ହେଡଲାଇନସ୍:

  ୧୦  ଏଚପି  ମୋଟର ଚୋରୀ ଅଭିଯୋଗରେ ୨ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଆମ୍ବରାପୁର ପାଣିପଂଚାୟତ ଦ୍ୱାରା ପରିଚାଳିତ ଜଳ ସେଚନ ପାଇଁ ଉଦିଷ୍ଟ ୧୦ ଏଚ୍ପିର ଏକ ବିଦ୍ୟୁତ୍ ଚାଳିତ ପାଣିପମ୍ପ ଚୋରି ହୋଇଥରବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଷୋମବାର  ଓଡ଼ଗାଁ ପୋଲିସ ଉକ୍ତ ପାଣି ପମ୍ପକୁ ଜବତ କରିବା ସହିତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଳାଣ କରିଥିଲେ । ଜାମିନି ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେମାନେ ହେଲେ ଆମ୍ବରାପୁରର ଅମର ପ୍ରଧାନ(୨୨) ଏବଂ ଘୁଂଟା ସାହିର କବାଡିଆ ଦିଲ୍ଲିପ ପ୍ରଧାନ(୨୪) । କୁସୁମୀ ନଦୀରୁ ଜଳସେଚନ ପାଇଁ ଉକ୍ତ ବିଦ୍ୟୁତ୍ ଚାଳିତ ପାଣିପମ୍ପଟି ପାଣି ପଂଚାୟତ ଦ୍ୱାରା ପରିଚାଳିତ ହେଉଥିଲା । ବର୍ଷାଦିନ ଆସିବାରୁ ଏହାର ବ୍ୟବହାର ବନ୍ଦଥିଲା । ସରପ୍ଟେମ୍ବର ୧୪ତାରିଖରେ ପମ୍ପଚାଳକ ପମ୍ପ ଚଳାଇବା ପାଇଁ ସେଠାକୁ ଯାଇଥିଲା । ହେଲେ ସେଠରେ ପମ୍ପ ନଥିଲା । ପାଣିପଂଚୟତ ସଭାପତି ପାଣ୍ଡବ ସେଠି ୧୫ ତାରିଖରେ ଓ ଡ଼ଗାଁ ଥାନାରେ ଅବିଯୋଗ କରିଥିଲେ । ପୋଲିସ ୧୬୦/୧୯ରେ ମାମଲା ରୁଜୁ କରି ତଦନ୍ତ ଚାଲୁରଖିଥିଲା । ବିଶେଷ ସୁତ୍ରରୁ ଖବର ପାଇ ଆଜି ସକାଳେ ପୋଲିସ କବାଡିଆ ଦିଲ୍ଲିପ ପ୍ରଧାନର ଭଡାଘରୁ ପମ୍ପଟିକୁ ଉଦ୍ଧାର କରିଥିଲା । ଓ ତାକୁ ପଚରା ଉଚରା କରି ମୁଖ୍ୟ ଅଭିଯୁକ୍ତ ଆମ୍ବରାପୁରୁର ଅମରକୁ ଗିରଫ କରିଥିଲା । କିନ୍ତୁ ସହଯୋଗି ସାନୁ/ଧର୍ମେନ୍ଦ୍ର ବିଶୋଇ(୨୨), ହାଡ଼ିଆ/ପୁର୍ଣ୍ଣଚନ୍ଦ୍ର ଖଣ୍ଡେଇ(୨୩), ନାଲୁ/ଗୋବିନ୍ଧ ଜେନା(୨୪)ଙ୍କୁ ଗିରଫ କରିପାରିନାହିଁ ।

0
0
0
s2sdefault