ହେଡଲାଇନସ୍:

କହିଁପେ ନିଗାହେଁ, କାହିଁ ପେ ନିଶାନା,ମନ୍ତ୍ରୀମଣ୍ଡଳ ରେ ଛୋଟ ଧରଣର ଅଦଳବଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-02-18.jpg - 122.75 kB

 ପାରିବାରପଣିଆକୁ ପୁରସ୍କାର, ପ୍ରତାପ ଓ ସୁଶାନ୍ତ ପୁରସ୍କୃତ

ନିରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲମଲ୍ଲିକଙ୍କୁ ମିଳିଲା ନୂଆ ଦାୟିତ୍ୱ 

ମନ୍ତ୍ରୀମଣ୍ଡଳ ରେ ଛୋଟ ଧରଣର ଅଦଳବଦଳ ହୋଇଛି। ଜଳ ସମ୍ପଦ ବିଭାଗ ଆଉ ପୂର୍ତ୍ତ ବିଭାଗ ମୁଖ୍ୟମନ୍ତ୍ରୀ  ଛାଡିଛନ୍ତି। ନିରଞ୍ଜନ ପୂଜାରୀଙ୍କୁ  ଜଳ ସମ୍ପଦ, ପ୍ରଫୁଲ୍ଲ ମଲିକଙ୍କୁ ପୂର୍ତ୍ତ  ବିଭାଗ ଦେଇଛନ୍ତି `| ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ସୁଶାନ୍ତ ସିଂ ଓ ପ୍ରତାପ ଜେନାଙ୍କ ଶକ୍ତି ବର୍ଦ୍ଧନ | ବିଜେପୁର ନିର୍ବାଚନ ପରେ ହୋଇଥିବା ଏହି ଅଦଳବଦଳରେ ବିଜେପୁର ବିଜୟର ଲଢୁଆ ସୈନିକ ସୁଶାନ୍ତ ସିଂଙ୍କୁ  ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଥିବା ବେଳେ ନିଜ ମନ୍ତ୍ରିମଣ୍ଡଳର ପରିବାର ତଥା କାମିକିଆ ମଂତ୍ରୀ  ପ୍ରତାପ ଜେନାଙ୍କୁ  ସୂଚନା ଓ ଲୋକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ ବିଭାଗ ଦେଇଛନ୍ତି | ହେଲେ ଏହି ଦୁଇଙ୍କୁ ଅତିରିକ୍ତ ବିଭାଗ ଦାଇତ୍ୱ ଦେବା ଯଦିଓ ହାଲକା ଲାଗିପାରେ ହେଲେ ଏହା ନବୀନଙ୍କ "କହିଁ ପେ ନୀଗାହେଁ କହିଁପେ ନିଶାନା ବୋଲି କୁହାଯାଉଛି | 

