ହେଡଲାଇନସ୍:

ଭିଜୁଛି ଧାନ, ଚାଷୀ ମହଲରେ ଉଦବେଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି / ନିରାକାର ମେହେର : ରାଜ୍ୟ ର ବିଭିନ୍ନ ପ୍ରାନ୍ତ ଭଳି ସିନାପାଲି ଅଞ୍ଚଳ ରେ ଝିପି ଝିପି ବର୍ଷା ଲାଗି ରହିଛି !ଅମଳ ପରେ ଏବେ ଚାଷୀ କୁଳ କିଣାବିକା ରେ ଲାଗିପଡ଼ିଥିବା ବେଳେ ଅଦିନିଆ ବର୍ଷା ସାଜିଛି କାଳ !ଖୋଲା ଆକାଶ ତଳେ ହଜାର ହାଜର ପକେଟ ଧନ ପଡ଼ିରହିଥିବା ବେଳେ ଅଦିନିଆ ବର୍ଷା ରେ ଭିଜୁଥିବା ଧାନ ଦେଖି ଚାଷୀ ଙ୍କ ନିଦ ହଜିଯାଇଛି !

ସିନାପାଲି ଅଂଚଳ  ରଏମିତି କି ସିନାପାଲି, କେନ୍ଦୁମୁଣ୍ଡା, ଗମ୍ହାରିଗୁଡା, କାମପୁର ର ମଣ୍ଡି ରେ ଅଦିନିଆ ବର୍ଷା ରେ ଧାନ ଭିଜୁଥିବା ର ଦେଖିବାକୁ ମିଳିଛି !ହେଲେ ଧାନ କିଣୁ ଥିବା  ମିଲର ଦେଖା ନାହିଁ !ଧାନ  ବର୍ଷା ରେ ଭିଜୁ ଥିଲେ ମଧ୍ୟ କୌଣସି ମିଳର ଧାନ  ଘୋଡାଇବା ପାଇଁ ଦରି ଟିଏ ଦେଇନାହାନ୍ତି !ଆଉ ଧାନ ଓଜନ କରିଲା ବେଳେ ଗୋଟିଏ ପକେଟ ପ୍ରତି 6 କେଜି ର କଟଣି ଛଟଣି କରୁଛନ୍ତି ଓ ଭିଜିଥିବା ଧାନ କୁ ମଧ୍ୟ ପକେଟ ପ୍ରତି 1କେଜି କାଟୁ ଥିବାର ଅଭିଯୋଗ ହେଇଛି ଏହା ସହିତ ଚାଷୀ ଙ୍କ ଠାରୁ ଧାନ ପକେଟ ନେଇ ମିଳର୍ସ ମାନେ ପକେଟ ଫେରେବା ପାଇଁ ନାରାଜ ହେଉଛନ୍ତି !

0
0
0
s2sdefault