ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ  ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର-୨୦୨୦ କାର୍ଯ୍ୟକ୍ରମ ୩ ଦିନିଆ ଉଦ୍ ଘାଟିତ ହୋଇଯାଇଛି ।

   ଗଜପତି ଜିଲ୍ଲା ପ୍ରଶାସନ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ,  ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ରାଷ୍ଟ୍ରୀୟ ବାଲସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ଆନୁକୂଲ୍ୟରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କଟକ ଜିଲ୍ଲାର ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ଏସଭି:ନିରତାର) ବୈଷୟିକ ସହାୟତାରେ ଏହି ଅସ୍ତ୍ରୋପଚାର ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

     ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ଶାହା  ଉଦ୍ ଘାଟନ କରି ପୂର୍ବରୁ ଜନ୍ମଗତ ପାଦ ବିକୃତି ଥିବା ଛୋଟ ପିଲା ଶୁନ ଠାରୁ ୧୪ ବର୍ଷ ବୟସ ପିଲା ମାନଙ୍କୁ ରାଷ୍ଟ୍ରୀୟ ବାଲସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଭ୍ରାମ୍ୟମାଣ ଦଳ ଦ୍ୱାରା ଅଙ୍ଗନବାଡି ଓ ଆଶା କର୍ମୀ ମାନଙ୍କ ସହଯୋଗରେ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଅସ୍ତ୍ରୋପଚାର ମାଧ୍ୟମରେ ରହିଥିବା ଜନ୍ମଗତ ପାଦ ବିକୃତି ସବୁ ଠିକ୍ କରାଯିବ । ଏଥିପାଇଁ କଟକ ଜିଲ୍ଲାର ଓଲଟପୁର ସ୍ଥିତ ଏସଭି:ନିରତାର ସଂସ୍ଥାର ବିଶେଷଜ୍ଞ ତଥା କୁଶଳୀ ଡାକ୍ତର ଦଳ ଆସିଛନ୍ତି। ବର୍ତ୍ତମାନ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ ଚାଲିଛି ।  ଅସ୍ତ୍ରୋପଚାର ପରେ ଡାକ୍ତରୀ ଦଳ ପରାମର୍ଶ ଦେବା ପ୍ରକାରେ ସମ୍ପୃକ୍ତ ପିଲାମାନଙ୍କୁ ଆବଶ୍ୟକ ସୁବିଧା ଜିଲ୍ଲା ପ୍ରଶାସନ ପକ୍ଷରୁ  ଯୋଗାଇ ଦିଆଯିବ ବୋଲି କହିଥିଲେ ।

   ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ଗୁନୁରାଣୀ ପଟ୍ଟନାୟକ  ଯୋଗଦେଇ ଏହି ଅସ୍ତ୍ରୋପଚାର ଶିବିରରେ  କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ  ଏହି ଅସ୍ତ୍ରୋପଚାର ଶିବିର କାର୍ଯ୍ୟକ୍ରମରେ ଗଜପତି ଜିଲା ସମେତ ପଡୋଶୀ ଆନ୍ଧ୍ର , ଗଂଜାମ ଓ ରାୟଗଡା ଜିଲ୍ଲାର ଛୋଟ ପିଲା ମାନେ ମଧ୍ୟ ଆସିଛନ୍ତି । ସେମାନଙ୍କ ଅସ୍ତ୍ରୋପଚାର ପାଇଁ ସମସ୍ତ ପ୍ରକାର ସୁବିଧା ବ୍ୟବସ୍ଥା କରା ଯାଇଛି ବୋଲି କହିଥିଲେ ।

   ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାଃ ପ୍ରଦୀପ କୁମାର ପାତ୍ର , ଡ଼ିପିଏମ.ସୌମ୍ୟାରାଣୀ ଗୌଡ ,  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ , ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ସାଇ ପ୍ରସାଦ ଦାସ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରା  ଓ ସଂଯୋଜିକା ଶିବାନୀ ପାଣିଗ୍ରାହୀ , ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞ ଡାଃ ଶାନ୍ତନୁ ପାଢ଼ୀ , ଏବଂ ଡିଏମଓ-ଡିଏଚଏଚ- ଡାଃ ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

   ପିଲାମାନଙ୍କ ଜନ୍ମଗତ ପାଦ ବିକୃତିର ସଫଳ ଅସ୍ତ୍ରୋପଚାର ପରେ ସେମାନଙ୍କ ପାଦ ଅନୁସାରେ ଜୋତା , ଏସଭି:ନିରତାର ସଂସ୍ଥା ମାଧ୍ୟମରେ ଏବଂ ଜିଲ୍ଲା ସଅଳ ଚିକିତ୍ସା ଓ ପରୀକ୍ଷା  କେନ୍ଦ୍ର ଜରିଆରେ ଫିଜିଓଥେରାପି ଦିଆ ଯିବାର ବ୍ୟବସ୍ଥା କାରାଯାଇଛି ।

 ଯାହା ଫଳରେ ସମ୍ପୃକ୍ତ ଛୋଟ ପିଲାମାନେ ଭବିଷ୍ୟତରେ ସେମାନେ ନିଜ ଗୋଡ଼ରେ ଛିଡା ହୋଇପାରିବା ସହ ସମାଜର ମୁଖ୍ୟ-ସ୍ରୋତରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି ।

ଏହି  ୩ ଦିନିଆ ଜନ୍ମଗତ ପାଦ ବିକୃତି ଅସ୍ତ୍ରୋପଚାର ଶିବିର କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକା ନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ଏସଭି-ନିରତାର) ପକ୍ଷରୁ ସଂସ୍ଥାର ବିଶେଷଜ୍ଞ ଡାକ୍ତର ଡାଃ ନିବେଦିତା ଦାସଙ୍କ ନେତୃତ୍ୱରେ , ଡାଃ. କେଏସ୍ ରାଓ , ଡାଃ. ଜିତେନ୍ଦ୍ର ଷଡଙ୍ଗୀ , ଡାଃ ସୁଧାକର ପ୍ରଧାନଙ୍କ ସମେତ ସହଯୋଗ ପାଇଁ ସିଷ୍ଟର ହେମନ୍ତ ମଞ୍ଜରୀ ଦେଇ , ବେଣୁଲତା ବେହେରା  ଓ ରମେଶ ପ୍ରମୁଖ ଆସି ଅସ୍ତ୍ରୋପଚାର  କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି  ।

0
0
0
s2sdefault