ହେଡଲାଇନସ୍:

ଖ୍ରୀଷ୍ଟଜନ୍ମ ଜୟନ୍ତୀର ଶୁଭେଚ୍ଛା ଜ୍ଞାପନ କଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ. ଉଦୟଗିରି / ଗଗନ ପ୍ରଧାନ: କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକ ମାଲିକାପରି ବାପଟିଷ୍ଟ ମଣ୍ଡଳୀର ଖ୍ରୀଷ୍ଟଧର୍ମାବଲମ୍ଭି କ୍ୟାଣ୍ଡେଲ ଶୋଭାଯାତ୍ରା ମଧ୍ୟରେ ଅଞ୍ଚଳବାସୀଙ୍କୁ ବଡ଼ ଦିନର ଶୁଭେଚ୍ଛା ଜଣାଇଛନ୍ତି I ରବିବାର ସନ୍ଧ୍ୟା ସମୟରେ ଛୋଟପିଲା ଠାରୁ ଆରମ୍ଭ କରି ଯୁବାଯୁବତୀ ଏବଂ ମଣ୍ଡଳୀର ପାଳକ, ବୟୋଜ୍ୟେଷ୍ଠ ହାତରେ କ୍ୟାଣ୍ଡେଲ ଧରି ସ୍ଲୋଗାନ ଦେବା ସହ ଘୁ.ଉଦୟଗିରି ସହର ପରିକ୍ରମା କରିଛନ୍ତି I ଶୋଭାଯାତ୍ରା ମାଲିକାପରି ବାପଟିଷ୍ଟ ମଣ୍ଡଳୀରୁ ବାହାରି ବାଡ଼େନାଯୁ, ପଙ୍ଗାନାଜୁ, ବନ୍ଧଛକ, ଗାନ୍ଧୀଛକ ଦେଇ ସହର ପରିକ୍ରମା କରିଥିଲା I ଏହି ଶୋଭାଯାତ୍ରାକୁ ମଣ୍ଡଳୀର ପାଳକ ଶୁବୋଧ ପରିଛା ପରିଚାଳନା କରିଥିବା ବେଳେ ସଭାପତି ରାଜୁ ନାୟକ, ସମ୍ପାଦକ ଦିଲୀପ ପଟନାୟକ, ସହ-ପାଳକ ସରଳ ନାୟକ, ରେଭରେଣ୍ଡ ଦୀନେଶ ନାୟକ, ହାର୍ଟ ନାୟକ, ଇନସ ନାୟକ, ଆସନ ନାୟକ, ଭୁପତି ନାୟକ, କିରଣ ନାୟକ, ଦୀନେଶ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ I

0
0
0
s2sdefault