ହେଡଲାଇନସ୍:

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ରାୟଗଡ ଜିଲ୍ଲାର ସଫଳତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍ମରଣିକା, ଉମାଶଙ୍କର ଓ ଜ୍ଞାନରଞ୍ଜନ ଆଣିଲେ ଗୌରବ 

Smaranika Tul

ରାୟଗଡା (ସରୋଜ ସାହୁ)  ଲୋକସେବା ଆୟୋଗ ଓଡିଶାଙ୍କ ଦ୍ୱାରା ପରିଚାଳିତ  ଓଡିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୮ରେ ରାୟଗଡ ଝିଅ ସୁଶ୍ରୀ ସ୍ମରଣିକା ତୁଳ କୃତକାର୍ଯ୍ୟ ହୋଇ ଦଶମ ସ୍ଥାନରେ ରହିଛନ୍ତି । ସ୍ମରଣିକା ହେଉଛନ୍ତି କୋପରେଟିଭ୍ କଲୋନୀ, ରାୟଗଡରେ ରହୁଥିବା ଶିକ୍ଷକ ଦମ୍ପତି ମନ୍ମଥ ତୁଳ ଓ ସୁଧାଂଶୁବାଳା ନାୟକ ବେହେରାଙ୍କ ଦ୍ୱିତୀୟ ସନ୍ତାନ । ସ୍ମରଣିକା ଜବାହର ନବୋଦୟ ବିଦ୍ୟାଳୟ, ରାୟଗଡରେ ମାଟ୍ରିକ୍ ପରୀକ୍ଷାରେ ୯୩% ମାର୍କ ରଖି ପାସ କରିଥିବା ବେଳେ ଜବାହର ନବୋଦୟ ବିଦ୍ୟାଳୟ, ଗଜପତିରୁ ଏକାଦଶ ଓ ଦ୍ୱାଦଶ ପରୀକ୍ଷାରେ ମଧ୍ୟ ୯୩% ମାର୍କ ରଖି କୃତିତ୍ୱ ହାସଲ କରିଥିଲେ । ଏହାପରେ ସେ ଗାନ୍ଧୀ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ, ଗୁଣପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଦୈନିକ ୬ ରୁ ୭ ଘଂଟା ପରିଶ୍ରମ କରି ଏଭଳି ସଫଳତା ପାଇଥିବା ସ୍ମରଣିକା ଏହାର ଶ୍ରେୟ ନିଜର ବାପାମାଆ, ଶିକ୍ଷକ ଓ ଭାଇଭଉଣୀଙ୍କୁ ଦେବାକୁ ଚାହିଁଛନ୍ତି ।

Gyanaranjan Majhi

ଉପାନ୍ତ ଅଂଳରେ ଆଦିବାସୀମାନଙ୍କ ସେବା କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ ଏବଂ ଏଥିପାଇଁ ସେ ଆଦିବାସୀ ମଙ୍ଗଳ ବିଭାଗରେ ଚାକିରି ପାଇଲେ ଖୁସିହେବେ ବୋଲି କହିଛନ୍ତି । ଗତକାଲି ପରୀକ୍ଷାଫଳ ଘୋଷିତ ହେବା ସହ ସ୍ମରଣିକା ଓ.ଏ.ଏସ୍. ପାଇବା ଖବର ଟିଭିରେ ପ୍ରସାରିତ ହେବାପରେ ତାଙ୍କ ପରିବାର ଓ ବନ୍ଧୁ ମହଲରେ ଖୁସିର ଲହରି ଖେଳିଯାଇଛି । ଶ୍ରୀମତୀ ଓ ଶ୍ରୀ ତୁଳ ଝିଅର ସ୍ୱପ୍ନ ସାର୍ଥକ ହୋଇଥିବାରୁ ଆମେ ଖୁବ୍ ଗୌରବାନ୍ୱିତ ବୋଲି କହିଛନ୍ତି । ସ୍ମରଣିକାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଏବଂ ବିଜେପିର କର୍ମକର୍ତା ମାନେ ସ୍ମରଣିକାଙ୍କ ସହ ସାକ୍ଷାତ କରି ପୁଷ୍ପ ଗୁଚ୍ଛ ଦେଇ ଶୁଭେଛା ଜଣାଇଥିଲେ ।

Umashankar Majhi

ଏଥି ସହ ରାୟଗଡା ଜିଲ୍ଲା କାଶିପୁର ବ୍ଲକର ୨ ଜଣ ଉମାଶଙ୍କର ମାଝି, ୨୧୬ ତମ ସ୍ଥାନ ହାସଲ କରିଥିବା ବେଳେ ଜ୍ଞାନ ରଂଜନ ମାଝି ୧୩୭ ତମ ସ୍ଥାନ ହାସଲ କରି ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାୟଗଡ ଜିଲ୍ଲାକୁ ଗୌରବାନ୍ୱୀତ କରିଛନ୍ତି ।   

0
0
0
s2sdefault