ହେଡଲାଇନସ୍:

ଖୁସି ପାଲଟିଲା ଦୁଃଖ : ଦୁର୍ଘଟଣା ନେଲା ୨ ଜୀବନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 (ଆଠମଲ୍ଲିକ/ସନ୍ତୋଷ ମେହେର): ପିକନିକ କରିବାକୁ ଯାଇଥିବା ବେଳେ ଘଟିଥିବା ଏକ ଦୁର୍ଘଟଣାରେ ଚାଲିଯାଇଛି  ଦୁଇଟି ଜୀବନ | ଅଘଟଣାଟି ଘଟିଥିଲା ଆଠମଲ୍ଲିକର ମାଧପୁର ନିକଟରେ | ଜଣକର ମାଧପୁର ଉପକେନ୍ଦ୍ରରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣହାନୀ ଘଟିଛି |

ସୂଚନା ମୁତାବକ ମାଧପୁର ନିକଟସ୍ଥ ମନଜୋର ନିକଟକୁ ବନଭୋଜି ପାଇଁ ଆସିଥିବା ଯୁବକ ମାନେ ମାଧପୁରକୁ କୌଣସି ଜିନିଷ ନେବାକୁ  ଆସିଥିଲେ I ମାଧପୁର ମନଜୋରକୁ ଫେରୁଥିବା ବେଳେ ନୂଆଗାଁ ଛକ ନିକଟରେ ଏକ ପିକଅପ ଧକ୍କା ଦେଇ ଫେରାର ହୋଇଯାଇଛି I ଦୁର୍ଘଟଣାରେ ଆହତ ହୋଇଥିଲେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ପଂଚାୟତ ତାଳମଳିହା ଗ୍ରାମର ଯୁବକ ଚିତ୍ତରଞ୍ଜନ ସାହୁ,  ବିକାଶ ସାହୁ ଏବଂ ସୁଜିତ ପ୍ରଧାନ I ସେହିଠାରେ ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ  ହୋଇଥିଲେ |  ପରେ ବିକାଶ ସାହୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୋଳରେ ମୃତ ଘୋଷଣା କରାଯାଇଥିବା ଜଣାପଡିଛି |

 

0
0
0
s2sdefault