ହେଡଲାଇନସ୍:

ସରପଞ୍ଚଙ୍କୁ ସ୍ୱାସ୍ଥ୍ୟ-ପରିମଳ ମନ୍ତ୍ରୀ କଲେ ଅନୁରୋଧ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଁର ସବୁ  ଛକରେ ରହୁ ଆବର୍ଜନା କୁଣ୍ଡ ଏବଂ ସବୁ ଘର ପାଇଁ ମିଳୁ  ପାଇଖାନା

ଅନ୍ୟମାନଙ୍କ ପାଇଁ ଉଦାହରଣ ତୁମୁରିପାଣିର ନାରୀମାନେ 

ବରଗଡ(ଶାସକ ପ୍ରଶାସକ) :-ଏକ ସୁସ୍ଥ ସମାଜ ପାଇଁ ସୁନ୍ଦର ପରିବେଶ ନିତାନ୍ତ ଆବଶ୍ୟକ ଏବଂ ସୁନ୍ଦର ପରିବେଶ ନିମନ୍ତେ ସ୍ୱଚ୍ଛତା ଅପରିହାର୍ଯ୍ୟ. ଗାଁକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବା ନିମନ୍ତେ ସରକାରୀ ସ୍ତରରେ ଯେତେ ଚେଷ୍ଟା କଲେ ମଧ୍ୟ ତାହା ସେତେବେଳ ପର୍ୟ୍ଯନ୍ତ ସଫଳତା ଲାଭ କରିପରେନି ଯେତେବେଳ ଯାଏ ଗାଁର ଲୋକେ ପ୍ରତ୍ୟକ୍ଷ ଭାବେ ଉକ୍ତ କାର୍ଯ୍ୟରେ ଜଡ଼ିତ ନ ହେବେ.ମୁଖ୍ୟତଃ ନାରୀମାନେ ଚାହିଁଲେ ସବୁକିଛି ସମ୍ଭବ ହୋଇପାରେ ଗାଁର ସ୍ୱଚ୍ଛତା ପାଇଁ ଅଣ୍ଟା ଭିଡିଛନ୍ତି ଏବଂ ସଫଳତାର ସହ ଗାଁ କୁ ସ୍ୱଚ୍ଛ ଏବଂ  ସୁନ୍ଦର କରିବାର ପ୍ରୟାସ କରିକି ଦେଖେଇ ଦେଇଛନ୍ତି ଗୋଟିଏ ଗାଁର ମହିଳା ମାନେ |

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଉପାନ୍ତ ଅଂଚଳରେ ଝାରବନ୍ଧ ବ୍ଲକ ତୁମୁରିପାଣି ଗ୍ରାମରେ.. ଉକ୍ତ ଗ୍ରାମର ମହିଳା ମାନେ ଗାଁକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବା ନିମନ୍ତେନୂତନ ବର୍ଷରେ ଏକ ନୂତନ ସଂକଳ୍ପ ନେଇଛନ୍ତି.ଏନେଇ ଆଜି ଗ୍ରାମର 18 ଟି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏକତ୍ରିତ ହୋଇ ଗ୍ରାମର ସମସ୍ତ ଅଲିଆ ଆବର୍ଜନା କୁ ସଫା କରିଥିଲେ.ଗାଁ ର ସ୍ୱଚ୍ଛତା ପାଇଁ ପୂର୍ବରୁ ଛାତ୍ରଛାତ୍ରୀ ଅନେକ ଥର ଅଭିଯାନ ଚଳେଇ ଆସୁଥିବା ବେଳେ ବର୍ତ୍ତମାନ ତାଙ୍କ ମା ମାନେ ଆଗକୁ ଆସିଛନ୍ତି, ଯାହାକି ଅତ୍ୟନ୍ତ ପ୍ରେରଣାଦାୟୀ.ଗତ 6 ତାରିଖରେ ସମସ୍ତ ଗୋଷ୍ଠୀ ମାନଙ୍କ ସଦସ୍ୟାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |  ସେଠାରେ ସମସ୍ତେ ଏକ ସ୍ୱରରେ ନିଷ୍ପତ୍ତି ନେଇଥିଲେ ଯେ  ଗାଁକୁ ସମସ୍ତେ ମିଶି ସ୍ୱଚ୍ଛ ଏବଂ ସୁନ୍ଦର କରିବେ | ଏହାଛଡା ଅନେକ ଦିନରୁ ଗାଁର ପ୍ରତ୍ୟେକ ଛକରେ ଆବର୍ଜନା କୁଣ୍ଡ ପ୍ରଦାନ ଏବଂ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରିବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସରପଞ୍ଚଙ୍କ ମାଧ୍ୟମରେ ଅନୁରୋଧ କରିଥିଲେ,  ଯାହାକୁ ଖୁବ ଅଲ୍ପ ସମୟ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା | .କିନ୍ତୁ ତାହା ଏଯାଏ ପୂରଣ ହୋଇପାରିନାହିଁ |  ଶୀଘ୍ର ଏ ଦିଗରେ ଧ୍ୟାନ ଦେବାପାଇଁ ବିଦ୍ୟାଳୟର ସ୍ୱାସ୍ଥ୍ୟ ଏବଂ ପରିମଳ ମନ୍ତ୍ରୀ ଅଷ୍ଟମୀ ପଟେଲ ଅନୁରୋଧ କରିଥିଲେ |

0
0
0
s2sdefault