ହେଡଲାଇନସ୍:

ମୃୁଷୁଣ୍ଡୀରେ "ପ୍ରଚେଷ୍ଟା "ତାଲିମ ଶିବିର ଓ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ମୃୁଷୁଣ୍ଡୀ ପଞ୍ଚାୟତ ପରିସରରେ ଆଜି ଏକ "ପ୍ରଚେଷ୍ଟା " ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ଆଶାକର୍ମୀ,  ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟା ମାନଙ୍କୁ ନେଇ ଏକ ଦିବସୀୟ ଅଭିମୁଖୀ କରଣ କାର୍ଯ୍ୟକ୍ରମ "ପ୍ରଚେଷ୍ଟା " ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ରୀନା ପୁଟା  ଅଧ୍ୟକ୍ଷତା କରିଥିବା ବେଳେ ମୃୁଷୁଣ୍ଡୀର ଆରୋଗ୍ଯ କେନ୍ଦ୍ରର ମେଡିକାଲ ଅଫିସର ଶିବାନନ୍ଦ ଚାଉଲିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ମାନୀତ ଅତିଥି ଭାବେ ବି ପି  ଏମ  ମହେନ୍ଦ୍ର ମିଶ୍ର,  ସଂପ୍ରସାରଣ ଅଧିକାରି ହରିବୋଲ ଭୋଇ, ହିସାବ ରକ୍ଷକ ଜିତେନ୍ଦ୍ର ପଣ୍ଡା, ସ୍ବାସ୍ଥ୍ୟ ପରିଦର୍ଶକ ଗିରିଧାରୀ ସାହୁ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଦର୍ଶିକା ତୁଳସୀ ମଞ୍ଜୁରୀ ମିଶ୍ର ପ୍ରମୁଖ ଯୋଗଦେଇ "ପ୍ରଚେଷ୍ଟା "  କାର୍ଯ୍ୟକ୍ରମ ଦ୍ଵାରା ୧୨ ଗୋଟି ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଏହି ସେବାଗୁଡିକୁ କିଭଳିଭାବରେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କ ପାଖକୁ  ଠିକ୍ ଭାବରେ ପହଞ୍ଚାଇବା ପାଇଁ ଅତିଥି ମାନେ ମତ ରଖି ତାଲିମ ଓ ସଚେତନତା କରାଇଥିଲେ । ଶେଷରେ ଗାଁ ସ୍ବାସ୍ଥ୍ୟ ସମୀକ୍ଷା ସଂଯୋଜକ ଅକୁର କୁମାର ନାଏକ ଧନ୍ଯବାଦ ଅର୍ପଣ କରିଥିଲେ ।

0
0
0
s2sdefault