ଦେଖାଇଲା ମଣିଷପଣିଆ ଜୀବନ ଜ୍ୟୋତି ସେବା ଦଳ: ରାତିରେ ବୁଲି ବୁଲି ନିରାଶ୍ରୟଙ୍କୁ ବାଣ୍ଟିଲେ କମ୍ବଳ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅରମ୍ଭ ହେଇଗଲାଣି । ଯେଉଁ ମାନେ ଶୀତ ବସ୍ତ୍ର କିଣି ପାରିନାହାନ୍ତି, କିଣିବାର ସାମର୍ଥ୍ୟ ନାହିଁ  କିମ୍ଭା ଯେଉଁମାନେ ଫୁଟପାଥ ରେ ଜୀବନ ବିତାଉଛନ୍ତି ସେମାନଙ୍କର ଦୁଃଖ କହିଲେ ନସରେ । ଏହି ଅସହାୟ ଗରିବ ଲୋକ ଙ୍କର ଦୁଃଖ କୁ କିଛି ମାତ୍ରାରେ ଉପଶମ କରିବାର ଏକ ଛୋଟ ପ୍ରୟାସ କରିଥିଲା ବରଗଡ଼ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୀବନ ଜ୍ୟୋତି ସେବା ଦଳ । ଗତ କାଲି ବିଳମ୍ବିତ ରାତିରେ ଏହି ଅନୁଷ୍ଠାନ ର ସ୍ବେଚ୍ଛାସେବୀ ବନ୍ଧୁ ମାନେ ବରଗଡ ସହରର ଅମ୍ବାପାଲି ଛକ ରୁ ଆରମ୍ବ କରି ସରକାରୀ ଡାକ୍ତରଖାନା , ବେସରକାରୀ ବାସ ଷ୍ଟାଣ୍ଡ, ସରକାରୀ ବସ ଷ୍ଟାଣ୍ଡ , ରେଳ ଷ୍ଟେସନ , ଓ ବିଭିନ ଗଲି କନ୍ଦି ବୁଲି ଫୁଟପାଥ ରେ ସୋଇ ଥିବା ଲୋକ ଙ୍କୁ କମ୍ବଳ ବାଣ୍ଟି ଥିଲେ । ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଭବାନୀ ପ୍ରସାଦ ସାହୁ ଙ୍କର ନେତୃତ୍ୱରେ , ମୋହସିନ ଖାନ , ସୁଜିତ ସରାଫ , ରାକେଶ ବେହେରା, ରହୁଲ , ପିଣ୍ଟୁ ଅଗ୍ରୱାଲ , ନନ୍ଦ କିଶୋର , ଗୁରପ୍ରୀତ ସିଂ , ବିବେକ ପତି , ମାନସ ଚଇନି ପ୍ରମୁଖ ଏହି ମହତ କାମରେ ସହଯୋଗ କରିଥିଲେ ।

 

 

0
0
0
s2sdefault