ହେଡଲାଇନସ୍:

      ୫ମ ଦିନ ମ୍ୟାଚରେ  ପତାକା କ୍ଳବ ଅନୁଗୁଳୁକୁ ହରାଇ ପଦ୍ମଶ୍ରୀ ସ୍ପୋର୍ଟିିଙ୍ଗ କ୍ଲବ୍ ଫୁଲବାଣୀ ବିଜୟୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ ୨୦୨୦ 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ୪ର୍ଥ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡ଼ଗାଁ କପ୍ ୨୦୨୦ ର ୫ମ ଦିନ ମ୍ୟାଚରେ  ପତାକା କ୍ଳବ ଅନୁଗୁଳୁକୁ ହରାଇ ପଦ୍ମଶ୍ରୀ ସ୍ପୋର୍ଟିିଙ୍ଗ କ୍ଲବ୍ ଫୁଲବାଣୀ ୫-୨ ଗୋଲରେ ବିଜୟୀ ହେବା ସହିତ ସେମି-ଫାଇନାଲକୁ ଉନ୍ନୀତ ହୋଇଛି । ରବିବାର ଦିନ  ନିର୍ଦ୍ଧାରିତ ସମୟରେ ଖେଳ ଆରମ୍ଭ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧ ମ୍ୟାଚ୍ ଆରମ୍ଭ ହେବାର ୫ ମିନିଟ୍ ପରେ ଫୁଲବାଣୀ କ୍ଳବ୍ ୧୧ ନମ୍ବର ଜର୍ସି ଦାଶରଥି କଅଁର ପ୍ରତିପକ୍ଷ ପତାକା କ୍ଳବ ଅନୁଗୁଳୁକୁ ପ୍ରଥମ ଗୋଲ ଦେଇଥିଲେ । ଏହାର ୧ ମିନିଟ୍ ବ୍ୟବଧାନରେ ଅନୁଗୁଳୁ ଫୁଲବାଣୀକୁ ଗୋଲ ଦେଇ ବରାବର ସ୍ଥିତିରେ ପହଁଚିଯାଇଥିଲା । ଦିତୀୟାର୍ଦ୍ଧ ଖେଳର ୪ ମିନିଟ ବେଳେ ଫୁଲବାଣୀ କ୍ଳବ୍ ଅନୁଗୁଳୁ କ୍ଲବକୁ ଆଉ ଏକ ଗୋଲଦେଇଥିଲା । ତାର ୫ ମିନିଟ୍ ପରେ ଅନୁଗୁଳୁ ଫୁଲବାଣୀକୁ ଅନ୍ୟଏକ ଗୋଲ ଦେଇଥିଲା । ତେବେ ଖେଳର ଶେଷାର୍ଦ୍ଧରେ ଫୁଲବାଣୀର ଆକ୍ରମଣାତ୍ମକ ଖେଳରେ ଅନୁଗୁଳୂ ତିଷ୍ଟି ପାରିନଥିଲା । ପୁଣି ୧୮ମିନିଟ ଏବଂ ୮ ମିନିଟ୍ ବ୍ୟବଧାନରେ ଫୁଲବାଣୀ ଅନୁଗୁଳୁକୁ ଆଉ ୨ଟି ଗୋଲଦେଇ ୫-୨ ଗୋଲରେ ବିଜୟ ହାସଲ କରିଥିଲା । ଫୁଲବାଣୀ କ୍ଳବର ୧୧ ନମ୍ବର ଜର୍ସି ଦାଶରଥି କଅଁର ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଲେ । ରେଫରି ଶିବଶଙ୍କର ପଣ୍ଡା ମ୍ୟାଚ୍ ପରିଚାଳନା କରିଥିବା ବେଳେ ରତ୍ନାକର  ବାରିକ, ସରୋଜ ଦାଶ, ପ୍ରିୟବ୍ରତ ବାହିନିପତୀ ସହାୟତା କରିଥିଲେ । ଆଜିର ଅତିଥି ଭାବେ ଶରଧାପୁରୁ, ସୁନାମୁହିଁ ଓ କୋମଣ୍ଡ ପଂଚାୟତ ସରପଂଚ ଶ୍ରୀଧର ଦଳେଇ, ମାନସ ସାହୁ, ସୁଶାନ୍ତ ଦଳେଇଙ୍କ ସହିତ ଆଇନଜିବୀ ପ୍ରମୋଦ ବିଶ୍ୱାଳ, ପ୍ରମୋଦ କୁମାର ପାତ୍ର, ଦିବାକର ନାୟକ, ଜିପିଓ ମନୋଜ କୁମାର ବେହୁରା ପ୍ରମୁଖ ଯୋଗଦେଇଥିଲେ । ଆବାହକ ଲୋକନାଥ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁଶାନ୍ତ କୁମାର ପାତ୍ର, ନରେଶ ପାଣିଗ୍ରାହୀ ଆଜି ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ସୋମବାର ଦିନ ପ୍ରଥମ ସେମିଫାଇନାଲ ମ୍ୟାଚରେ ବିଡାନାସୀ କଟକ ଓ ସୁନାବେଡ଼ା କୋରାପୁଟ୍ ମଧ୍ୟରେ ଅନୁଷ୍ଠିତ  ହେବ । 

 

0
0
0
s2sdefault