ହେଡଲାଇନସ୍:

ଜେଏନୟୁ ଘଟଣାକୁ ବିଜେଡିର ତୀବ୍ର ନିନ୍ଦା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ : ନବୀନ 

ଭୁବନେଶ୍ବର: ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରେ ରକ୍ତପାତ ଘଟଣାକୁ ନେଇ  ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେ ଏଥିଲାଗି ଟ୍ୱିଟ୍ କରି ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ଦାବି କରି ଆସୁଥିବା ନବୀନ ଜେଏନୟୁ ଘଟଣାକୁ ନିନ୍ଦା କରି କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଏଭଳି ଘଟଣା ନିଶ୍ଚିତ ନିନ୍ଦନୀୟ ।  ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସକୁ ନିବେଦନ କରିବା ସହିତ ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ସେହିପରି ବିଜେଡିର ଜାତୀୟ ସ୍ତରରେ ଗଣମାଧ୍ୟମ ଚେହେରା ପାଲଟି ଯାଇଥିବା ଟାଣୁଆ ଯୁବନେତା ତଥା ରାଜ୍ୟସଭା ସାଂସଦ ଡ଼ ସସ୍ମିତ  ପାତ୍ର ମଧ୍ୟ ଅନୁରୂପ ଭାବେ ଜେଏନୟୁ ଘଟଣାକୁ ନିନ୍ଦା କରିଛନ୍ତି | ସେ ତାଙ୍କ ଟୁଇଟର ହାଣ୍ଡଲରେ ଉଲ୍ଲେଖ କରିଛନ୍ତି ଯେ " ମୁ ଜେଏନୟୁ ଛାତ୍ର ଛାତ୍ରୀଙ୍କ ଉପରେ ହୋଇଥିବା ଘୃଣ୍ୟ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରୁଛି | ଆଶା କରୁଛି ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ପୋଲିସ କଠୋର ପଦକ୍ଷେପ ନେବେ | କେବଳ ଅପରାଧୀଙ୍କୁ ଯେ ଗିରଫ କରିବେ ତା ନୁହେଁ ଜେଏନୟୁ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସୁରକ୍ଷିତ ଓ  ନିରାପଦ ବାତାବରଣ ନିଶ୍ଚିତ କରାଇବେ | ମୁଁ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି" ବୋଲି ଉଲ୍ଲେଖ କରିଛନ୍ତି ଡ଼ ପାତ୍ର |

.ସୂଚନାଯୋଗ୍ୟ,ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ଗତକାଲି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ସନ୍ଧ୍ୟାରେ ପ୍ରାୟ ୫୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜେଏନ୍ୟୁ କ୍ୟାମ୍ପସରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ନିର୍ମମଭାବେ ଆକ୍ରମଣ କରିଥିଲେ। ଏତେ ବର୍ବର ସେମାନେ ପାଲଟି ଯାଇଥିଲେ ହେ ପିଲାମାନଙ୍କ ରକ୍ତାକ୍ତ କରିବା ସହ ଅଧ୍ୟାପକମାନଙ୍କ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ |ଏହି ଘଟଣାର ଦେଶବ୍ୟାପୀ ନିନ୍ଦା କରାଯିବ ସହ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ନାପସନ୍ଦ କରାଯାଇଛି |  ହାତରେ ଲୁହା ଛଡ  ଏବଂ ବାଡ଼ି ଧରିଥିବା ଏହି ଦୁର୍ବୃତ୍ତମାନେ ହଷ୍ଟେଲ ଭିତରେ ପଶି ପିଲାମାନଙ୍କୁ ଏକ ମୁଣ୍ଡିଆ ପଶୁ ଭଳି ପିଟି ଚାଲିଲେ | ଆକ୍ରମଣରେ ୨୮ ଜଣ ଗୁରୁତର ଭାବେ ଆହତ ହୋଇ ଏମ୍ସରେ ଭର୍ତି ହୋଇଥିଲେ। ଗୁରୁତର ଆହତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଐଶୀ ଘୋଷ୍ ବି ସାମିଲ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ  ବିଜେପିରସମର୍ଥିତ  ଛାତ୍ର ସଂଗଠନ ଏବିଭିପିକୁ ଦାୟୀ କରିଛି। ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି।

ଏହି ଆକ୍ରମଣ କଲା ବେଳେ  ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିଲା | ଶିକ୍ଷକ ମାନେ  ଏହାର ବିରୋଧ କରିବାରୁ ଓ ସେମାନଙ୍କୁ ଏଥିରୁ ବିରତ ରହିବାକୁ ଚେଷ୍ଟା କରିବାରୁ ସେମାନଙ୍କ ଉପରେ ବି ପଡିଥିଲା ପହଁରା | ଦୁର୍ବୃତ୍ତଙ୍କ ଆକ୍ରମଣରୁ ବହୁ  ପ୍ରଫେସର ବାଦ ପଡ଼ିନାହାନ୍ତି | 

 

0
0
0
s2sdefault