ହେଡଲାଇନସ୍:

ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ, ଲୋକାର୍ପିତ ହେଲା ଗୀତଗୋବିନ୍ଦ ସଦନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜୁବାବୁଙ୍କ ପରି ଯୁବ ଓ ଛାତ୍ର ସମାଜ ଓଡ଼ିଶାର ବିକାଶ ପାଇଁ କାମ କରନ୍ତୁ : ମୁଖ୍ୟମନ୍ତ୍ରୀ 

05-03-18-JAYADEV-BHAWAN-Biju-patnaik-nka-102-tama-janma-barsiki-upalakhye-tanka-upare-Postal-Stamp-udghatana-karoochantii-CM--13-1.jpg - 1.33 MB

ଭୁବନେଶ୍ୱରରୁ ଚକ୍ରଧର ମାଝି - ଓଡ଼ିଶାର ଯୁବ ଓ ଛାତ୍ର ସମାଜ ବିଜୁବାବୁଙ୍କ ପରି ଓଡ଼ିଶାର ବିକାଶ କାର୍ଯ୍ୟରେ ସାମିଲ ହେବା ସହ ସମସ୍ତ ଆହ୍ୱାନକୁ ସାହାସର ସହିତ ମୁକାବିଲା କରନ୍ତୁ । ଏହା ବ୍ୟତୀତ ଜନ ସାଧାରଣଙ୍କର ସଶକ୍ତିକରଣ ପାଇଁ କାମ କରିବା ଏବଂ ରାଜ୍ୟର ସ୍ୱାଭିମାନକୁ ବଜାୟ ରଖିବା ପାଇଁ ସବୁ କ୍ଷେତ୍ରରେ ସଂଗ୍ରାମ କରିବା ପାଇଁ ପ୍ରସ୍ତୁତ ହେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । 

ଓଡ଼ିଆ ଜାତିର ମହାନାୟକ, ଆଧୁନିକ ଓଡ଼ିଶାର ନିର୍ମାତା ତଥା କଳିଙ୍ଗ ସ୍ୱାଭିମାନର ପ୍ରତୀକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି ।

ମହାନ ଜନନାୟକ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ବିଜୁବାବୁ ବିକାଶର ମୂଳଦୁଅ। ପକାଇଥିଲେ । ଓଡ଼ିଶା ଅ।ଜି ବିକାଶର ସବୁ କ୍ଷେତ୍ରରେ ଦେଶର ଅ।ଗୁଅ । ରାଜ୍ୟମାନଙ୍କ ସହିତ ପ୍ରତିଯୋଗିତା କରି ଅ।ଗକୁ ବଢ଼ୁଛି । ବିଜୁ ପଟ୍ଟନାୟକଙ୍କ ଅ।ଦର୍ଶରେ ଅ।ଜି ରାଜ୍ୟ ପ୍ରଗତି ପଥରେ ଅ।ଗେଇ ଚାଲିଛି । ପ୍ରଗତିର ନୂଅ । ନୂଅ । ମାଇଲ୍ ଷ୍ଟୋନ୍ ଗଢ଼ୁଛି । ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶା ବିକାଶ ଓ ସଶକ୍ତିକରଣ ଥିଲା ବିଜୁବାବୁଙ୍କ ସର୍ବାଧିକ ପ୍ରାଥମିକତା ।  ବିଜୁବାବୁଙ୍କ ସ୍ମୃତିରେ ଅ ।ଜିଠାରୁ "ଅ।ମ ଗାଁ ଅ।ମ ବିକାଶ କାର୍ଯ୍ୟକ୍ରମ ଅ ।ରମ୍ଭ ହୋଇଛି । ସଚିବାଳୟକୁ ସିଧାସଳଖ ଗାଁ ସହିତ ଯୋଡିବା ଓ ଗାଁର ବିକାଶ ସହିତ ଗାଁ ଲୋକଙ୍କ ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ସଫଳ କାର୍ଯ୍ୟକ୍ରମ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।   

ସଂସ୍କୃତି ବିଭାଗ ତରଫରୁ ବିଜୁବାବୁଙ୍କ ଉପରେ ପ୍ରସ୍ତୁତ ସ୍ମାରକୀ ଡାକଟିକଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବା ସହିତ କେନ୍ଦ୍ର ସରକାର ଓ ଭାରତୀୟ ଡାକ ବିଭାଗକୁ ଧନ୍ୟବାଦ ଜଣାଇଥିଲେ । ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅ ।ୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅ ।ଇନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ପୌରୋହିତ୍ୟ କରି ବିଜୁବାବୁଙ୍କୁ କିମ୍ବଦନ୍ତୀ ଓ ଓଡ଼ିଶା ଇତିହାସର ବିକାଶ ପୁରୁଷ ଭାବରେ ଅଭିହିତ କରିଥିଲେ । ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଅ ।ରୁଖ, ପର୍ଯ୍ୟଟନ, ଓଡ଼ିଅ । ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ,  ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ  ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ହାର୍ଦ୍ଧିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ନନ୍ଦ ଓ ଓଡ଼ିଶାର ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା ମଧ୍ୟ ଉପସ୍ଥିତ ଥିଲେ । 

