ହେଡଲାଇନସ୍:

ବାରିପଦା ମୁଖ୍ୟ ଡ଼ାକଘର ପରିସରରେ ପାସପୋର୍ଟ ସେବା କେନ୍ଦ୍ର ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

28-02-18-baipada-passport.jpg - 2.08 MB

ବାରିପଦା/Dillip Mohanty - ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ମୁଖ୍ୟ ଡାକଘର ପରିସରରେ ଫେବୃଆରୀ ୨୮ ବୁଧବାର ଅପରାହ୍ନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରକୁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବା ସହିତ ବାରିପଦାରେ ଉଦଘାଟିତ ହୋଇଥିବା ଏହି ପାସପୋର୍ଟ କେନ୍ଦ୍ର ଦ୍ୱାରା ମୟୂରଭଞ୍ଜବାସୀ ଉପକୃତ ହୋଇପାରିବେ । ସେମାନଙ୍କୁ ଏଥି ନିମନ୍ତେ ଭୁବନେଶ୍ୱରକୁ ଯିବାକୁ ହେବ ନାହିଁ ବୋଲି କହିଥିଲେ । ଏହାଛଡା ବାରିପଦା ରଙ୍ଗାମାଟିଆଠାରେ ନିର୍ମିତ ହୋଇଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଏବଂ ୧୨ନମ୍ବର ୱାର୍ଡରେ ମଧ୍ୟ ଏକ ସବ ପୋଷ୍ଟଅଫିସ ଖୋଲିବା ପାଇଁ ମୁଖ୍ୟ ଡ଼ାକପାଳ ଡ଼ଃ ସନ୍ତୋଷ କମିଳାଙ୍କୁ ପରାମର୍ଶ ଦେଇଥିଲେ । ରିଜିଓନାଲ ପାସପୋର୍ଟ ଅଫିସର ଡ.ଦିଗବିଜୟ ଗିରିଙ୍କ ପରିଚାଳନାରେ ଅନୁଷ୍ଠିତ  ର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟ ଡାକପାଳ ଡ.ସନ୍ତୋଷ କୁମାର କାମିଳା ଯୋଗଦେଇ ବାରିପଦାରେ ଏହି କେନ୍ଦ୍ର ହେଉଛି ରାଜ୍ୟରେ ଷଷ୍ଠ । କେନ୍ଦ୍ର ମାଧ୍ୟମରେ ଜିଲ୍ଲାବାସୀ ଅତି ସହଜରେ ପାସପୋର୍ଟ ସେବା ଉପଲବ୍ଧ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ମୟୂରଭଞ୍ଜ ଜିଲ୍ଲା ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ଏସକେ ମହମ୍ମଦ ନମନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଥମ ଦିନରେ ୧୦ଜଣ ବ୍ୟକ୍ତି ପାସପୋର୍ଟ ପାଇଁ ଆବେଦନ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୮ଜଣଙ୍କୁ କାଗଜ ପ୍ରଦାନ କରାଯାଇଥିଲା । 

28-02-18-baipada-passport1.jpg - 1.44 MB

0
0
0
s2sdefault