ହେଡଲାଇନସ୍:

କେନ୍ଦୁପତ୍ର ତୋଳାଳୀ ଉଷାବତୀଙ୍କ ଦୁଃଖ ଦୂର କରିବେ କି  ସରକାର !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ/ସଚିନ ସାହୁ :- କେନ୍ଦୁପତ୍ର ସଂଗ୍ରହକରି ନିଜର ଜୀବିକା ନିର୍ବାହ କରୁଥିବା ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ କେରବେଡା ଗ୍ରାମର ଉସାବତୀ ଖର୍ସେଲ ଝିଅର ବିବାହ ସହାୟତା ପାଇଁ ଆବେଦନ କରି ନିରାଶ  ହୋଇଥିବା ଅଭିଯୋଗ କରିଛନ୍ତି |  ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦୁପତ୍ର ମାଧ୍ୟମରେ କୋଟି କୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ ଉଷାବତୀ   ଦିନ ରାତି ପରିଶ୍ରମ କରି ମଧ୍ୟ ନିଜ ଝିଅ ବିବାହ ସହାୟତା ପାଇନାହାନ୍ତି | ଗରିବ ଜନସାଧାରଣଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ କିଛି ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଜିଲ୍ଲାର ନିରୀହ ଲୋକମାନଙ୍କର ଉନ୍ନତି ହୋଇପାରୁନାହିଁ  | ମୁଖ୍ୟତଃ ଗରିବ ଶ୍ରେଣୀର ଲୋକମାନେ ନିଜ ଏବଂ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ କେନ୍ଦୁପତ୍ର ମହୁଲ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରିଥାନ୍ତି |  ସେହିଭଳି ଉଷାବତୀ ଖର୍ସେଲ ମଧ୍ୟ ସକାଳୁ ଭୋରରୁ ଉଠି ନିକଟସ୍ଥ ଜଙ୍ଗଲମାନଙ୍କୁ ଯାଇ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି ଓ ସେଥିରୁ ଯାହା ପାରିଶ୍ରମିକ ମିଳେ ସେଥିରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି | ସେ ଗତ 27.04.2019 ରେ ନିଜ ଝିଅ ରୋହିଣିର ବିବାହ କରିଥିଲେ | ବଲାଙ୍ଗୀର ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ କେନ୍ଦୁପତ୍ର ତୋଳାଳୀ ଉଷାବତୀଙ୍କୁ ତାଙ୍କ ଝିଅ ବାହାଘର ସମ୍ବନ୍ଧୀୟ ସହାୟତା ପ୍ରଦାନ କରିବାକୁ ଜନସାଧାରଣରେ ଦାବିହେଉଛି.| 

 

0
0
0
s2sdefault