ନିର୍ଯ୍ୟାତିତ,ନିରାଶ୍ରୟଙ୍କୁ ଅଧିକାର ଦେବା ଉଦେଶ୍ୟରେ ପ୍ରଣିତ ସିଏଏକୁ ବିରୋଧ ଅରାଷ୍ଟ୍ରୀୟତା ଅଟେ - ଶାନ୍ତନୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/Horachand Dehuria: - ଭାରତ ସରକାରଙ୍କ ପକ୍ଷରୁ ପ୍ରଣୀତ ନାଗରିକ ସଂଶୋଧନ ଆଇନ(ସିଏଏ) କୁ ନେଇ ସାରା ଦେଶରେ ବିରୋଧ ଆଳରେ ହିଂସା ଚାଲିଥିବା ବେଳେ ଏ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ଧାର୍ମିକ ଆଧାରରେ ନିର୍ଯ୍ୟାତିତ ହୋଇ ନିରାଶ୍ରୟ ପାଲଟିଥିବା ବ୍ୟକ୍ତିଙ୍କୁ ଅଧିକାର ଦେବା ଉଦେଶ୍ୟରେ ପ୍ରଣୀତ ନାଗରିକ ସଂଶୋଧନ ଆଇନକୁ ବିରୋଧ କରିବା ଅରାଷ୍ଟ୍ରୀୟତା ଅଟେ  ବୋଲି କୁସୁମ କହିଥିବା ବେଳେ ବିରୋଧ ଆଳରେ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତି ବିରୁଦ୍ଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରିବା ପାଇଁ ଦାବୀ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ  କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଧାର୍ମିକ ଆଧାରରେ ଦେଶର ବିଭାଜନ ହୋଇଥିଲେ ସୁଦ୍ଧା ବିଭାଜନ ବେଳେ ଅମର ଭୁଲ ନୀତି ଓ ଶଠତାପୂର୍ଣ୍ଣ ଆଶ୍ୱାସନା କାରଣରୁ ଅନେକ ହିନ୍ଦୁ ସେତେବେଳେ ପାକିସ୍ତାନରେ ରହିଯାଇଥିଲେ | ହେଲେ ଯେଉଁ ହିନ୍ଦୁ ମାନେ ପାକିସ୍ତାନରେ ରହିଯାଇଥିଲେ ପରବର୍ତ୍ତୀ କାଳରେ ସେମାନେ ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ପଳାୟନ କରି ଶରଣାର୍ଥୀ ଭାବେ ଜୀବନଯାପନ କରିବାକୁ ବାଧ୍ୟ ହେଲେ | ବିଭିନ୍ନ ସମୟରେ ମାନବିକତା ଦୃଷ୍ଟିରୁ ଆମେ ସେମାନଙ୍କୁ ଆଶ୍ରୟ ଦେଇଥିଲେ ମଧ୍ୟ ସେମାନେ ଏ ପର୍ଯ୍ୟନ୍ତ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହୋଇ ରହିଥିଲେ | ହେଲେ ଭାରତ ସରକାରଙ୍କ ନୂତନ ନାଗରିକ ସଂଶୋଧନ ଆଇନ ବଳରେ ସେମାନେ ସମ୍ମାନର ସହ ଜୀବନଯାପନ କରିପାରିବେ ଏବଂ ଅତୀତର ଦୁଃଖକୁ ଭୁଲିବା ପାଇଁ ସମର୍ଥ ହୋଇପାରିବେ | ହେଲେ ଦୀର୍ଘ ପରେ ନାଗରିକ ସଂଶୋଧନ ଆଇନ ଯୋଗୁଁ ସେମାନଙ୍କ ମନରେ କାଣିଚାଏ ଖୁସି ସୃଷ୍ଟି ହୋଇଥିବା ବେଳେ ଦେଶର କିଛି ଅରାଷ୍ଟ୍ରୀୟ ଶକ୍ତି ନାଗରିକ ସଂଶୋଧନ ଆଇନକୁ ବିରୋଧ କରିବା ସମ୍ପୂର୍ଣ୍ଣ ରୂପେ ଅରାଷ୍ଟ୍ରୀୟତା ଅଟେ | ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ଆଫଗାନିସ୍ଥାନ, ପାକିସ୍ତାନ ଏବଂ ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଭୀଷଣ ଅତ୍ୟାଚାର ହେଉଥିବା ବେଳେ ହିନ୍ଦୁ ଝୀଅ ଓ ମହିଳା ମାନଙ୍କୁ ଯୌନ ନିର୍ଯାତନା, ଜୋର ଜବରଦସ୍ତ ଧର୍ମାନ୍ତରୀକରଣ କରି ବିବାହ କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇସାରିଛି | ତାଛଡା ମହାତ୍ମା ଗାନ୍ଧୀ ମଧ୍ୟ 1947 ମସିହା ସେପ୍ଟେମ୍ବର-26 ଦିନ ପାକିସ୍ତାନରେ ରହୁଥିବା ହିନ୍ଦୁ ଯଦି ସେଠାରେ ରହିବାକୁ ଚାଁହୁନାହାନ୍ତି ତାହେଲେ ସେମାନେ ଭାରତ ଆସିପାରିବେ ଏବଂ ସେହି ପରିସ୍ଥିତିରେ ସେମାନଙ୍କୁ ଅଧିକାର ଦେବା ଭାରତ ସରକାରଙ୍କ କର୍ତ୍ତବ୍ୟ ହେବ ବୋଲି କହିଥିଲେ | ତେଣୁ ଭାରତ ସରକାରଙ୍କ ପକ୍ଷରୁ ପ୍ରଣୀତ ନାଗରିକ ସଂଶୋଧନ ଆଇନ ନିଶ୍ଚିତ ଭାବରେ ଏକ ଯୁଗାନ୍ତିକର ପଦକ୍ଷେପ ଅଟେ | ଏବେ ଏହି ନୂତନ ନାଗରିକ ଆଇନ ସେଇ ଅଭାଗା, ଅତ୍ୟାଚାରିତ, ହିନ୍ଦୁ ଶରଣାର୍ଥୀଙ୍କ  ମନରେ ସମ୍ମାନର ସହ ଜୀବନ ଜିଇଁବାର ଆଶା ସଂଚାର କରିଛି | ତେଣୁ ନିର୍ଯ୍ୟାତିତ, ନିରାଶ୍ରୟଙ୍କୁ ଅଧିକାର ଦେବା ଉଦେଶ୍ୟରେ ପ୍ରଣୀତ ନାଗରିକ ସଂଶୋଧନ ଆଇନକୁ ବିରୋଧ କରିବା ଅରାଷ୍ଟ୍ରୀୟତା ଅଟେ ବୋଲି ଶ୍ରୀ କୁସୁମ ଦୃଢୋକ୍ତି ପ୍ରକାଶ କରିବା ସହିତ ଏଭଳି ଆଇନ ପ୍ରଣୟନ ପାଇଁ ଭାରତ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି |

 

0
0
0
s2sdefault