ହେଡଲାଇନସ୍:

ସ୍ବାସ୍ଥ୍ୟ ଏବଂ ଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ମିଳିତ ସମନ୍ବୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନସ୍ତ  ରାଷ୍ଟ୍ରୀୟ ବାଲ ଓ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଏକାଭିମୁଖୀ ହେବା ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଏକ ଜିଲ୍ଲାସ୍ତରୀୟ ସମନ୍ବୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।          

  ଏହି ସମନ୍ବୟ ବୈଠକ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସ୍ୟାଧିକାରୀ ଡାଃ ଗୁନୁରାଣୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ମହମ୍ମଦ ମୁବାରକ ଅଲ୍ଲୀ ,  ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟରାଣୀ ଗୌଡ , ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ସାଇ ପ୍ରସାଦ ଦାସ ଏବଂ ଜିଲ୍ଲା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର  ଗୌରୀ ଶଙ୍କର ଚୌଧୁରୀ ପ୍ରମୁଖଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ ସିଆରସିସି , ଏବିଇଓ ଏବଂ ବିଇଓ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

  ଆଲୋଚନା ଗୁଡିକ ମଧ୍ୟରେ ମୁଖ୍ୟତଃ ଶୁନ ଠାରୁ ୧୯ ବର୍ଷ ବୟସର ପିଲାଙ୍କ  ମଧ୍ୟରେ ଦେଖା ଦେଉଥିବା ୪-ଡି ଯଥା;-ଜନ୍ମଗତ ତ୍ରୁଟି , ପୋଷକ-ତତ୍ତ୍ୱ ଅଭାବ , ବାଲ୍ୟାବସ୍ଥା ରୋଗ ଏବଂ ଭିନ୍ନକ୍ଷମତା ସମେତ ଯକ୍ଷ୍ମା ଓ କୁଷ୍ଠ-ରୋଗ ସମ୍ପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା । 

  ବିଦ୍ୟାଳୟର ଶିକ୍ଷକ ମାନେ ପିଲାମାନଙ୍କ ଠାରେ ଏହି ରୋଗକୁ କିଭଳି ଚିହ୍ନଟ କରି ଏହାର ନିରାକରଣ ଦିଗରେ ସ୍ବାସ୍ଥ୍ୟ ବିଭାଗକୁ ଯଥାଶୀଘ୍ର ଜଣାଇବେ , ଏବଂ ଏଥି-ସହିତ  ଆଇରନ କଲିକ ବଟିକାର ମାସିକ ରିପୋର୍ଟ ଓ ସେନିଟାରୀ ପେଡ୍(ଖୁସି) କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିଷଦ ଭାବେ ଆଲୋଚନା କରା ଯାଇଥିଲା ।

  ଏ ସମସ୍ତ ଉପରେ ଶିକ୍ଷା ବିଭାଗର ସମସ୍ତ ସିଆରସିସି , ଏବିଇଓ ଏବଂ ବିଇଓ ମାନେ  କିଭଳି ସ୍ବାସ୍ଥ୍ୟ ବିଭାଗ ସହ ଉତ୍ତମ ସମନ୍ବୟ ରଖି ପିଲାଙ୍କ ସ୍ବାସ୍ଥ୍ୟର ଉନ୍ନତି ଦିଗରେ ଭଲ କାମ କରିବେ , ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

0
0
0
s2sdefault