ହେଡଲାଇନସ୍:

ନୂଆ ବର୍ଷରୁ ମୋ ସରକାର ରେ ସାମିଲ ହେବ ରାଜ୍ୟ ଶ୍ରମ ବିଭାଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ରାଜ୍ୟ ସରକାର ଙ୍କର ମୋ ସରକାର କାର୍ଯ୍ୟକ୍ରମରେ ଧୀରେ ଧୀରେ ସମସ୍ତ ବିଭାଗ ସାମିଲ ହେବାରେ ଲାଗିଛି । ଏହି କ୍ରମରେ ଆସନ୍ତା ନୂଆଁ ବର୍ଷରୁ ରାଜ୍ୟର ଶ୍ରମ ବିଭାଗ ମଧ୍ୟ ମୋ ସରକାର କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଯାଉଛି । ବିଭାଗର ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କର ପାଇଁ ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଖବର । ଇତି ମଧ୍ୟରେ ଓଡ଼ିଶାର ବାହାରେ ଅନ୍ୟ ପାଞ୍ଚ ଗୋଟି ରାଜ୍ୟରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ହେଲ୍ପ ଡେ଼କ୍ସ ଖୋଲା ଯାଇଛି । ବିଦେଶରେ ରହି କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ମଧ୍ୟ ଖୁବ ଶୀଘ୍ର ଦିଲ୍ଲୀ ରେ ଏକ ହେଲ୍ପ ଡେ଼କ୍ସ ଖୋଲା ଯିବାର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।।

0
0
0
s2sdefault