ହେଡଲାଇନସ୍:

"ବିନା ଗ୍ରାମସଭାରେ ସରକାରୀ ଜମିକୁ ରାମକୋ କେମିତି  ଜବରଦଖଲ କଲା ?"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାମକୋର ଶହ ଶହ ଏକର ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ସ୍ମିତାରାଣୀକୁ କରାଯାଇଛି  ହତ୍ୟା

କେବଳ ସିବିଆଇ ତଦନ୍ତ ହେଲେ ସ୍ମିତାରାଣୀକୁ ନ୍ୟାୟ ମିଳିପାରିବ :ବିଜେପି

ଭୁବନେଶ୍ୱର,(ଶାସକ ପ୍ରଶାସକ): ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୪ଟି ଂଚାୟତ- ଧର୍ମଶାଳା, ହରିଦାସପୁର, ଥାନୁଆଳ, ଆରୁହା ପଂଚାୟତର ୧୫୨ ଏକର ଜମି ରାମକୋ ସିମେଂଟ କାରାଖାନା ପାଇଁ ରାଜ୍ୟସରକାରଙ୍କ ଦେଇଥିବାବେଳେ ଆହୁରି ଶହ ଶହ ଏକର ରାମକୋ ଜବରଦସ୍ତି ବେଆଇନ ଭାବେ ମାଡିବସିଛି । ରାମକୋ ଦ୍ୱାରା ଜବରଦଖଲ ହୋଇଥିବା ଜମିରେ ଶ୍ମଶାନ ଜମି, ଗୋଚର ଜମି, ଅନାବଦି ଜମି, ଦେବୋତର ଜମି ଏବଂ ଜଙ୍ଗଲ କିସମ ଜମି ଅନ୍ତଭୃକ୍ତ । ଏହି ସମସ୍ତ ଜମି ସ୍ମିତାରାଣୀ ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ନିଜ ଗୃହ ପଂଚାୟତରେ ଆସୁଛି । ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚା ପ୍ରୟୋଗ କରାଯାଉଥିଲା । ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ରେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ରାମକୋ ସିମେଂଟ କଂପାନୀର ମାଲିକ ଜଣେ ତାମିଲ ହୋଇଥିବାରୁ ତାଙ୍କର ସିଧାସଳଖ ସଂପର୍କ ତୃତୀୟ ମହଳା ୫-ଟି ସଚିବ ତାମିଲ ଅଧିକାରୀ କେ. ପାଣ୍ଡିଆନଙ୍କ ସହ ରହିଛି । ସେଥିଲାଗି ଜିଲ୍ଲା ପ୍ରଶାସନ ସବୁ ଆଇନ କାନୁନକୁ ଅଣଦେଖା କରିଛି । ଇମାମୀ ଏବଂ ଅନ୍ୟାନ୍ୟ ସିମେଂଟ କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ଗ୍ରାମସଭା ହୋଇଥିବାବେଳେ ରାମକୋ ପାଇଁ କାହିଁକି ଗ୍ରାମ ସଭା କରାଗଲା ନାହିଁ ? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା ? ଜିଲ୍ଲାରେ ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ ଥିବାସତ୍ୱେ ରାମକୋ ବେଆଇନ ଭାବେ ଶହ ଶହ ଏକର ଜମି କିପରି ଜବରଦଖଲ କରି ପାରିଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।   ସ୍ମିତାରାଣୀଙ୍କ ଉପରେ ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ରୂପେଶ ଭଦ୍ର ଏବଂ ବିଜେଡିର ଅନ୍ୟ ନେତାଙ୍କ ଦ୍ୱାରା ଚା ପ୍ରୟୋଗ କରାଯାଉଥିଲା । ଏମିତିକି ଗ୍ରାମ ପଂଚାୟତର ଅଧିକାରୀମାନଙ୍କୁ ଭାଇଜାକ ଓ ମୁମ୍ବାଇ ଭଳି ସହରକୁ ନେଇ ଆପ୍ୟାୟିତ  କରିବା ପାଇଁ ଚେଷ୍ଟା କରାଯାଉଥିଲା । ହେଲେ ସ୍ମିତାରାଣୀ ଏହି ଷଡଯନ୍ତ୍ରରେ ସାମିଲ ନହେବା ଯୋଗୁଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାମକୋ ଜମି ଜବରଦଖଲ ମାମଲାରେ ବେଆଇନ କାମ କରିବାକୁ ରାଜି ନହେବାରୁ  ତାଙ୍କୁ ରଙ୍ଗଶାଳାଠାରେ ଗଣଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସ୍ମିତାରାଣୀ ମୃତ୍ୟୁ  ସମୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସମେତ ଆଉ ୪ ଜଣ ବିଜେଡିର ନିର୍ବାଚିତ ପ୍ରତିନିଧୀ ଏବଂ ଜଣେ ରାମକୋ ଅଧିକାରୀ ଉପସ୍ଥିତ ଥିଲେ । ସ୍ମିତାରାଣୀର ଚରିତ୍ର  ଉପରେ ପ୍ରଶ୍ନ ସୃଷ୍ଟି କରୁଥିବା ଯାଜପୁର ଏସପି ଚରଣ ସିଂହ ମୀନା କ’ଣ ପାଇଁ ରାମକୋ ଅଧିକାରା ଏବଂ ଅନ୍ୟାନ୍ୟ ଉପସ୍ଥିତ ବିଜେଡିର ନିର୍ବାଚିତ ପ୍ରତିନିଧୀମାନଙ୍କୁ ତଦନ୍ତ ପରିସର ଭୃକ୍ତ କରିନାହାଁନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।  

ସ୍ମିତାରାଣୀ ହତ୍ୟାକାଣ୍ଡରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ରାଜନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ କ୍ଷମତା ପୀପାସାକୁ ମେଂଟାଇବା ପାଇଁ ଜଣେ ନିରୀହ ଝିଅ ସ୍ମିତାରାଣୀର ବଳି ପକାଇଛି । ରାମକୋର ବେଆଇନ ଜମି ଜବର ଦଖଲ ଏବଂ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ଭୂମିକାକୁୁ ତଦନ୍ତ ପରିସରଭୃକ୍ତ କରାଯାଉ । ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ନିବିଡ ଭାବେ ସଂପୃକ୍ତ ଅଛନ୍ତି ଏବଂ ଦୋଷୀ ମାନଙ୍କୁୁ ଘଂଟ ଘୋଡାଇବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଆସିଛନ୍ତି । ଏଣୁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଧାଫାଶ ହେବା ସହ ସ୍ମିତାରାଣୀ ଏବଂ ଓଡିଶାର ସମସ୍ତ ମହିଳାମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।  

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ ଏବଂ ମୁଖପାତ୍ର ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

 

 

 

 

0
0
0
s2sdefault