ହେଡଲାଇନସ୍:

୨୬ତମ ସହୀଦ ରତିକାନ୍ତ-କୁଲଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମଧୁବନ ମିନି ଷ୍ଟାଡ଼ିୟମରେ ଆଜି ୨୬ତମ ସହୀଦ ରତିକାନ୍ତ-କୁଲଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା । ଏହି ରିପ୍ରେକ୍ଷୀରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ସହୀଦ ରତିକାନ୍ତ-କୁଲଦୀ ମେମୋରିଆଲର ଅଧ୍ୟକ୍ଷ ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଗିରିଶ ଚନ୍ଦ୍ର ଦାସ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳ ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ସରୋଜ ମହାପାତ୍ର, ପ୍ରଭାତ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହିଥିଲେ । 

                ଡ଼ିସେମ୍ବର ୧୯ରୁ ୨୨ ପର୍ଯ୍ୟନ୍ତ ୪ ଦିନ ଧରି ହେବାକୁ ଥିବା ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନର ପ୍ରଥମ ମ୍ୟାଚ ମଧୁବନ ଷ୍ଟାର ୧୧ ଓ ସିକ୍ରେଟ-୧୧ ମଧ୍ୟରେ ଅନୁଷ୍ଠିତ  ହୋଇଥିଲା ଏବଂ ମଧୁବନ ଷ୍ଟାର ୧୧ ଟସ ଜିଣି ବ୍ୟାଟିଂ ନେଇ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୯୩ ରନ୍ କରିଥିଲେ । ଏହାର ଜବାବରେ ସିକ୍ରେଟ-୧୧ ୮ ଉଇକେଟ ବିନିମୟରେ ୯୪ ରନଂ ସଂଗ୍ରହ କରି ବିଜୟୀ ହୋଇଥିଲେ । 

            ସେହିପରି ଦ୍ୱିତୀୟ ମ୍ୟାଚ ଉଇଣ୍ଟାର ଫିଟନେସ୍  ବନାମ ଫ୍ୟୁଚାର -୧୧(Future-11) ମଧ୍ୟରେ ହୋଇଥିଲା । ଫ୍ୟୁଚାର((Future-11))-୧୧ ଟସ ଜିତି ୧୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୮ ରନ୍ କରିଥିଲେ । ଏହାପରେ ଉଇଣ୍ଟାର ଫିଟନେସ୍  ୫୯ ରନର ଲକ୍ଷ ନେଇ ପଡ଼ିଆକୁ ଉହ୍ଲାଇ ୫ ଉଇକେଟ ହରାଇ ବିଜୟୀ ହୋଇଥିଲେ ।  ଆଜିର ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀପ ଦାସ, ଅମିତାଭ ପଟ୍ଟନାୟକ ଆମ୍ପେୟାର ଭବେ ଓ ସରୋଜ ମହାକୁଡ଼ ମ୍ୟାଚକୁ ପରିଚାଳନା କରିଥିଲେ ।

 

0
0
0
s2sdefault