇସ୍ପାତ ଉତ୍ପାଦନ କ୍ଷମତାକୁ ବଢାଇବ ଓ ଚାକିରି, ବ୍ୟବସାୟ ଓ ରାଜ୍ୟର ରୋଜଗାର ବଢାଇବ । 

ଏନଆଇଏନଏଲର କର୍ମଚାରୀମାନେ ଗତ କିଛି ବର୍ଷ ହେଲା ଏହି ପ୍ରକଳ୍ପ କ୍ଷତିରେ ଚାଲୁଥିବା କାରଣରୁ ଚାକିରୀ ହରାଇବାର ଯେଉଁ ଚିନ୍ତା ଓ ଡରରେ ଥିଲେ ସେଥିରୁ ମୁକ୍ତି ମିଳିବ ।୨୦୩୦ ସୁଦ୍ଧା ଦେଶର ଷ୍ଟିଲ ଉପ୍ତାଦନ ୩୦୦ ମିଲିୟନ ମେଟ୍ରିକ ଟନରେ ପହଂଚିବାର ଯେଉଁ ଲକ୍ଷ୍ୟ ଅଛି ସେଥିରେ ଓଡିଶା ଏକ ବଡ ଭୂମିକ ନେବ ଓ କେବଳ ଓଡିଶାରେ ଏହାର ୩୦% ଉପ୍ତାଦନ ହେବ । 

ନିଳାଚଳ ଇସ୍ପାତ ନିଗମର ଉପ୍ତାଦନ କ୍ଷମତା ବଢିଲେ ଅନ୍ୟ ଷ୍ଟିଲ ସଂସ୍ଥା ମାନେ (ଡାଉନଷ୍ଟ୍ରିମରେ) ସେଠାରେ କାରଖାନା ବସାଇବେ । କଳିଙ୍ଗ ନଗର ଦେଶର ଷ୍ଟିଲ ହବ ହେବ ଓ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବା ସହ ରାଜ୍ୟର ଆର୍ଥୀକ ପ୍ରଗତିରେ ସହାୟକ ହେବ । ସଂସ୍ଥାରେ କାର୍ଯ୍ୟରତ ଥିବା ୧୫୪୦ ନିୟମିତ କର୍ମଚାରି ଓ ୯୭୦ ଠିକ କର୍ମଚାରିଙ୍କ ସଂଖ୍ୟା ଆହୁରି କେତେଗୁଣ ବଢିବ । ଓଡିଶାରେ ନିଯୁକ୍ତିର ସୁଯୋଗ ବ୍ୟାପକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

କର୍ମଚାରୀ ଓ ଅନ୍ୟ ଷ୍ଟକହୋଲଡରମାନଙ୍କର ବକେୟା ପାଉଣା ଓ ଅନ୍ୟ ସମସ୍ୟା ନେଇ ନିଳାଚଳ ଇସ୍ପାତ ନିଗମରେ ଅନେକ ଦିନ ଧରି ଚାଲୁଥିବା ସମସ୍ୟାର ସମାଧାନର ବାଟ ବାହାରିଛି । ସେହିପରି ଏମଏମଡିର ନିୟମରେ ଅଡିନାନ୍ସ ରୁଟରେ ଯେଉଁ ପରିବର୍ତନ କରାଯାଇଛି ଏବେ କୋଇଲା କ୍ଷେତ୍ରରେ ପୁଞ୍ଜିନିବେଶ ଓ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବସ୍ଥାକୁ  ସରଳୀକରଣ କରାଯାଇଛି । ଏହା କାରଣରୁ ଓଡିଶା ଭଳି କୋଇଲା ଭଣ୍ଡାର ଥିବା ରାଜ୍ୟର ରାଜ୍ୟ ରାଜକୋଷ ଓ ସ୍ଥାନୀୟ ବ୍ୟବସାୟ ତଥା ଶିଳ୍ପ ପ୍ରଗତିରେ ବଡ ସହଯୋଗ ଦେବ । ମୋଦି ସବୁବେଳେ ଓଡିଶା ଭଳି ରାଜ୍ୟର ସ୍ୱାର୍ଥ ପାଇଁ ବଡ ସହଯୋଗ ଦେଇ ଆସିଛନ୍ତି । ଏହି ଦୁଇ ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ  ଉପସ୍ଥିତ ଥିଲେ ।

0
0
0
s2sdefault