ଜିଲ୍ଲାସ୍ତରୀୟ ଦୌଡ଼କୁଦ ଚୟନ ପ୍ରତିଯୋଗିତା-୨୦୧୯-୨୦

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଦୌଡ଼କୁଦ ଚୟନ ପ୍ରତିଯୋଗିତା ୨୦୧୯-୨୦  ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍ ଘାଟନୀ ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ କୌଣସି ଖେଳ ପ୍ରତି ଶୃଙ୍ଖଳିତ ଓ ନିଷ୍ଠାର ସହ ନିୟମିତ ଭାବେ ଅଭ୍ୟାସ ଜାରୀ ରଖିଲେ ଶରୀର ସୁସ୍ଥ ରହିବା ସହ ଲକ୍ଷ ସ୍ଥଳରେ ପହଞ୍ଚିବାରେ  ସଫଳ ହୋଇଥାଏ ।  ଅନ୍ୟପକ୍ଷରେ ଖେଳାଳି ମାନେ  କେବଳ ଜିଲ୍ଲାରୁ ପ୍ରତିନିଧିତ୍ଵ କରିବା ଉପରେ ଗୁରୁତ୍ୱ ନ ଦେଇ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରି କୃତିତ୍ୱ ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣିବେ , ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

     ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼. ବୃଷକେତୁ ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଯୋଗଦେଇ ଅଳସୁଆମୀ ଓ ମୋବାଇଲ ଦୈନନ୍ଦିନ ଜୀବନରେ ଆମ ଶରୀରର ସୁସ୍ଥତାକୁ ଅକର୍ମଣ୍ୟ କରିବାରେ ଲାଗିଛି । ଆମେ ସେଥିରୁ ନିବୃତ୍ତ ରହି ଶାରୀରିକ କ୍ରୀଡା ପ୍ରତି ଧ୍ୟାନ ଦେଲେ ଭଲ ଖେଳାଳିଟିଏ ହୋଇ  ଶରୀର ସୁସ୍ଥ ରହିବ । ଦେଶର ଉନ୍ନତି ଓ ପ୍ରଗତି ସହ ଦେଶର ଶିକ୍ଷା ଓ ସ୍ବାସ୍ଥ୍ୟ ନିର୍ଭର କରିଥାଏ ଯୁବକ ମାନଙ୍କ ଉପରେ । କ୍ରୀଡ଼ାପ୍ରେମୀ ଓ ସ୍ବାସ୍ଥ୍ୟବାନ ହେବ , ଦେଶ ସେତେ  ସମୃଦ୍ଧ ଓ ଶକ୍ତିଶାଳୀ ହେବ ବୋଲି କହିଥିଲେ ।

  ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ  କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଖେଳାଳି ମାନେ ଯେ କୌଣସି ପ୍ରତିଯୋଗିତାରେ  କୃତିତ୍ୱ ହାସଲ କରିହିଁ ଫେରିବା  ଭଳି ଦୃଢ଼ ମନୋଭାବ ରଖି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

      ପରେ ମୁଖ୍ୟଅତିଥି ଜିଲ୍ଲାପାଳ ଅନୁପମ ଶାହା କ୍ରୀଡା ପତାକା ଉତ୍ତୋଳନ କରିବା ସହ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଏହି ପ୍ରତିଯୋଗୀତାରେ  ଜିଲ୍ଲାର ୭ ଟି ବ୍ଲକରୁ ୨୦୦ରୁ ଅଧିକ ସଂଖ୍ୟାରେ ଝିଅ-ପୁଅ ଓ ମହିଳା-ପୁରୁଷ କ୍ରୀଡା ପ୍ରତିଯୋଗୀ ଯୋଗଦେଇଥିଲେ ।

   ପ୍ରତିଯୋଗିତା ଗୁଡିକ ମଧ୍ୟରେ ମୁଖ୍ୟତଃ ୧୦୦, ୨୦୦, ୪୦୦, ୬୦୦, ୮୦୦, ୧୫୦୦, ୨୦୦୦ ଓ ୩୦୦୦ ମିଟର ଦୌଡ ସମେତ ଉଚ୍ଚ ଓ ଲମ୍ବ ଡିଆଁ ,  ସଟ-ପୁଟ ଓ ଡିସକସ ଫିଙ୍ଗା ପ୍ରଭୃତି ବିଭାଗରେ ଅଣ୍ଡର-୧୪, ୧୬, ୧୮, ୨୦ ଏବଂ ମହିଳା ଓ ପୁରୁଷ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

   ଯୋଗ୍ୟତା ଭିତ୍ତିରେ ଯେଉଁ ଖେଳାଳି ଭଲ ସ୍ଥାନ ରଖି କୃତିତ୍ୱ ରଖିବେ , ସେହି ଖେଳାଳି ଚଳିତ ମାସର ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି  ଜିଲ୍ଲା କ୍ରୀଡା ଅଧିକାରୀ  ପ୍ରଭାକର ତ୍ରିପାଠୀ କହିଛନ୍ତି ।

   ସମସ୍ତ  କ୍ରୀଡା ପ୍ରତିଯୋଗିତାକୁ  ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶାରୀରିକ କ୍ରୀଡା ଶିକ୍ଷକ  ଧୀରେନ୍ଦ୍ର ସାମଲ , ପ୍ରିୟଦର୍ଶୀ ମିଶ୍ର , ସୁରେନ୍ଦ୍ର କୁମାର ପାତ୍ର , ତାପସ୍ୱିନୀ ପଣ୍ଡା , ଅମ୍ବିକା ପ୍ରସାଦ ସେଠୀ , ପ୍ରମୋଦ କୁମାର ପଟ୍ଟନାୟକ , ପ୍ରଦୀପ କୁମାର ସାମଲ , ଏସଏଲ ରାଓ , ସଞ୍ଜୟ ମୁମାର ପାତ୍ର , ରେଖାରାଣୀ ଦେଓ , ଲିଙ୍ଗରାଜ ସାହୁ ଏବଂ କିଶୋର ସାମଲ ,କେ.ବାସୁଦେବ ରେଡି ,ସନ୍ତୋଷ କୁମାର ପଣ୍ଡା , ଏ.ବି.ମିଶ୍ର , କୁନ୍ତୀ ବିଶ୍ୱାଳ ,ଜିତେନ୍ଦ୍ର କୁମାର ପଣ୍ଡା , ନାଗେଶ୍ୱର ରାଓ ଯାନୀ , ମିଶାଲ ଗୁନାୟା , ସୁଦୀପ୍ତ କୁମାର ବାରିକ , ଯଜ୍ଞା ନାରାୟଣ ବେହେରା ପ୍ରମୁଖ ପରିଚାଳନା  କରିଥିଲେ ।

 

 

 

 

 

 

0
0
0
s2sdefault