ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଜ-ସୀତାପୁର ନିକଟସ୍ତ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଚତୁର୍ଥ ଆନ୍ତର୍ଜାତୀୟ ଆଇସିଏମଏସଇଏ. ସମ୍ମିଳନୀର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ଦ୍ଵିତୀୟ ଦିବସର ଆଲୋଚନା ଚକ୍ର କାର୍ଯ୍ୟକ୍ରମର ପ୍ରଥମ ଭାଗରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ଼ଃ ରବି ନାରାୟଣ ସାହୁ ଯୋଗଦେଇ କୃଷି କ୍ଷେତ୍ରରେ ଗବେଷଣା ଏବଂ ନୂତନ ଜ୍ଞାନ-କୌଶଳ ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଗବେଷଣା ଧର୍ମୀ ଶିକ୍ଷା ଉପରେ ଆଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।

    ଆଲୋଚନା ଚକ୍ରର ଦ୍ଵିତୀୟ ଭାଗରେ ଆଇସିଏଆରଡିଏ: ଜଳଛାୟା ପ୍ରକଳ୍ପ ବୈଜ୍ଞାନିକ ଡ଼ଃ ନିଗମାନନ୍ଦ ସ୍ବାଇଁ ଯୋଗଦେଇ ପାଣିପାଗ ସହ କୃଷି ପ୍ରଣାଳୀ , କୃଷକର ଆୟ ବୃଦ୍ଧି ନିମିତ୍ତ ଯୋଜନା ଏବଂ ବୈଜ୍ଞାନିକ ପଦ୍ଧତି ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।

   ଆଲୋଚନା ଚକ୍ରର ତୃତୀୟ ଭାଗରେ ବିର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଶରତ କୁମାର ସ୍ୱାଇଁ ଯୋଗଦେଇ କ୍ଷୁଦ୍ର କଣିକା ତିଆରି ପଦାର୍ଥ ଉପରେ ସୂଚନା ଦେଇ ତାର ଭବିଷ୍ୟତ ବ୍ୟବହାର ସମ୍ପର୍କରେ ମତ-ଧାରଣା ଦେଇଥିଲେ ।

   ଆଲୋଚନା ଚକ୍ରର ଚତୁର୍ଥ ଭାଗରେ ଡାସଲଟ ସିଷ୍ଟମର ନିର୍ଦ୍ଦେଶକ ସୁନୀଲ କୁମାର ଯୋଗଦେଇ ଶିଳ୍ପ ୪.୦- ସ୍ମାର୍ଟ ଅନ୍ତରନିର୍ମାଣ ସମ୍ପର୍କରେ ନିଜର ଅଭିଜ୍ଞତା ଏବଂ ଗବେଷଣାକୁ ଉପସ୍ଥିତ ସମସ୍ତଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

   ଉପସ୍ଥିତ ଥିବା ସମସ୍ତ ଅତିଥୀମାନଙ୍କୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଉପ-ସଭାପତି ପ୍ରଫେସର ଡି.ଏନ.ରାଓ ସମ୍ବର୍ଦ୍ଧିତ କରିଥିଲେ ଏବଂ ଆନ୍ତର୍ଜାତୀୟ ସମ୍ମିଳନୀ କାର୍ଯ୍ୟକ୍ରମର ପରିଚାଳନା ସମ୍ପାଦକ ପ୍ରଫେସର ଅଶୋକ ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault