ହେଡଲାଇନସ୍:

ଆଂଚଳିକ ପରିବହନ କାର୍ଯ୍ୟାଳୟ ଅଚାନକ ପହଂଚିଲେ ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମହିଳା ଏବଂ ବୟସ୍କ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କାଉଂଟର ଖୋଲିବା ପାଇଁ ନିର୍ଦେଶ

ରାୟଗଡା(ସରୋଜ ସାହୁ)  ରାୟଗଡା ଜିଲ୍ଲାପାଳ ଅଚାନକ ଆଂଚଳିକ ପରିବହନ କାର୍ଯ୍ୟାଳୟ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଧାଡି ବାନ୍ଧି ଠିଆ ହୋଇଥିବା ଲୋକ ମାନଙ୍କ ସହ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା  ସବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଏଥି ସହ ଆରଟିଓ ଅଫିସ ଦଲାଲ ମୁକ୍ତ ହେବା ପରେ ଅସାଧୁ ଉପାୟରେ କିଏ ଲାଂଚ ମାଗୁଛନ୍ତି କି ନାହିଁ ସେ ନେଇ ଉପସ୍ଥିତ ଲୋକ ମାନଙ୍କୁ ପଚାରି ବୁଝିଥିଲେ । ଦୁଇ ଚକିଆ ଯାନ ଚଲାଇବା ସମୟରେ ହେଲମେଟ ଏବଂ ଚାରିଚକିଆ ଯାନ ଚଲାଇବା ସମୟରେ ସିଟ ବେଲ୍ଟ ବାନ୍ଧିବାକୁ ଲୋକ ମାନଙ୍କୁ ପରାମର୍ଶ ଦେଇଥିଲେ । ମହିଳା ଏବଂ ବୟସ୍କ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କାଉଂଟର ଖୋଲିବା ପାଇଁ ଆଂଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇଙ୍କୁ ନିର୍ଦେଶ ଦେଇଥିଲେ  । 

 

0
0
0
s2sdefault