ହେଡଲାଇନସ୍:

ମୋବାଇଲ ଦୋକାନ ରୁ  ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ପାଞ୍ଚ ଅଭିଯୁକ୍ତ ଗିରଫ,  22 ମୋବାଇଲ ଓ ଯାଇଲୋ ଗାଡି ସହ ଅନ୍ୟ ଚୋରି ସାମଗ୍ରୀ ଜବତ 

ବରଗଡ :- ଗତ ବାର ତାରିଖରେ ପାଇକମାଲ ମୁଖ୍ୟ ଛକ ନିକଟରେ ଥିବା ଏକ ମୋବାଇଲ ଦୋକାନର  ଶଟର ଭାଙ୍ଗି ଚୋରମାନେ ଦୋକାନରୁ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଚୋରି ଘଟଣାର ଆଜି ପୋଲିସ ପର୍ଦ୍ଦାଫାଶ କରିଛି ।

    ପାଇକମାଲ ଥାନା କେଶ ନମ୍ବର 226 /19 ଧର 457 , 380 ଅନୁସାରେ ,ତଦନ୍ତ କରି ପୋଲିସ ପାଇକମାଲ ଥାନା ଅନ୍ତର୍ଗତ ଝେଙ୍ଗନାଦିହି ର ଲଳିତ ବରିହା , ମହୁଲପାଳି ଗ୍ରାମର ଦିନେଶ ସାହୁ ,ପଦ୍ମପୁର ର ଗୋପାଳ ଜସ୍ବବାନି ,  ଦେଉଳି ଗ୍ରାମର ଯୁଗଳ କିଶୋର ଭୋଇ , ଦରବେକେଲା ଗ୍ରାମର ଜୟଦେବ ସାହୁ ସମେତ ଅନ୍ୟ ତିନି ଜଣ ନାବାଳକ ଅପରାଧି ଙ୍କୁ ଗିରଫ କରି ସେମାନଙ୍କର ନିକଟରୁ 22 ଗୋଟି ମୋବାଇଲ ଫୋନ , ଓ ଅନ୍ୟାନ୍ୟ ଜିନିଷ ତଥା ଏକ ଯାଇଲୋ ଗାଡି ଓ ଏକ ଛୁରୀ ଜବତ କରିଛି । ପାଞ୍ଚ ଅଭିଯୁକ୍ତ ଙ୍କୁ ପଦ୍ମପୁର କୋର୍ଟ ରେ ଓ ଅନ୍ୟ ତିନି ନାବାଳକ ଅପରାଧି ମାନଙ୍କୁ ବରଗଡ଼ ଜୁବେନାଇଲ କୋର୍ଟ କୁ ଚାଲାଣ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର SDPO ଶ୍ରୀ ପ୍ରଦୀପ କୁମାର ସାହୁ ଜଣାଇଛନ୍ତି । ଏହି ଅବସରରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ମଧ୍ୟ ଉପସ୍ଥିତ ଥିଲେ ।

 

0
0
0
s2sdefault