ବିଜେପିର ଆଖିରେ ଆଙ୍ଗୁଠି ଗେଞ୍ଜି ବିଜେପୁର ଗଡ ଦଖଲ କରିବା ପରେ ଏବେ ଆଉ ଏକ ତମାଚା ମାରିଛନ୍ତି ନବୀନ ବିଜେପି ଗାଲରେ  । ବିଜେପୁର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେପିର ସବୁଠାରୁ ବେଶି ଯଦି ଥିଲା ତାହା ଥିଲା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ  । ବିଜେଡି ଯୁବ ବି୍ରଗେଡ୍ର ଏହି ଗୁରୁତ୍ୱପୂର୍ଣ୍ଣ ସୈନିକ ଜଣକ ବିଜେପୁର ବିଜୟର ନକ୍ସା ନିଜେ ଆଙ୍କିଥିଲେ, ଆଉ ତାକୁ ସାକାର ରୂପ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଆଉ ତାଙ୍କ ଉଦ୍ୟମକୁ ସମର୍ଥନ ଦେଇଥିଲେ ତାଙ୍କର ଅନ୍ୟତମ ବନ୍ଧୁ ବବି ଦାସ  । ଦଳର ବିରୋଧ  ଥିଲା, ନେତାମାନେ ବିରୋଧ କରିଥିଲେ । ଏପରିକି ବରଗଡ ଜିଲ୍ଲା ରାଜନୀତିର କର୍ଣ୍ଣଧାର ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ବିରୋଧ କରିଥିଲେ । ଅଶୋକ ପାଣିଗ୍ରାହୀ ବିଦ୍ରୋହୀ ସାଜିଥିଲେ  । ପ୍ରଭାଦିତ୍ୟ ମିଶ୍ର ମଧ୍ୟ ନାରାଜ ଥିଲେ ରୀତାଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ନେଇ  । ହେଲେ ଏ ସବୁ ସତ୍ତେ୍ୱ ପୂର୍ବରୁ କେଉଁ ଦଳରେ ନଥିବା ରୀତାଙ୍କୁ ବିଜେଡିକୁ ନେବା ପାଇଁ ସୁଶାନ୍ତଙ୍କ ଉଦ୍ୟମକୁ ଦଳର ସଭାପତି ଆସ୍ଥା ପ୍ରକଟ କରିଥିଲେ । କାରଣ ହେଲା ସୁବଳ ସାହୁ ଜୀବିତ ଥିବା ବେଳେ ତାଙ୍କୁ ବିଜେଡିକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ମନ୍ତ୍ରୀ ମହୋଦୟ ସଫଳ ହୋଇଥିଲେ ସୁବଳଙ୍କ ପତ୍ନୀ ଗୀତାଙ୍କୁ ବିଜେଡିକୁ ଆଣିବାରେ । କାରଣ ସୁବଳଙ୍କ ଦେହାନ୍ତ ପରେ ଗୀତାଙ୍କୁ ବିଜେପିକୁ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଗୀତା ବିଜେଡିକୁ ଆସିବା ପରେ ଯାହା ଘଟିଲା ରାଜ୍ୟବାସୀ ଜାଣନ୍ତି  । ଆଉ ବିଜେପୁରରେ ସୁଶାନ୍ତଙ୍କ ଆକ୍ରମକ ରବୈୟା ବିରୋଧୀ ବିଜେପି ଶିବିରକୁ ଚିନ୍ତା ଗ୍ରସ୍ତ କରାଇଥିଲା । ସୁଶାନ୍ତଙ୍କ ସହିତ ତାଳ ଦେଇଥିଲେ ବିଜେଡିର ‘ଟାର୍ଗେଟ ହିଟିଂ ୟଙ୍ଗ ବି୍ରଗେଡ ।’ ସୁଶାନ୍ତଙ୍କ ବିରୋଧରେ ବହୁବାର ଅଭିଯୋଗ କଲା ବିଜେପି, ଏପରିକି ବିଜେଡିର ସୁଶାନ୍ତ ଓ ଅରୁଣଙ୍କୁ ତଡିପାର କରାଇବା ପାଇଁ ବା ବିଜେପୁର ବାହାରେ ରହିବା ପାଇଁ ନିର୍ଦ୍ଦେଶ  ଦେବାକୁ ମୁଖ୍ୟ ଦାବି ହେଲା ବିଜେପି ପକ୍ଷରୁ  । ସମସ୍ତଙ୍କୁ ଶ୍ରେୟ ଯଦିଓ ଯିବ, ହେଲେ ସୁଶାନ୍ତଙ୍କୁ ଶ୍ରେୟ ଅଧିକ  ଦିଆଯାଇପାରେ । ନିର୍ବାଚନ ସମୟରେ ବିଜେପିର ଟାର୍ଗେଟ ଜବାବ ଦେଇଚନ୍ତି ମୁଖ୍ୟମନ୍ତ୍ରୀ  । ସୁଶାନ୍ତଙ୍କୁ ଦେଇଛନ୍ତି ପୁରସ୍କାର ଭାବେ ଶକ୍ତି ବିଭାଗ ଦାୟିତ୍ୱ ଅତିରିକ୍ତ ଭାବେ  । 

ବିଜେପୁର ନିର୍ବାଚନ ପ୍ରକ୍ରି୍ରୟା ବେଳେ ଆଉ ଏକ ଘଟଣା ଘଟିଥିଲା ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ଥିଲା ମାହାଙ୍ଗା ଉପାଖ୍ୟାନ !   ନିର୍ବାଚନକୁ ଆଖିରେ ରଖି ବିଜେପିକୁ ସୁହାଇବା ଭଳି କାମ କରିଥିଲେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଟାର୍ଗେଟ ଥିଲା ନବୀନଙ୍କ ଭାବମୂର୍ତ୍ତୀ, ମାଧ୍ୟମ ଥିଲା ପାଣିଟାଙ୍କି ଆଉ ରଣଭୂଇଁ ପାଲଟିଥିଲା ମାହାଙ୍ଗା । ପାଣିଟାଙ୍କି ଉଦ୍ଘାଟନ କରି କେନ୍ଦ୍ରାପଡା ଓ ରାଜ୍ୟ ରାଜନୀତି ଗୋଳିଆ କରିବା ପାଇଁ ବହୁତ ଉଦ୍ୟମ କରିଥିଲେ ବୈଜୟନ୍ତ । ନବୀନଙ୍କୁ ବଦନାମ କରିବା ପାଇଁ ଯଦିଓ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ (ଯାହା ବିଜେପି ଚାହୁଁଥିଲା) ଥିଲା ସେଥିରେ ସାମନା ଯୁଦ୍ଧକୁ ଯିବାକୁ ପଡିଥିଲା ମନ୍ତ୍ରୀ ପ୍ରତାପ ଜେନାଙ୍କୁ  । ପାଣି କଥା କହି ଇମୋସନ୍ ନିଜ ଆଡକୁ ବୁହାଇନେବାକୁ ବୈଜୟନ୍ତ ଉଦ୍ୟମ କରିବା ସହ ନବୀନ ବାବୁଙ୍କ ପରୋକ୍ଷରେ ଲୋକ ଦୃଷ୍ଟିରେ ନିନ୍ଦିତ କରିବାର କରାଇବାରେ କିଛିଟା ସଫଳ ହୋଇଥିଲେ  । କେବଳ ସେତିକି ନୁହେଁ, ପ୍ରତାପଙ୍କୁ ଚକ୍ମା ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାହାଙ୍ଗାରେ ଆୟୋଜନ କଲେ ଏକ ମିଳନୀ ସମାବେଶ  । ଉଦେ୍ଧଶ୍ୟ ତିନୋଟି ପ୍ରଥମ ମନ୍ତ୍ରୀ ପ୍ରତାପ ଜେନାଙ୍କ ପତିଆରା କମାଇବା, ଦ୍ୱିତୀୟତଃ ବିଜେପୁର ନିର୍ବାଚନ ପାଇଁ କିଛି ପବନ ଯୋଗାଡ କରିବା ଆଉ କେନ୍ଦ୍ରାପଡା ରାଜନୀତିରେ ନବୀନଙ୍କ ପତିଆରା କ୍ଷୂର୍ଣ୍ଣ କରି ବୈଜୟନ୍ତଙ୍କୁ ହିରୋ କରିବା । ଯଦିଓ ଗୋଟାଏ ବଡ ସମାବେଶ ହେଲା ବା ବାହାକୁ ଗୋଟାଏ ବାର୍ତ୍ତାଗଲା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଚେକ୍ ଦେବା ପାଇଁ ଧର୍ମେନ୍ଦ୍ର ବୁଲୁ ପ୍ରଧାନଙ୍କୁ ଉତାରିଲେ, ତଥାପି ନା ବିଜେପୁର ଉପରେ ତାହାର କିଛି ପ୍ରଭାବ ପଡିଲା ନା ବୈଜୟନ୍ତଙ୍କ ପତିଆରା ବଢିପାରିଲା  । ସେ ଏବେ ଯେଉଁ ତ୍ରିଶଙ୍କୁ କୁ ସେଇ ତ୍ରିଶଙ୍କୁ । ନା ବିଜେଡି ଛାଡି ପାରୁଛନ୍ତି ନା ବିଜେପି ଯାଇପାରୁଛନ୍ତି  । କିନ୍ତୁ ପ୍ରତାପ ଟାର୍ଗେଟ ହୋଇଥିଲେ ବୈଜୟନ୍ତ ଆଉ ଧର୍ମେନ୍ଦ୍ରଙ୍କର । ଆଉ ଏବେ ନବୀନ ବାବୁ ପ୍ରତାପ ଜେନାଙ୍କୁ ସୂଚନା-ଲୋକ ସମ୍ପର୍କ ବିଭାଗ ଭଳି ଗୁରୁଦାୟିତ୍ୱ(କାରଣ ବର୍ତ୍ତମାନ ନିର୍ବାଚନ ବର୍ଷ ଆଉ ସେପଟେ ଖବରକାଗଜ ଗୁଡିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ମୋଦି ସରକାର ଡିଏଭିପିକୁ ବହୁଳ ଭାବେ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରୁଛନ୍ତି) ପ୍ରଦାନ କରି ଉଭୟ ବୈଜୟନ୍ତ ଓ ଧର୍ମେନ୍ଦ୍ର ଅବା ବିଜେପିକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ତାଙ୍କ ମନ୍ତ୍ରୀ ମଣ୍ଡଳର କାମିକିଆ ସଦସ୍ୟ ପ୍ରତାପ ଜେନା ପାରିବାର । ଆଉ ନବୀନ ଏଇ ବାର୍ତା ଦେଇଛନ୍ତି ଯେ ପ୍ରତାପଙ୍କ ପ୍ରତାପଙ୍କ ପ୍ରତି ତାଙ୍କର ଆଶୀର୍ବାଦ ଅତୁଟ ଅଛି | 

0
0
0
s2sdefault