ହେଡଲାଇନସ୍:

ଚାଷୀ ବିଲକୁ ପାଣି ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ  ସ୍ବପ୍ନ ସାକାର କରିବାକୁ ଓଏଲଆଇସି ପ୍ରତିବଦ୍ଧ : ଶ୍ରୀ ପତ୍ରୀ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  ବିଭିନ୍ନ ପ୍ରକଳ୍ପ ବୁଲି ସରଜମିନ ଅନୁଧ୍ୟାନ କଲେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ 

  • କଟକ ଡିଭିଜନ କାର୍ଯ୍ୟାଳୟ ଗସ୍ତ କରି ଏହାର ସମସ୍ତ ବିଭାଗ, ଉପ ବିଭାଗ ବୁଲିଲେ 

  • ଧାର୍ଯ୍ୟ ସମୟ ମଧ୍ୟରେ ଅଚଳ ପ୍ରକଳ୍ପକୁ ସଚଳ କରିବା ସହ ନୂଆ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ସମୀକ୍ଷା ବୈଠକରେ ଦେଲେ ନିର୍ଦ୍ଦେଶ 

ଭୁୁବନେଶ୍ୱର(ଶାସକ ପ୍ରଶାସକ) :–କୃଷି ଓ କୃଷକ ରାଜ୍ୟ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ଗ୍ରହଣ କରାଯାଇଥିବା ବେଳେ କୃଷି ପାଇଁ ଜଳସେଚନ ଏକ ଗରୁତ୍ବପୁର୍ଣ୍ଣ ଆବଶ୍ୟକତା | ଚାଷୀର ବିଲରେ ଜଳସେଚନ ପହଂଚାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସେହି ପରିକଳ୍ପନାକୁ ସାକାର କରିବା  ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ଉଠା ଜଳସେଚନ  ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ | ରାଜ୍ୟ ଉଠା ଜଳସେଚନ ନିଗମକୁ କ୍ରିୟାଶୀଳ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଆଧାରରେ ନିଗମ ଅଧୀନରେ ବିଭିନ୍ନ ପକଳ୍ପ ଚାଷୀଙ୍କ ହିତରେ ସମର୍ପିତ କରିବା ପାଇଁ ଟାଇମ ବାଉଣ୍ଡ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି | ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ  କଲାପରେ ନେଇଥିବା ସମୀକ୍ଷା ବୈଠକରେ ସବୁ ଅଫିସର, ଯନ୍ତ୍ରୀ ଓ ଫିଲଡ ଷ୍ଟାଫଙ୍କୁ ଚାଷୀ  ଓ ଚାଷର ସ୍ୱାର୍ଥକୁ ଦୃଷ୍ଟିରେ ରଖି  ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ | ଧାର୍ଯ୍ୟ ସମୟ ମଧ୍ୟରେ ଅଚଳ  ପ୍ରକଳ୍ପ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ନୂଆ ପ୍ରକଳ୍ପ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ତାଗିଦ  କରାଇଥିଲେ | ଆଉ ବିଭିନ୍ନ ପ୍ରକଳ୍ପ କେଉଁ ସ୍ଥିତିରେ ଅଛି, କେଉଁ କାମ କେତେ ଆଗେଇଛି ତାହାର ସରଜମିନ ଅନୁଧ୍ୟାନ କରିବା ପାଇଁ  ଗତକାଲି ଅଚାନକ ମୈଦାନରେ ଓହ୍ଲାଇଥିଲେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ  ପତ୍ରୀ   |

