ହେଡଲାଇନସ୍:

୨୦୧୯-୨୦ ଖରିଫ ଧାନ ସଂଗ୍ରହ: ଆଜି ସୁଦ୍ଧା ୧୪୧୫୪୦ ଚାଷୀଙ୍କଠାରୁ ୯୬୧୧୦୨୪ କ୍ୱିଣ୍ଟାଲ୍ ଧାନ ସଂଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗତ ବର୍ଷ ଆଜି ଦିନ ତୁଳନାରେ ୪୩ ପ୍ରତିଶତ ଅଧିକ  ଧାନ ସଂଗ୍ରହ

ଭୁବନେଶ୍ୱର, (ଶାସକ ପ୍ରଶାସକ) :ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧ ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଟ ୯୬ ଲକ୍ଷ ୧୧ ହଜାର ୨୪ କ୍ୱିଣ୍ଟାଲ୍ ଧାନ ବିକି୍ର କରିଛନ୍ତିା ଗତବର୍ଷ ଆଜି ତାରିଖ ତୁଳନାରେ ଧାନସଂଗ୍ରହ ୪୩ ପ୍ରତିଶତ ଅଧିକ  ହୋଇଛିା

ଧାନସଂଗ୍ରହ ନିମନ୍ତେ ଅନ୍ଲାଇନ୍ରେ ପଞ୍ଜୀକୃତ ଚାଷୀମାନଙ୍କୁ ପି-ପାସ୍ ଜରିଆରେ ଆଗୁଆ ଟୋକେନ୍ ପ୍ରଦାନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ସୁଦ୍ଧା ୨୭ଟି ଜିଲ୍ଲାର ଚାଷୀମାନଙ୍କୁ ୩ ଲକ୍ଷ ୭୭ ହଜାର ୨୯୮ଟି ଟୋକେନ୍ ପ୍ରଦାନ କରାଯାଇଛିା ଚଳିତ ଖରିଫ୍ ଧାନସଂଗ୍ରହ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ଅଧିକ  ଧାନସଂଗ୍ରହ ହୋଇଥିବା  ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାରେ ୫୨ ହଜାର ୭୨୭ ଜଣ ଚାଷୀ ମୋଟ ୩୪ ଲକ୍ଷ ୪୧ ହଜାର ୯୪୦ କ୍ୱିଣ୍ଟାଲ୍ ଧାନ ବିକ୍ରି କରିଥିବା ବେଳେ ବଲାଙ୍ଗୀରର ୧୦ ହଜାର ୫୪୭ ଜଣ ଚାଷୀ ୭ ଲକ୍ଷ ୫୮ ହଜାର ୨୯ କ୍ୱିଣ୍ଟାଲ୍, କଳାହାଣ୍ଡିର ୧୯ ହଜାର ୩୨୪ ଜଣ ଚାଷୀ ୧୩ ଲକ୍ଷ ୩୮ ହଜାର ୨୭୫ କ୍ୱିଣ୍ଟାଲ୍, ମାଲକାନଗିରିର ୧୦ ହଜାର ୨୮୩ ଜଣ ଚାଷୀ ୪ଲକ୍ଷ ୩୦ ହଜାର ୭୯୦ କ୍ୱିଣ୍ଟାଲ୍, କୋରାପୁଟର ୬୭୭୧ ଜଣ ଚାଷୀ ୫ ଲକ୍ଷ ୩୩ ହଜାର ୪୪୨ କ୍ୱିଣ୍ଟାଲ୍, ନବରଙ୍ଗପୁରର ୩୮୫୩ ଜଣ ଚାଷୀ ୩ ଲକ୍ଷ ୧୬ ହଜାର ୧୦୬ କ୍ୱିଣ୍ଟାଲ, ନୂଆପଡ଼ାର ୬୮୫୬ ଜଣ ଚାଷୀ ୩ ଲକ୍ଷ ୪୫ ହଜାର ୩୦୭ କ୍ୱିଣ୍ଟାଲ୍, ସମ୍ବଲପୁରର ୧୨ ହଜାର ୩୫୫ ଜଣ ଚାଷୀ ୧୦ ଲକ୍ଷ ୯ ହଜାର ୧୮୮ କ୍ୱିଣ୍ଟାଲ୍, ସୁବର୍ଣ୍ଣପୁରର ୧୧ ହଜାର ୨୪୨ ଜଣ ଚାଷୀ ୯ ଲକ୍ଷ ୨୭ ହଜାର ୬୩୬ କ୍ୱିଣ୍ଟାଲ୍ ଓ ସୁନ୍ଦରଗଡ଼ ଜିଲ୍ଲାର ୨୨୫୮ ଜଣ ଚାଷୀ ୧ ଲକ୍ଷ ୫୦ ହଜାର ୩୭୩ କ୍ୱିଣ୍ଟାଲ୍ ଧାନ ବିକ୍ରି କରିଛନ୍ତିା 

 

 

 

 

0
0
0
s2sdefault