ହେଡଲାଇନସ୍:

ଦେବୋତ୍ତର ୱେବ ପୋର୍ଟାଲ ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ-ଫେସିଲେସନ ସେଣ୍ଟରରେ ଦେବୋତ୍ତର ବିଭାଗ ୱେବ ପୋର୍ଟାଲ ଶ୍ରୀଶ୍ରୀହରି ବଳଦେବ ଜୀଉ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟିତ ହୋଇଛି । ଦେବୋତ୍ତର ନିର୍ବାହୀ ଅଧିକାରୀ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଦେବୋତ୍ତର ବିଭାଗ ଅଧୀନରେ ରହିଥିବା ମୟୂରଭଞ୍ଜ ଜିଲାର ୧୦ ଟି ମଠ ଓ ୧୦ ଗୋଟି ମନ୍ଦିରର ସମସ୍ତ ବିବରଣୀ ପର୍ଯ୍ୟାୟ କ୍ରମେ ଏହି ପୋର୍ଟାଲରେ ଉପଲବ୍ଧ ହେବ । ଏହାକୁ ସମଗ୍ର ବିଶ୍ୱରେ ବିଭିନ୍ନ ଦେଶବାସୀ ଦେଖି ପାରିବେ । ଏଥିସହିତ କୌଣସି ବଦାନ୍ୟ ବ୍ୟକ୍ତି ଵିଶେଷ ଦେବୋତ୍ତର ବିଭାଗ(ମଠ ଓ ମନ୍ଦିର)କୁ ଦାନ ମଧ୍ୟ ଦେଇ ପରିବାର ବ୍ୟବସ୍ଥା ରହିଛି । ସେହିପରି ମଠ ଓ ମନ୍ଦିରରେ କାର୍ଯ୍ୟରତ ସେବାୟତମାନଙ୍କୁ ବୀମାଭୁକ୍ତ କରାଯାଇଛି । ତିନି ବର୍ଷର ବୀମା କିସ୍ତି ଦେବୋତ୍ତର ପ୍ରଦାନ କରୁଥିବା ବେଳେ ଚତୁର୍ଥ ବର୍ଷଠାରୁ ସେବାୟତମାନେ ଉକ୍ତ କିସ୍ତି ପୈଠ କରିବେ । ଏବିଷୟରେ ଦେବୋତ୍ତର ବିଭାଗ ସେବାୟତମାନେଙ୍କ ଭିତରେ କଥାବାର୍ତ୍ତା ଛିଣ୍ଡିଯାଇଛି । ଏହିସମୟରେ ମଠ ଓ ମନ୍ଦିର ସେବାୟତମାନଙ୍କ ସହ ବିଭାଗୀୟ  କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

 

0
0
0
s2sdefault