ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଓଡିଶାରେ ଜାତୀୟ ନାଗରିକ ପଂଜିକାକୁ ଲାଗୁ ନକରିବା ପାଇଁ କହିବା ପଛର ରହସ୍ୟ କଣ ?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କି : ଖାରବେଳ 

ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତବର୍ଷର ଅନେକ ବିଦେଶୀ ରହିଛନ୍ତି । ଭାରତରେ ବାହର ଲୋକ କିଏ ସେମାନଙ୍କୁ ଚିହ୍ନିବାର କୌଣସି ବ୍ୟବସ୍ଥା ନାହିଁ । ରାଷ୍ଟ୍ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଂଜିକାକୁ ଲାଗୁ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି । ଏ ଦେଶର ସଂସଦ ତାକୁ ଗ୍ରହଣ କରିଛି । ଏହା ରାଷ୍ଟ୍ରର ହିତ ଏବଂ ସୁରକ୍ଷା ପାଇଁ ତିଆରି କରାଯାଇଛି । ନାଗରିକ ସଂଶୋଧନ ବିଲକୁ ରାଜ୍ୟସଭା ଓ ଲୋକସଭାରେ ସମର୍ଥନ କରିଥିବା ମୁଖ୍ୟମନ୍ତ୍ରୀ ଏନଆରସିକୁ ଓଡିଶାରେ ଲାଗୁ କରିବେ ନାହିଁ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କାହିଁକି ଓଡିଶାରେ ଜାତୀୟ ନାଗରିକ ପଂଜିକାକୁ ଲାଗୁ କରିବେ ନାହିଁ ଏବଂ  ଏହା ପଛରେ ତାଙ୍କର ଉଦ୍ଦେଶ୍ୟ  କଣ କହିଛି ବୋଲି ବିଜେପିର ବରିଷ୍ଠ  ନେତା ଶ୍ରୀ ଖାରବେଳ ସ୍ୱାଇଁ ପ୍ରଶ୍ନ କରିଛନ୍ତି । 

ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଓଡିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କି ? ରାଜନୈତିକ ଫାଇଦା ପାଇଁ ମୁଖ୍ୟମନ୍ତ୍ରୀ ଏପରି କହୁଛନ୍ତି କି ? ଏନଆରସି ଲାଗୁ ହେଲେ ଓଡିଶାର କଣ କ୍ଷତି ହେବ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ଦୁନିଆରେ ଏମିତି କୌଣସି ଦେଶ ନାହିଁ ଯାହାର ନାଗରିକ ମାନଙ୍କର ପଂଜିକା ନାହିଁ । ସବୁ ଦେଶ ତାର ନାଗରିକମାନଙ୍କର ତାଲିକା କରିଛନ୍ତି । ରାଷ୍ଟ୍ର ହିତ ଦୃଷ୍ଟିରୁ ଓଡିଶାରେ ଏନଆରସିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରନ୍ତୁ । 

ଓଡିଶାର ମୁଖ୍ୟମନ୍ତ୍ରୀ ଏନଆରସିକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି ରହିଛି । ମୁସଲମାନ ମାନେ ଅସନ୍ତୁଷ୍ଟ ହେବା ଭାବି ମୁଖ୍ୟମନ୍ତ୍ରୀ ବୋଧେ ମନା କରୁଛନ୍ତି । ଏନଆରସିକୁ ଲାଗୁ କଲେ ଭାରତର ମୁସଲମାନଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ମୁସଲମାନମାନେ ଆତଙ୍କିତ ହେବାରେ କୌଣସି କାରଣ ନାହିଁ । ଭାରତର ନାଗରିକ କିଏ ତାହା ସ୍ପଷ୍ଟ ଭାବେ ଚିହ୍ନଟ ହେବା ନିହାତି ଦରକାର । ଭାରତବର୍ଷର ବିଭାଜନ କୌଣସି ରାଜନୀତି କାରଣରୁ ହୋଇନାହିଁ । ଏହା କେବଳ ଧର୍ମକୁ ନେଇ ବିଭାଜନ ହୋଇଥିଲା ଏବଂ ୧୯୪୭ ମସିହା ପରେ ଭାରତରୁ ଅଲଗା ହୋଇଥିବା ରାଷ୍ଟ୍ର ଗୁଡିକ ବିଭିନ୍ନ ସମୟରେ ଶରଣାର୍ଥୀ ଭାବେ ଭାରତରେ ପ୍ରବେଶ କରିଛନ୍ତି । ୧୯୫୧ ମସିହାରେ ଭାରତରେ ନାଗରିକ ପଂଜିକା ସଂଶୋଧନ ହେଲା ନାହିଁ । ଭାରତର ନାଗରିକ କିଏ ଏ ପ୍ରଶ୍ନର ଉତର କେହି ବି ଦେଇପାରିବେ ନାହିଁ । ଭାରତର କୈଣସି ଜାତୀୟ ପରିଚୟ ପତ୍ର ନାହିଁ । ଭାରତର ନାଗରିକ କିଏ ଏହି ଚିହ୍ନଟ କରିବା ଏକ କାଠିକାର ପାଠ । ଯଦି ଭାରତର ନାଗରିକ କେଉଁମାନେ ସେମାନଙ୍କୁ ଯଦି ଚିହ୍ନଟ କରାଯିବ ନାହିଁ ତେବେ କେନ୍ଦ୍ରସରକାର ଏବଂ ରାଜ୍ୟସରକାର କରିଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ପାଇବାକୁ ହକଦାର କିଏ ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି ।

 

0
0
0
s2sdefault