ହେଡଲାଇନସ୍:

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ନୂଆଦିଲ୍ଲୀରେ ରେଳ ଅଧିକାରୀଙ୍କୁ ଭେଟି ଦାବି  ଜଣାଇଲେ ରାଧାମୋହନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର (ଶାସକ ପ୍ରଶାସକ) କନ୍ଧମାଳ ଜିଲ୍ଲାରେ ଅତ୍ୟାବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଏକ ଜନ ଆନ୍ଦୋଳନ ଗଢିତୋଳିଥିବା କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧାମୋହନ ମହାପାତ୍ର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପୁରଣ ହେବା ପରେ ଏବେ ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି | ବିଭିନ୍ନ ମହଲରୁ ଏଠି ପାଇଁ ଦାବି ହୋଇ ଆସୁଥିବା ବେଳେ ଫୋରମ ଏହି ଦାବିକୁ ଜୋର ଦାର କରିଛି |  ଏଥି ନେଇ ପୂର୍ବରୁ ଫୋରମ ପକ୍ଷରୁ ପୋଷ୍ଟକାର୍ଡ ଅଭିଯାନ, ସାଇକେଲ ରାଲି, ସଚେତନତା କାର୍ଯ୍ୟକ୍ରମ, ଦାବିପତ୍ର ପ୍ରଦାନ ଆଦି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଜିଲ୍ଲାର ଏହି ଦାବିକୁ ନେଇ ନୂଆ ଦିଲ୍ଲୀରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଛନ୍ତି ଫୋରମର ସଭାପତି  ଶ୍ରୀ ମହାପାତ୍ର |

ରେଳ ମନ୍ତ୍ରଣାଳୟର ଅନ୍ୟତମ ନିର୍ଦ୍ଦେଶକ ଡି କେ ମିଶ୍ରଙ୍କୁ ସାକ୍ଷାତ କରି ଜିଲ୍ଲାକୁ ରେଳ ସଂଯୋଗ ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ | ଆଲୋଚନା ସମୟରେ ବ୍ରହ୍ମପୁରରୁ ସମ୍ବଲପୁର ଭାୟା କନ୍ଧମାଳ ରେଳପଥ ବିଷୟରେ ଆଲୋଚନା କରିଥିଲେ | ଏହି ରେଳ ପଥ ପାଇଁ ପ୍ରାରମ୍ଭିକ ସର୍ଭେ  ହୋଇଥିବା ବେଳେ ତିନି ବର୍ଷରୁ ଉର୍ଧ୍ଵ ସମୟ ହେବ ସମସ୍ତେ ଚୁପଚାପ ରହିଯାଇଛନ୍ତି ବୋଲି ଶ୍ରୀ ମହାପାତ୍ର ଅବଗତ କରାଇଥିଲେ | ଏହି ପ୍ରକଳ୍ପର ଚୂଡାନ୍ତ ସର୍ଭେ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥୁବା ବେଳେ ଏଥିନେଇ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି |  ସୂଚନାଯୋଗ୍ୟ  ଶ୍ରୀ ମହାପାତ୍ର  ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବା ସହିତ କେବେ ଦସ୍ତଖତ ଅଭିଯାନ, କେବେ ପୋଷ୍ଟ କାର୍ଡ ଅଭିଯାନ ତ କେବେ  ଶୋଭାଯାତ୍ରା ବା ଗଣ ଧାରଣା କରି ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି | ଜିଲ୍ଲାର ସ୍ୱାର୍ଥ ପାଇଁ ସମ୍ମିଳିତ ଲଢେଇ ଜୋରଦାର କରାଯିବ ଓ ଗୁଣ୍ଡୁଚୀ ମୂଷା ଭଳି ଜିଲ୍ଲାର ଭିତ୍ତି ଭୂମି ବିକାଶ ପାଇଁ ବିଭିନ୍ନ ଫୋରମରେ ଉଦ୍ୟମ ଜାରି ରଖିବୁ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି |

0
0
0
s2sdefault