ଗତକାଲି ଶ୍ରୀ ପତ୍ରୀ କଟକ ଡିଭିଜନ କାର୍ଯ୍ୟାଳୟ ଗସ୍ତ କରି ଏହାର ସମସ୍ତ ବିଭାଗ, ଉପ ବିଭାଗଗୁଡିକୁ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ |  ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ |  ରାଜ୍ୟ ସରକାରଙ୍କ ୫-ଟି ଆଧାରରେ ସଂପୃକ୍ତ ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟଗୁଡିକୁ ତୁରନ୍ତ ଶେଷ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକ ପରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ କଟକ ସଦର ଓ ଚୌଦ୍ଵାର- କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେତେକ ଗୋଷ୍ଠୀ ଉଠାଜଳ ସେଚନ ପ୍ରକଳ୍ପ ଓ କ୍ଲଷ୍ଟର (ପୁଞ୍ଜ) ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ସଂପୃକ୍ତ ଅଂଚଳର କୃଷକମାନଙ୍କ ସହିତ ଆଲୋଚନା କରିଥିଲେ । କୃଷକମାନେ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା କେବଳ ଧାନଚାଷ ନୁହେଁ, ବରଂ ରବି ଓ ଖରିଫ୍ ଋତୁରେ ବିଭିନ୍ନ ପନିପରିବା ଓ ଫୁଲଚାଷ କରି ଉପକୃତ ହେଉଥିବାରୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଯୋଗୁଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଏହି ଅବସରରେ ଓ.ଏଲ୍.ଆଇ.ସି . ଅଧ୍ୟକ୍ଷ ଶ୍ରୀ ପତ୍ରୀ ଜଣାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ୫- ଟି ମନ୍ତ୍ରକୁ ଆଧାର କରି ସେ ରାଜ୍ୟର ବିଭିନ୍ନ ଉପଖଣ୍ଡକୁ ଯାଇ ଚାଷୀଭାଇମାନଙ୍କ ଉଠା ଜଳସେଚନ ସଂକ୍ରାନ୍ତୀୟ ଯେଉଁସବୁ ସମସ୍ୟା ରହିଛି, ସେସବୁକୁ ସମାଧାନ କରି ପ୍ରକଳ୍ପକାର୍ଯ୍ୟଗୁଡିକୁ ସଂପୂର୍ଣ୍ଣ କରିବାକୁ ଉଦ୍ୟମ ଅବ୍ୟାହତ ରଖିବେ । ଏଥି ସହିତ  ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ସହିତ କୃଷକଙ୍କ ଆୟକୁ ବହୁଗୁୁଣିତ ହେବାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଉଠାଜଳସେଚନ ନିଗମର ସହଭାଗିତା ଜାରି ରହିବ ବୋଲି ଶ୍ରୀ ପତ୍ରୀ ପ୍ରକାଶ କରିଛନ୍ତି । କଟକ ଡିଭିଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଚୌଦ୍ଵାର-କଟକ ବିଧାୟକ ଶ୍ରୀ ସୌଭିକ୍ ବିଶ୍ୱାଳଙ୍କ ସମେତ କଟକ ଜିଲ୍ଲା ଅନ୍ତର୍ଗତ ସମସ୍ତ ନିର୍ବାଚନ ମଣ୍ଡଳୀର ଅନ୍ୟ ସମସ୍ତ ବିଧାୟକଙ୍କ ପ୍ରତିନିଧିମାନେ ଯୋଗଦେଇ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ସମୀକ୍ଷା ବୈଠକ ଓ ପ୍ରକଳ୍ପ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଓ.ଏଲ୍.ଆଇ.ସି. ମ୍ୟାଟେରିଆଲ୍ ପ୍ରକ୍ୟୋରମେଣ୍ଟ ଓ କ୍ୱାଲିଟି କଣ୍ଟ୍ରୋଲ ଅଧୀକ୍ଷଣ ଯନ୍ତ୍ରୀ ତଥା କଟକ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଇଂ.ମାନସ ରଂଜନ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ପବିତ୍ର ପରିଡା, ଏସ୍.ଡି.ଓ ସଂଗ୍ରାମ କେଶରୀ ଦାସ, ଅଜୟ କୁମାର ମିଶ୍ର, ପବିତ୍ର ମୋହନ ସାହୁ, ସହକାରୀ ଯନ୍ତ୍ରୀ ଅପୂର୍ବ କୁମାର ସାହୁ, ସରୋଜ ଚନ୍ଦ୍ର ସାହୁ, ବଂଶୀଧର ଦାସଙ୍କ ସମେତ କଟକ ଡିଭିଜନର ବେଣ୍ଟକାର, ଆଠଗଡ, ବାଙ୍କୀ, ତିର୍ତୋଲ, ବାଲିକୁଦା, କଟକ ଆଦି ୬ଟି ସବ୍ଡିଭିଜନ୍ର ସମସ୍ତ କନିଷ୍ଟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault