ହେଡଲାଇନସ୍:

ପୁରୀରେ ଶିଖ ପ୍ରତିନିଧି ଦଳ : ମଙ୍ଗୁ ମଠର ଭଙ୍ଗାକୁ ନେଇ ଅସନ୍ତୋଷ ଜାହିର କଲେ ଶିଖ ଜଠେଦାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀରେ ବହୁଦିନ ଧରି ରହି ଆସିଥିବା ମଙ୍ଗୁ ମଠ ଥିଲା ଶିଖଗୁରୁ ନାନକ ଦେବଙ୍କ ସ୍ମୃତି ବିଜଡିତ ପବିତ୍ର ପୀଠ | ଏହାକୁ ଭାଙ୍ଗିଦେଇ ସରକାର ଶିଖଧର୍ମିୟ ଭାବନାକୁ ଆଘାତ କରିଛନ୍ତି ବୋଲି ପଞ୍ଜାବରୁ  ଓଡିଶା ଗସ୍ତରେ ଶିଖା ପ୍ରତିନିଧି ଦଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ସୂଚନାଯୋଗ୍ୟ ଯେ ଏଠାରେ ନାନକ ଦେବଜି ଅବସ୍ଥାନ କରିବା ସହ ସେଠାରେ ଏକ ପବିତ୍ର ଆରତୀ ରଚନା କରିଥିଲେ | ତେଣୁ ନାନକ ଦେବଙ୍କ ସ୍ମୃତି ସହ ସମ୍ପୃକ୍ତ ଏହି ପବିତ୍ର ଭୂମିରୁ କିଛି ଅଂଶ ଶିଖ ସମୁଦାୟକୁ ପ୍ରଦାନ କରିବା ପାଇଁ ପ୍ରତିନିଧି ଦଳର ଜଣେ ସଦସ୍ୟ ଦାବି କରିଛନ୍ତି | ଜମି ମିଳିଲେ ସେମାନେ ସେଠାରେ ନାନକ ଦେବଙ୍କ ସ୍ମାରକୀ ଏକ ମଠ ନିର୍ମାଣ କରିବେ ବୋଲି ପ୍ରତିନିଧି ଦଳରେ ଥିବା ଡମଡ଼ମି ଟକସାଲର ଜଠେଦାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | 

ସୂଚନାଯୋଗ୍ୟ ଯେ ମଙ୍ଗୁ ମଠ ଭଙ୍ଗା ହେବ ବୋଲି ଜଣାଥିଲେ ବି ଓଡ଼ିଶାର ଶିଖ ଆଶ୍ଚର୍ଯ୍ୟଜନକ ନୀରବତା ଅବଲମ୍ବନ କରିଥିଲେ | ଯାହାକୁ ନେଇ ଗବେଷକ ଅନିଲ ଧୀର ପଞ୍ଜାବ ଗୁରୁଦ୍ୱାରା ପ୍ରବନ୍ଧକଙ୍କୁ ଅବଗତ କରାଇଥିଲେ | ଏଥିରେ ଓଡ଼ିଶାର ନେତା ମାନଙ୍କ ଉପରେ ଖୁବ୍ଧ ହୋଇ ଶିଖା ଧର୍ମର ସର୍ବୋଚ୍ଚ କମିଟି ପକ୍ଷରୁ ନୋଟିସ ହୋଇଥିଲା | ସେମାନେ ଶୁକ୍ରବାର ହାଜର ହେବ ପାଇଁ ନୋଟିସ ହୋଇଥିଲା | ଏପଟେ ସରଜମିନ ଅନୁଧ୍ୟାନ ପାଇଁ ଏକ ୨୦ ଜଣିଆ କମିଟି ଓଡ଼ିଶାରେ ଆସି ପହଂଚିଛନ୍ତି |

0
0
0
s2sdefault