ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ) ; ଜିଲ୍ଲା ସଦର ମହକୁମାସ୍ଥିତ ଏଳଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ  ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଡ.ଅମ୍ବିକା ପ୍ରସାଦ ପାଢୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମଧୁସ୍ମିତା ସାହୁ, ସମ୍ମାନୀତ ଅତିଥି ଜିଲ୍ଲା ମଙ୍ଗଳ ଅଧିକାରୀ  ସନ୍ଧ୍ୟା ମାଝୀ, ମୁଖ୍ୟବକ୍ତା ଭାବରେ ନ୍ୟାସନାଲ କଲେଜର ଅଧ୍ୟକ୍ଷ ସମରେନ୍ଦ୍ର ଦାସ ଯୋଗ ଦେଇଥିଲେ । ଏହି ଅବସରରେ ଭବିଷ୍ୟତରେ ଉତ୍ତମ ଛାତ୍ରଛାତ୍ରୀ ହୋଇ ବିଦ୍ୟାଳୟର ସୁନାମ ଅର୍ଜନ କରି ସମାଜ ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିବା ପାଇଁ ଜିଲ୍ଲାପାଲ ଶ୍ରୀମତୀ ସାହୁ ଓ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ବିଦ୍ୟାଳୟର ଗାର୍ଡେନର ପ୍ରଭୁଲାଲ ରାଉତ ଓ ସୁଭାସ ଧରୁଆଙ୍କୁ ସ୍ୱତନ୍ତ୍ର ଭାବେ ଜିଲ୍ଲାପାଳ ଶ୍ରୀମତୀ ସାହୁ ଉପଢୈାକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଦଶମ ଶ୍ରେଣୀରେ ୯୪ ପ୍ରତିଶତ ନମ୍ବର ରଖିଥିବା ଛାତ୍ରୀ ଆକାଂକ୍ଷା ରାଉତରାଏଙ୍କୁ ପୁରଷ୍କୃତ କରାଯାଇଥିଲା । ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ରାଜ୍ୟସ୍ତର ତଥା ଜାତୀୟସ୍ତରରେ ପୁରଷ୍କୃତ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ନିର୍ଦ୍ଦେଶନା  ଦେଇଥିବା ଶିକ୍ଷକ ରାମେଶ୍ୱର ଦାସ ଓ ପବିତ୍ର କୈବର୍ତ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କ  ଦ୍ୱାରା ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ବିକେ ରଷ୍ମିତା ଓ ଶିବାନନ୍ଦ ରାଉତରାୟ ପରିଚାଳନା କରିଥିବା ବେଳେ  ଅଧ୍ୟାପକ ରାଜେଶ ମିଶ୍ର, ତୋଫାନ ବଳ,ପଙ୍କଜ ଶୁକ୍ଲା,ସଂଯୁକ୍ତା ଷଢଙ୍ଗୀ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହେଯାଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାକ ମାନେ ଉପସ୍ଥିତ ରହିଥିଲେ ।

 

0
0
0
s2sdefault