ହେଡଲାଇନସ୍:

ଜିଲ୍ଲା ନିର୍ମାଣ ଶ୍ରମିକ ମହାସଙ୍ଘ ତରଫରୁ ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେଲେ ୧୦ ଦଫା ସମ୍ବଳିତ ଦାବିପତ୍ର, ପୁରାଣ ନହେଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଅଚଳ କରିବାକୁ ଚେତାବନୀ 

ରାୟଗଡ(ସରୋଜ ସାହୁ): ବୁଧବାର ଦିନ ରାୟଗଡ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଙ୍ଘ ଦ୍ୱାରା ୧୦ ଦଫା ଦାବୀ ନେଇ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଓ ସେମାନଙ୍କ କର୍ମକର୍ତା ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଏକତ୍ରୀତ ହୋଇ ସେଠାରୁ ରାୟଗଡ ସହରର ମୂଖ୍ୟ ରାସ୍ତା ଦେଇ ଚାଲି ଚାଲି ବିଭିନ୍ନ ନାରା ଦେଇ ଏକ ଶୋଭା ଯାତ୍ରାରେ ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ନିର୍ମାଣ ଶ୍ରମିକ ମାନଙ୍କ ସମସ୍ୟାକୁ ନେଇ ଏକ ବିକ୍ଷୋଭ  ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭକୁ ନିରଞ୍ଜନ ପାତ୍ର (ସଭାପତି, ଏନଏଫଆଇଟିୟୁ), ଅରୁଣ କୁମାର ଲେଙ୍କା (ସାଧାରଣ ସମ୍ପାଦକ, ବିଏମଏସ), ଗଣେଶ ହିମିରିକା (ଉପ-ସଭାପତି, ବିଡିସିଏସଡବ୍ଲୁ), ଅନିଲ କୁମାର ମହାପାତ୍ର, (ସଂଗଠନ ସମ୍ପାଦକ,ଏଚଏମଏସ. ଋୁନା କୁମାର ନାୟକ (ସଂଯୋଜକ, ଆଇଏନଟିୟୁସି), ବସନ୍ତ କୁମାର ପାତ୍ର ( ସହ-ସମ୍ପାଦକ, ଏଏନସିଏସ), ଅଜୟ ବେନିଆ, ଚିତ ରଞ୍ଜନ ରାଉତରାୟ (ଉପଦେଷ୍ଟା ସିଆଇଟିୟୁ), ଭବାନୀ ଶଙ୍କର ଜେନା, ଗଙ୍ଗାରାଜୁ ବିଡିକା, ଧନଞ୍ଜୟ ରମେଶ ଶବର, ଭାରତୀୟ ମଜଦୁର ସଙ୍ଘର ପୂର୍ବତନ ରାଜ୍ୟ କାର୍ଯ୍ୟକାରି ସଭାପତି ଦେବେନ୍ଦ୍ର ପାଟ୍ଟଯୋଶୀ. (ଏନଏଫଆଇଟିୟୁ) ର ରାଜ୍ୟ ସଭାପତି ପ୍ରଶାନ୍ତ ପାଢୀ ପ୍ରମୂଖ ଓ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନେ ନେତୃତ୍ୱ ନେଇଥିଲେ । ସେମାନେ ପ୍ରକାଶ କରିଥିଲେ ଯେ, ରାୟଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ଅଂଚଳ ଏଠାରେ ନିର୍ମାଣ ଶ୍ରମିକ ମାନେ ସେମାନଙ୍କର ଲୁହ ଲହୁ ଦେଇ ଏହି ଜିଲ୍ଲା ଗଠନ କରିବା ଦିଗରେ ସେମାନଙ୍କ ମୂଖ୍ୟ ଭୁମିକା ନିର୍ବାହ କରିଥାଆନ୍ତି । ଏହି ନିର୍ମାଣ ଶ୍ରମିକ ସଙ୍ଘ ମାନେ ରାୟଗଡ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ଯେ, ଯେଉଁ ଶ୍ରମିକ ମାନେ ଲୁହ ଲହୁ ଦେଇ ସେମାନଙ୍କର ଶ୍ରମ ଦେଇ ଚାଲିଛନ୍ତି ସେମାନଙ୍କୁ ବର୍ତମାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଯେଉଁ ଭାବରେ ରାୟଗଡ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ସହାୟତା ପ୍ରଦାନ କରିବା କଥା ତାହା ପରିଲିକ୍ଷିତ ହେଉନଥିବା ଅଭିଯୋଗ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ଜିଲ୍ଲା ଅଫିସରେ ଗଦା ଗଦା ଦରଖାସ୍ତ ପଡିରହିବା, ନୂତନ ଭାବରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ପ୍ରକ୍ରିୟାରେ ଅହେତୁକ ବିଳମ୍ବ କରାଯାଉଥିବା, ବିଭିନ୍ନ ସହାୟତା ପ୍ରଦାନରେ କାଳ ବିଳମ୍ବ କରିବା ଓ ବିଭିନ୍ନ ଆଳ ଦେଖାଇ ସହାୟତା ପକାଇରଖିବା ବେଳେ ଜିଲ୍ଲା ପ୍ରଶାସନ ବୋର୍ଡର ନିର୍ଦେଶ ନାମାକୁ ଗୁରୁତ୍ୱ ନ ଦେବା ଫଳରେ ନିର୍ମାଣ ଶ୍ରମିକ ମାନେ ଠିକ ସମୟରେ ସହାୟତା ପାଇବା ସମ୍ଭବପର ହେଉନାହିଁ । ଏହି ଭଳି ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ଜିଲ୍ଲା ଶ୍ରମ ଅଧିକାରୀ ଓ ଅନ୍ୟାନ୍ୟ ମାନବ ସମ୍ବଳର ଅଭାବ ଓ କମ୍ପ୍ୟୁଟର ସିଷ୍ଟମ ନଥିବା ଫଳରେ କାର୍ଯ୍ୟରେ ବିଳମ୍ବ ଘଟୁଥିବା କହିଥିଲେ । ଏହି ସବୁ ବିଷୟକୁ ନେଇ ଜିଲ୍ଲା ନିର୍ମଣ ଶ୍ରମିକ ମହାସଙ୍ଘ, ରାୟଗଡ ଜିଲ୍ଲାପାଳ ଓ ଜିଲ୍ଲା ବିଭାଗୀୟ ଶ୍ରମ କମିଶନରଙ୍କ ଠାରେ ବାରମ୍ବାର ଦାବୀ ଉପସ୍ଥାପନ କରି ସମାଧାନ କରିବାକୁ ଆଲୋଚନା କରି ଆସୁଥିଲେ ମଧ୍ୟ ଏହାର ପ୍ରତିକାର କରିବା ପରିବର୍ତେ ଦିନକୁ ଦିନ ଜଟିଳତା ଆଡକୁ ଗତି କରୁଥିବା ଗୁରୁତର ଅଭିଯୋଗ କରିଥିଲେ । ତେଣୁ ବାଧ୍ୟ ହୋଇ ନିର୍ମାଣ ଶ୍ରମିକ ସଙ୍ଘର ହଜାର ହଜାର ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ବାକୁ ବାଧ୍ୟ ହେଲେ ଓ ଯଦି ଆଗାମୀ ଦିନରେ ସେମାନଙ୍କ ଦାବୀ ପୂରଣ ନହୁଏ ତାହେଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଚଳ କରିବାକୁ ଚେତାବନୀ ଦେଇଥିଲେ । ଜିଲ୍ଲା ନିର୍ମାଣ ଶ୍ରମିକ ମହାସଙ୍ଘ ଦେଇଥିବା ୧୦ ଦଫା ଦାବୀ ଗୁଡିକ ହେଲା ନିର୍ମାଣ ଶ୍ରମିକ ପଞ୍ଜିକରଣକୁ ସରଳୀକରଣ କରାଯିବା ଓ ସମସ୍ତଙ୍କୁ ସହଜରେ ନବୀକରଣ କରାଯିବା, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି କରାଯିବା, ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ସମୟ ସୀମା ମଧ୍ୟରେ ପ୍ରଦାନ କରିବା, ପ୍ରକୃତ ନିର୍ମାଣ ଶ୍ରମିକ ହିତାଧିକାରୀ ପକ୍ଷରୁ ଆବେଦନ କରାଯାଇଥିବା ପରିଚୟ ପତ୍ର ପ୍ରଦାନ କରିବା, ଜିଲ୍ଲା ସ୍ତରୀୟ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ଟାସ୍କଫେର୍ସ ଗଠନ କରିବା, ଶ୍ରମ କାର୍ଯ୍ୟାଳୟରେ ହେଲପ ଡେସ୍କ ସମେତ ସମସ୍ତ ଆନୁସାଙ୍ଗିକ ସୁବିଧା ପ୍ରଦାନ କରିବା, ଶ୍ରମିକ ସଂଗଠନ କର୍ମକର୍ତା ଓ ସମନ୍ୱୟ ସମିତିର କର୍ମକର୍ତାଙ୍କୁ ନେଇ ପ୍ରତି ମାସରେ ଗୋଟିଏ ଲେଖାଏଁ ବୈଠକ କରାଯିବା, ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସମାଜିକ କଲ୍ୟାଣ ବୋର୍ଡ ଯୋଜନାରେ ସାମିଲ କରିବା, ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକୃତ ଶ୍ରମିକ ସଂଗଠନର ପ୍ରତିନିଧିଙ୍କୁ ସେମାନଙ୍କ ଦାୟିତ୍ୱ ତୁଲାଇବାକୁ ଦେବା ସହ ଦଲାଲ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ନେବା, ନିର୍ମାଣ ଶ୍ରମିକ ଟ୍ରେନିଂ ନେଇଥିବା ସମସ୍ତ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ସଙ୍ଗେ ସଙ୍ଗେ ଠକି ନେଇଥିବା ଟ୍ରେନିଂ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବୀ ରହିଛି ।  

 

0
0
0
s2sdefault