ହେଡଲାଇନସ୍:

ଟେମରିମାଲ ହତ୍ୟା କାଣ୍ଡ : ବଳତ୍କାର ପରେ ହତ୍ୟା ସଦେହ, ତିନି ଯୁବକ ଅଟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଘଟଣା ସ୍ଥଳକୁ ପହଂଛି ତଦନ୍ତ କଲେ ଏସପି : ଦୋଷୀ ଙ୍କୁ ଶୀଘ୍ର ଗିରଫ ଦାବିକଲେ ଗ୍ରାମବାସୀ

ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ଥାନା ଅନ୍ତର୍ଗତ ଟେମରିମାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ଭିତରେ ଆଜି ଜଣେ ଯୁବତୀର ମୃତଦେହ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ୁଥିବା ଖବର ପାଇକମାଲ ଥାନା କୁ ପହଂଛିବା ପରେ ଥାନା ଅଧିକାରୀ ଙ୍କର ସମେତ ପଦ୍ମପୁର SDPO ଶ୍ରୀ ପ୍ରଦୀପ ସାହୁ ଙ୍କର ସହିତ ବରଗଡ SP ପଦ୍ମିନୀ ସାହୁ ଘଟଣା ସ୍ଥଳକୁ ପହଂଛି ସରଜମିନ ତଦନ୍ତ କରିଥିଲେ ।

ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ଠାରେ ଆଜି ସକଲେ ଧନୁର୍ଜ ବରିହା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ଝିଅ ଗତ ଶୁକ୍ରବାର ସନ୍ଧ୍ୟା ଠାରୁ ଶୌଚ କରିବା ପାଇଁ ଯାଇ ଫେରିନଥିଲା ।ଏହାପରେ ବହୁ ଖୋଜା ଖୋଜି କରିବା ପରେ ଗ୍ରାମ ନିକତସ୍ତ ଜଙ୍ଗଲ ରେ ତାର ମୃତ ଦେହ ପଡିଥିବାର ସେମାନେ ଦେଖିଥିଲେ ।  ପୋଲିସ ସହିତ ସନ୍ଧାନୀ କୁକୁର ଓ ସାଇନଟିଫିକ ଦଳ ଘଟଣା ସ୍ଥଳ କୁ ପହଂଛି ଅନୁସନ୍ଧାନ କରିଥିଲେ । ଏହାପରେ ଶବ କୁ ଜବତ କରି ପୋଲିସ ପଦ୍ମପୁର ଡାକ୍ତର ଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । SP ବରଗଡ଼ ଙ୍କର ପ୍ରତକ୍ଷ ତତ୍ୱବାଧାନରେ ପାଇକମାଲ ଥାନାରେ କେଶ ନମ୍ବର 235 ଧର 302 ରେ ମାମଲା ରୁଜୁ କରି ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତଦନ୍ତ ଜାରି ରଖିଛନ୍ତି । ଏହା ସହିତ ଗ୍ରାମବାସୀ ମାନେ ଆଜି ଗ୍ରାମରେ , ଘଟଣା ର ଅଭିଯୁକ୍ତ ମାନଙ୍କ ତୁରନ୍ତ ଗିରଫ କରି ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ଦାବି କରିଥିବା ବେଳେ SP ଗ୍ରାମବାସୀ ମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ଯେ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅନେକ ଜିନିଷ ସ୍ପଷ୍ଟ ହେଇଯିବ ବୋଲି ଥାନା ଅଧିକାରୀ ଜଣାଇଛନ୍ତି ।

 

0
0
0
s2sdefault