ହେଡଲାଇନସ୍:

"ଶାସକ ପ୍ରଶାସକ"ର ବଡ ପ୍ରଭାବ :ନିଷ୍ପତ୍ତି  ବଦଳେଇଲା ଜ଼ିଲ୍ଲା ଶିକ୍ଷା ପ୍ରଶାସନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଡ଼ଦିନ ଛୁଟି ବାତିଲ ନିଷ୍ପତ୍ତିକୁ ପ୍ରତ୍ୟହାର କଲେ ଜ଼ିଲ୍ଲା ଶିକ୍ଷାଧିକାରୀ 

ଘୁ.ଉଦୟଗିରି :ଶେଷରେ  ନିଷ୍ପତି ବଦଳେଇଲେ ଜ଼ିଲ୍ଲା ପ୍ରଶାସନ I ଶେଷରେ ଜନସାଧାରଣଙ୍କ ବିରୋଧ ପରେ ବଡ଼ଦିନ ଛୁଟି ବାତିଲକୁ ନେଇ ପ୍ରକାଶ ପାଇଥିବା ଚିଠି ସଂଖ୍ୟା 9850/17-12-2019 କୁ ପ୍ରତ୍ୟହାର କରାଯାଇଥିବା ସମ୍ପର୍କରେ ଚିଠି ସଂଖ୍ୟା 9875/18-12-2019 ମାଧ୍ୟମରେ ପ୍ରକାଶ କରିଛନ୍ତି I ଅର୍ଥାତ ବଡ଼ଦିନ ପୂର୍ବଭଳି ଛୁଟି ରହିବ |  ସୂଚନା ଯୋଗ୍ୟ ଯେ ବଡ଼ଦିନ ଛୁଟିକୁ ବାତିଲ କରିବା ସମ୍ପର୍କରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ସମ୍ପର୍କରେ କେବଳ "www.shasakprashasak.com "ରେ ଖବର ପ୍ରସାରିତ ହୋଇଥିଲା | ହେଲେ ଶାସକ ପ୍ରଶାସକରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶାସନ ସମାଲୋଚନାର ଶରବତ ହୋଇଥିଲା |  କେହି କେଇ ସାମାଜିକ ଗଣମାଧ୍ୟମରେ ଏହାକୁ ପିଲାଳିଆ ନିଷ୍ପତ୍ତି ବୋଲି କହିବା ସହ ସରକାରଙ୍କ ଆଦେଶକୁ ବଦଳାଇବାକୁ ଜିଲ୍ଲା ଶିକ୍ଷା ପ୍ରଶାସନକୁ କିଏ କ୍ଷମତା ଦେଲେ ବୋଲି ପ୍ରଶ କରିଥିଲେ | ଶେଷରେ ପ୍ରଶାସନ ଲୋକଙ୍କ ଧର୍ମୀୟ ଭାବନା ଓ ବିଭିନ୍ନ ମହଲର ଅସନ୍ତୋଷକୁ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଚଛି | ବଡଦିନରେ ସ୍କୁଲ ଖୋଲା ରହିବ ବୋଲି ଯେଉଁ ଆଦେଶ ଗତକାଲି ବାହାରିଥିଲା ଆଜି ସେହି ଚିଠିକୁ ଜିଲ୍ଲା ପ୍ରଶାସନ ପ୍ରତ୍ୟାହାର କରିଛି | ଏ  ସମ୍ପର୍କରେ ଆମ ଜ଼ିଲ୍ଲା ପ୍ରତିନିଧି ଗଗନ କୁମାର ପ୍ରଧାନଙ୍କୁ ଫୋନକରି  ଜ଼ିଲ୍ଲା ଶିକ୍ଷାଧିକାରୀ ସୂଚନା ଦେବା ସହ ସେ ନୂତନ ବିଜ୍ଞପ୍ତିକୁ ପ୍ରେରଣ କରିଛନ୍ତି  ଇ

