ହେଡଲାଇନସ୍:

ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବା ସିଏଏର ମୁଖ୍ୟ ଲକ୍ଷ୍ୟ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହାକାଳପଡା ସମାବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ

 ସିଏଏକୁ ନେଇ ମନରେ କୌଣସି ସନେ୍ଦହ ନରଖନ୍ତୁ ଶରଣାର୍ଥୀ

 ଧାର୍ମିକ ଆଧାରରେ ନିର୍ଯାତନାର ଶୀକାର ହେଉଥିବା ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ତିଆରି ହୋଇଛି ଏହି ଆଇନ

 ଓଡିଶାର ଯେତେ ସଂଖ୍ୟାଲଘୁ ଶରଣାର୍ଥୀ ଅଛନ୍ତି ତାଙ୍କୁ ସମସ୍ତ ଅଧିକାର ସ୍ଥାୟୀ ଭାବେ ପ୍ରଦାନ କରାଯିବ

 ବିରୋଧୀ କଂଗ୍ରେସ ଅସହିଷ୍ଣୁ ହୋଇ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛି

 ବିରୋଧୀ ଦଳ ମାନେ ଯେଉଁ ଗୁଜବ ପ୍ରଚାର କରୁଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ

 ୨ ଟି ଶରଣାର୍ଥୀଙ୍କ ଘରକୁ ଯାଇ ଆଇନ ସଂପର୍କରେ ସଚେତନ କରିଲେ କେନ୍ଦ୍ର ମନ୍ତ୍ରୀ  ଶ୍ରୀ କୁଲସ୍ତେ

କେନ୍ଦ୍ରାପଡା/ଭୁବନେଶ୍ୱର,(ଶାସକ ପ୍ରଶାସକ) : ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାଠାରେ ଆୟୋଜିତ ସମାବେଶରେ ସମ୍ବୋଧିତ କରିଛନ୍ତି । 

ଶ୍ରୀ କୁଲସ୍ତେ କହିଛନ୍ତି ଯେ, ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଏକ ଚୁକ୍ତି ହୋଇଥିଲା ଯାହା ନେହରୁ- ଲିଆକତ ଚୁକ୍ତି ନାମରେ ପରିଚିତ । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁମାନଙ୍କ ବିଷୟରେ ଚିନ୍ତା କରିବେ ବୋଲି କୁହା ଯାଇଥିଲା । ଏହି ଚୁକ୍ତିକୁ ଭାରତ ପାଳନ କଲା ହେଲେ ପାକିସ୍ତାନ ପାଳନ କଲା ନାହିଁ । ଦେଶ ବିଭାଜନ ବେଳେ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ୨୩ ପ୍ରତିଶତରୁ ଉଦ୍ଧ୍ୱର୍ ଥିବା ବେଳେ ସେଠାରେ ଲଗାତାର ଧାର୍ମିକ ଆଧାରରେ ନିର୍ଯ୍ୟାତନା କାରଣରୁ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ଦୁଇ ପ୍ରତିଶତରୁ କମରେ ପହଂଚି ସାରିଛି । ଦେଶକୁ ଧାର୍ମିକ ଆଧାରରେ ବିଭାଜନ କରା ଯାଇଥିବା କାରଣରୁ ଭାରତରୁ ଅଲଗା ହୋଇ ଇସଲାମୀ ଦେଶ ନିର୍ମାଣ ହୋଇଥିବାରୁ ସେଠାରେ ଧାର୍ମିକ ଆଧାରରେ ନିର୍ଯ୍ୟାତନାର ଶୀକାର ହେଉଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ଭାରତର ନୈତିକ ଦାୟିତ୍ୱ ।

ଏହି ଆଇନ୍ ୩୧ଡିସେମ୍ବର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବ । ନାଗରିକତା ସଂଶୋଧନ ଆଇନ୍ କୌଣସି ଭାରତୀୟଙ୍କ ନାଗରିକତ୍ୱ ନେବନି ବରଂ ସମସ୍ତ ଦେଶବାସୀ ନାଗରିକତ୍ୱ ପାଇବାର ବ୍ୟବସ୍ଥା ରହିଛି । ଏହି ଆଇନ ଦ୍ୱାରା ଦେଶ ସମେତ କେନ୍ଦ୍ରାପଡାରେ ଥିବା ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ଦେବା ସହ ସେମାନଙ୍କୁ ରାସନ କାର୍ଡ, ଭୋଟର ଆଇଡି, ଆଧାର କାର୍ଡ ଆଦି ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଆଇନ ଆଣି ଶରଣାର୍ଥୀମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଏହି ଆଇନ ଭାରତର ସଂସଦରେ ପାସ ହୋଇଛି । ଏହି ଆଇନ ଦେଶର ସମସ୍ତ ରାଜ୍ୟରେ ଲାଗୁ କରାଯିବ । ଓଡିଶାର ଯେତେ ସଂଖ୍ୟାଲଘୁ ଶରଣାର୍ଥୀ ଅଛନ୍ତି ତାଙ୍କୁ ସମସ୍ତ ଅଧିକାର ସ୍ଥାୟୀ ଭାବେ ପ୍ରଦାନ କରାଯିବ ବୋଲି ଶ୍ରୀ କୁଲସ୍ତେ କହିଛନ୍ତି । 

 ମୋଦୀ ସରକାର କାଶ୍ମିରରୁ ୩୭୦ ଧାରା ଉଚ୍ଛେଦ କରିବା, ତ୍ରିପଲ ତଲାକ କାନୁନ ଏବଂ ଏବେ ନାଗରିକତା ସଂଶୋଧନ ଆଇନ ଆଣି ଦେଶର ବିକାଶରେ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେ ନେଇଛନ୍ତି । ବିରୋଧୀ କଂଗ୍ରେସ ଅସହିଷ୍ଣୁ ହୋଇ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛି । ବିରୋଧୀ ଦଳ ମାନଙ୍କ ପକ୍ଷରୁ ଏପରି ଗୁଜବ ସୃଷ୍ଟି କରାଯାଉଛି ଯେ, ମୁସଲମାନ ମାନଙ୍କଠାରୁ ନାଗରିକତା ଛଡାଇ ନିଆଯିବ । ତେବେ ବିରୋଧୀ ଦଳ ମାନେ ଯେଉଁ ଗୁଜବ ପ୍ରଚାର କରୁଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ବିରୋଧୀଙ୍କ ଅପପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ କି ହିଂସା ସୃଷ୍ଟି କରି ଜାତୀୟ ସଂପତିକୁ ନଷ୍ଟ ନ କରିବାକୁ ଶ୍ରୀ କୁଲସ୍ତେ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ ଏହି ଗସ୍ତ ଅବସରରେ ମହାକାଳପଡାର ୨ଟି ଶରଣାର୍ଥୀଙ୍କ ଘରକୁ ଯାଇ ଏହି ଆଇନ ସଂପର୍କରେ ସଚେତନ କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ଭୁବନ ମୋହନ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ, ମାର୍ଶାଘାଇ ବିଧାନସଭା ଦଳୀୟ ପ୍ରାର୍ଥୀ ବିଜୟ ପ୍ରଧାନ, ଦୁର୍ଯ୍ୟୋଧନ  ସାହୁ, ବିଷ୍ନୁ ଦାଶ, ଉମାକାନ୍ତ ପଟ୍ଟନାୟକ, ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault