ହେଡଲାଇନସ୍:

ଖଣ୍ଡହତା ରବିନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡହତା ରବିନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଜଗବନ୍ଧୁ ବେରିହାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସୁବଳୟା କଲେଜର ଖେଲ ଶିକ୍ଷାକ ପ୍ରଦିପ ପଣ୍ଡା ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଖଣ୍ଡହତା ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବ୍ରଜଗୋପାଲ ମହାପାତ୍ର, କଲେଜ ସଂପାଦକ ବିଜୟ କୁମାର ପଧାନ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ଉପକାରିତା ଉପରେ ଆଲୋକପାତ କରିଥିଲେ । ଏହି ବାର୍ଷିକ ପ୍ରତିଯୋଗିତା ୧୨ ପ୍ରକାର ଖେଳ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ବାଳକ ବିଭାଗରେ ଆଶିଷ ପାତ୍ର,  ବାଳିକା ବିଭାଗରେ ବବ୍ ଲି କଂନ୍, ରୋହିତ ରଞ୍ଜନ ବାରିକ (କାହ୍ନ ) ଚାମ୍ପିୟନ ହୋଇଥିଲେ । ଶରତ କୁମାର ଭୋଇ, ଜୋସ୍ନାମୟୀ ଶଙ୍ଖୁଆ, ଶତ୍ରୁଘନ ମେହେର, ସନାତନ ନାଗ ପ୍ରମୁଖ ଅତିଥି ଗଣ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ସୁମନ୍ତ ଦଲେଇ ଖେଳ ପରିଚାଳନା କରିଥିବା ବେଳେ ରବିନ୍ଦ୍ର  ମହାପାତ୍ର, ଗୋପାଲ ସାହୁ, ମଧୁସୂଦନ କଂନ୍, ସତ୍ଯମୋହନ ପଧାନ, ରାଧାଶ୍ୟାମ ବାରିକ, ସୁଦାମ ,ସୀତାକାନ୍ତ ଭୋଇ, ସୁଦର୍ଶନ ପଣ୍ଡା, ଚକ୍ରଧର ନାଏକ ପ୍ରମୁଖ ସହଯୋଗ କରିଥିଲେ । ଇତିହାସ ଅଧ୍ୟାପକ ଧନଞ୍ଜୟ ସାହୁ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

0
0
0
s2sdefault