 ବଡ଼ଦିନ ଛୁଟି ବାତିଲ ସମ୍ପର୍କରେ ସୂଚନା ପାଇବାପରେ ଆଜି ସକାଳ 10.30ମିରେ ଶାସକ ପ୍ରଶାସକ(www.shasakprashasak.com)ରେ  ଖବର ପ୍ରକାଶ ପାଇଥିଲା I ମାତ୍ରକ କିଛି ଘଣ୍ଟା ବ୍ୟବଧାନରେ ଅପରାହ୍ନ 2.30ମି ସମୟରେ ପୁଣି ବଡ଼ ଦିନ ଛୁଟିକୁ ବାତିଲ ପାଇଁ ପ୍ରକଶ କରାଯାଇ ଥିବା ନିର୍ଦେଶକୁ ପ୍ରତ୍ୟହୃତ କରାଯାଇଛି I ଖବର ପ୍ରକାଶ ପାଇବା ପରେ ସଂଖ୍ୟ ଲଘୁ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ ବିରୋଧ କରାଯାଇ ଥିଲା I ଶେଷରେ ଶିକ୍ଷା ଜ଼ିଲ୍ଲା ପ୍ରଶାସନ ସଂଖ୍ୟା ଲଘୁଙ୍କ ବିରୋଧ ଆଗରେ ମୁଣ୍ଡ ନୁଆଁଇଛନ୍ତି I ସୂଚନା ଥାଉକି 17 ତାରିଖରେ ଜ଼ିଲ୍ଲା ଶିକ୍ଷାଧିକାରିଙ୍କ ଦ୍ୱାରା ଏହି ବିଜ୍ଞପ୍ତି ପ୍ରକାଶ ପରେ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ନିରାଶାର ଦେଖା ଦେଇଥିଲା I ଯାହାକୁ ନେଇ ଖ୍ରୀଷ୍ଟିଆନ ସଂଖ୍ୟା ଲଘୁଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇ ଥିଲା I ଡ଼ିସେମ୍ବର ମାସ 25 ତାତିଖରେ ଖ୍ରୀଷ୍ଟ ଜନ୍ମ ଜୟନ୍ତୀ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ ପାଇଁ ଅପେକ୍ଷା କରିଥାନ୍ତି ସଂଖ୍ୟା ଲଘୁ ଖ୍ରୀଷ୍ଟ ଧର୍ମାବଲମ୍ଭିର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ  I ହେଲେ ବଡ଼ଦିନରେ ବିଦ୍ୟାଳୟ ଚାଲୁ କରିବାର ନିର୍ଦ୍ଦେଶକୁ ନେଇ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅଭିଭାବକ ମତ ପ୍ରକାଶ କରିଥିଲେ I ଆମର ବଡ଼ ପର୍ବ ହେଉଛି ବଡ଼ଦିନ I ଆମର ପିଲା ପର୍ବ ପାଳନ କରିବେ ନା ବିଦ୍ୟାଳୟକୁ ଯିବେ I ଯଦି ବିଦ୍ୟାଳୟକୁ ଯିବେ ନାହିଁ ତା ହେଲେ ଆମ ପିଲାଙ୍କ ପାଠ ପଢା ନଷ୍ଟ ହେବI ଯଦି ଆମ ପିଲା ବିଦ୍ୟାଳୟକୁ ଯିବେ ନାହିଁ କାହାକୁ ନେଇ ପାଠପଢା ହେବ I ଏହା କାହା ସ୍ୱାର୍ଥରେ ବୋଲି ଅଭିଭାବକ ପ୍ରଶ୍ନ ପ୍ରତିକ୍ରିୟା ଦେଇ ଥିଲେ  I ବର୍ତ୍ତମାନ ଜ଼ିଲ୍ଲାରେ 205 ବିଦ୍ୟାଳୟରେ ପ୍ରାୟ 10,000 ଛାତ୍ରଛାତ୍ରଙ୍କ ମଧ୍ୟରେ ଅଧିକାଂଶ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଛାତ୍ରଛାତ୍ରୀ  ଅଧ୍ୟାୟନ କରୁଛନ୍ତି I ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ  ମତାମତ ନେଇ ଥିଲେ I 17 ତାରିଖରେ ଅନୁଷ୍ଠିତ ଶୋଭାରେ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ନିଷ୍ପତି କ୍ରମେ ବଡ଼ଦିନରେ ବିଦ୍ୟାଳୟ ଖୋଲା ରଖିବା ପାଇଁ ସିଦ୍ଧାନ୍ତ ହୋଇଛି I ସଂଖ୍ୟା ଲଘୁ ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ବାଧ୍ୟତା ମୂଳକନୁହେଁ I ଜ଼ିଲ୍ଲାରେ 32% ତଳକୁ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ  ଉତୀର୍ଣ୍ଣ ନିମନ୍ତେ ଏହି ପଦକ୍ଷେପ I ବହୁତ ଦିନ ପୂର୍ବେ ଜ଼ିଲ୍ଲାପାଳ ଦ୍ୱାରା ଏହାକୁ ନେଇ ନିଷ୍ପତି ହୋଇଥିଲା I ଏହି ବର୍ଷର କୋର୍ସ ସରିଯାଇଛି I ଏହା ଖାଲି ରିଭିୟୁ କ୍ଲାସ ହେବ ବୋଲି କନ୍ଧମାଳ ଜ଼ିଲ୍ଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଥିଲେ I ଛୁଟିବାତିଲ ପ୍ରତ୍ୟହୃତ ସମ୍ପର୍କରେ ଜ଼ିଲ୍ଲା ଶିକ୍ଷାଧିକାରିଆଙ୍କ ମତାମତ ଆମ ଜ଼ିଲ୍ଲା ପ୍ରତିନିଧି ଗ୍ରହଣ କରି ଥିଲେ I "ଆମର କାହାର ଧର୍ମୀୟ ଭାବନାକୁ ଆଘାତ କରିବାର ଉଦେଶ୍ୟ ନଥିଲା I ଆମ ପକ୍ଷରୁ ଛୁଟି ବାତିଲର ଚିଠି ପ୍ରକାଶ ପରେ ବିଭିନ୍ନ ମହଲରୁ ବିରୋଧ କରାଗଲା I ତେଣୁ ଏହି ଚିଠିକୁ ପୁଣି ପ୍ରତ୍ୟାହାର  କରାଗଲା ବୋଲି ଜ଼ିଲ୍ଲା ଶିକ୍ଷାଧିକାରୀ "ଶାସକ ପ୍ରଶାସକ" ର ସାମ୍ବାଦିକ ଗଗନ କୁମାର ପ୍ରଧାନଙ୍କୁ ସୂଚନା ଦେଇଛନ୍ତି I

(click bellow to read related news : )

ବଡ଼ଦିନ ଛୁଟି ବାତିଲ କଲା ପ୍ରଶାସନ

0
0
0
s2sdefault