ହେଡଲାଇନସ୍:

ଜାତୀୟ ମହିଳା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ ଟି-ଟ୍ୱେଂଟି କ୍ରିକେଟରେ ସଫଳତା ପାଇଁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ଏହି ଝିଅମାନେ ପ୍ରମାଣିତ କରିଛନ୍ତି 

ଭୁବନେଶ୍ୱର(ଶାସକ ପ୍ରଶାସକ) - ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତାର ଫାଇନାଲରେ ବିଜୟ ହାସଲ କରିବା ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମକୁ ନୂଆଦିଲ୍ଲୀ ସ୍ଥିତ ବସଭବନରେ ସକ୍ଷାତ୍ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମର ସଦସ୍ୟଙ୍କୁ ସକ୍ଷାତ୍ କରି ଆନନ୍ଦିତ । ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତା ଫାଇନାଲରେ ଓଡିଶା ଦଳ ଜିତିଥିବାରୁ ଅଭିନନ୍ଦନ । ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ଏହି ଝିଅମାନେ ତାହା ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

 

0
0
0
s2sdefault