ହେଡଲାଇନସ୍:

୯୫ ବ୍ୟାଚର ୪ ଆଇଏସ ଅଫିସରଙ୍କୁ ପ୍ରିନ୍ସିପାଲ ସେକ୍ରେଟାରୀ ପାହ୍ୟା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟ ସରକାର ୧୯୯୫ ବ୍ୟାଚର ୪ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି | ସେମାନେ ପ୍ରମୁଖ  ଶାସନ ସଚିବ ପାହ୍ୟାକୁ  ପଦୋନ୍ନତି ପାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ  ବିଜ୍ଞପ୍ତିରୁ ଜଣାପଡିଛି | 

ସେମାନେ ହେଲେ ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ରାଜ୍ୟ ମୁଖ୍ୟ   ନିର୍ବାଚନ ଅଧିକାରୀ ତଥା ଅବକାରୀ କମିଶନର , ଜିଏସଟି ଓ ରାଜ୍ୟ ବାଣିଜ୍ୟକର କମିଶନର ସୁଶୀଲ କୁମାର ଲୋହାନୀ , ସ୍କୁଲ ଓ ଗଣଶିକ୍ଷା ସଚିବ ଚିତ୍ର ଆରୁମୁଗମ ଓ ଗ୍ରୀଡ଼କୋ ସିଏମଡି ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା |

0
0
0
s2sdefault