ହେଡଲାଇନସ୍:

ମାର୍ଚ୍ଚମାସ ପାଇଁ ଜିଲ୍ଲାପାଳ  ଏସପିଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ମାର୍ଚ୍ଚମାସ ପାଇଁ ବଲାଙ୍ଗୀର  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି  । ଏହି ଅନୁସାରେ ମାର୍ଚ୍ଚ ୬ ତାରିଖ ମଙ୍ଗଳବାର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ , ୧୨ ତାରିଖ ସୋମବାରଦିନ  ଟିଟିଲାଗଶ ଉପଜିଲ୍ଲାପଳଙ୍କ କାର୍ଯ୍ୟାଳୟ, ୧୯ ତାରିଖ ସୋମବାର ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଚତୁର୍ଥ ସୋମବାର ତଥା ୨୬ ତାରିଖରେ ଆଗଲପୁର ବ୍ଳକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ  ଅନୁଷ୍ଠିତ ହେବ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ସେମାନଙ୍କ ବ୍ୟକ୍ତିଗତ  ବା ସାମୂହିକ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଜଣାଇପାରିବେ  । ଏହି ଯୁଗ୍ମ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକସ୍ତରୀୟ  ଅଧିକାରୀମାନେ ଉପସ୍ଥିତ ରହିବେ  । ତେଣୁ ଲୋକମାନେ ଏହି ଶିବିରଗୁଡିକରେ ନିଜନିଜ ସମସ୍ୟା ନେଇ ଉପସ୍ଥିତ ରହିବାକୁ ଜିଳ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି  । 

0
0
0
s2sdefault