ପ୍ରଦୀପ ପ୍ରଜ୍ୱଳନ ଓ ବିଜୁବାବୁଙ୍କ ଫଟୋଚିତ୍ରରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ । ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁÂିତ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଅ ।ୟୋଜିତ ସ୍କୁଲ ଓ କଲେଜସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭାଗୀୟ ନିଦେ୍ର୍ଧଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍ୱନାମଧନ୍ୟ ଶିଳ୍ପୀମାନଙ୍କ ଦ୍ୱାରା ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । 

ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୟଦେବ ଭବନ ପରିସରରେ ନବନିର୍ମିତ "ଗୀତଗୋବିନ୍ଦ ସଦନଦ ପ୍ରେକ୍ଷାଳୟ ଉଦ୍ଘାଟନ କରିଥିଲେ ।  ୩୪ ହଜାର ୭୪୧ ବର୍ଗ ଫୁଟ ପରିମିତ ଏହି ସଦନ ନିର୍ମାଣରେ ୬ କୋଟି ୬୩ ଲକ୍ଷ ୬ ହଜାର ୬୩୯ ଟଙ୍କା ବିନିଯୋଗ କରାଯାଇଛି । ତିନିମହଲା ବିଶିଷ୍ଟ ଏହି ସଦନର ୧୧ ହଜାର ୫୯୫ ବର୍ଗ ଫୁଟ ପରିମିତ ଭୂତଳ, ୭ ହଜାର ୨୪୪ ବର୍ଗଫୁଟ ପରିମିତ ତଳ ମହଲା, ୭ ହଜାର ୮୦୦ ବର୍ଗଫୁଟ ପରିମିତ  ପ୍ରଥମ ମହଲା ଓ ୮ ହଜାର ୧୦୨ ବର୍ଗ ଫୁଟ ପରିମିତ ଦ୍ୱିତୀୟ ମହଲା ରହିଛି । ଭୂତଳରେ ପ୍ରାୟ ୩୦ଟି ଯାନ ପାର୍କିଂର ସୁବିଧା ଥିବାବେଳେ ତଳମହଲାରେ ୯୦ ଜଣ ବ୍ୟକ୍ତି ଖାଇ ପାରିବା ଭଳି ଭୋଜନାଳୟ, ପ୍ରଥମ ମହଲାରେ ଥିବା ପ୍ରେକ୍ଷାଳୟରେ ୧୬୪ ଜଣ ବ୍ୟକ୍ତି ବସି ପାରିବେ ଓ ସମ୍ମିଳନୀ କକ୍ଷରେ ୫୧ଟି ସିଟର  ବ୍ୟବସ୍ଥା ରହିଛି । ଦ୍ୱିତୀୟ ମହଲାରେ ପାଠାଗାରର ବ୍ୟବସ୍ଥା ରହିଛି ଓ ଏଥିରେ ୧୦୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିପାରିବେ । ଇ-ପାଠାଗାରରେ ୨୦ ଜଣ ଛାତ୍ରଛାତ୍ରୀ କମ୍ପ୍ୟୁଟର  ମାଧ୍ୟମରେ ଅନ୍ଲାଇନ୍ରେ ଉପାଦେୟ ପୁସ୍ତକମାନ ପଠନ କରିପାରିବେ । 

ଏହି ଲୋକାର୍ପଣ ଉତ୍ସବରେ ସୂଚନା ଓ ଲୋକସଂପର୍କ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅ।ଇନ ମନ୍ତ୍ରୀ   ପ୍ରତାପ ଜେନା, ଗାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଅ।ରୁଖ, ପର୍ଯ୍ୟଟନ, ଓଡ଼ିଅ। ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର(ମଧ୍ୟ) ବିଧାୟକ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର (ଉତର) ବିଧାୟକ  ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ମେୟର  ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅ।ୟୋଜିତ ବିଜୁ ପଟ୍ଟନାୟକଙ୍କ ଜୀବନୀ ଅ।ଧାରିତ ବିଭିନ୍ନ ବିରଳ ଫଟୋଚିତ୍ର ସମ୍ବଳିତ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଉଦ୍ଘାଟନ କରି ଅନ୍ୟାନ୍ୟ ଅତିଥିମାନଙ୍କ ସହିତ ବୁଲି ଦେଖିଥିଲେ ।  

05-03-18-JAYADEV-BHAWAN-Biju-patnaik-nka-102-tama-janma-barsiki-upalakhye-tanka-upare-Postal-Stamp-udghatana-karoochantii-CM--16.jpg - 1.19 MB

0
0
0
s2sdefault