ହେଡଲାଇନସ୍:

ବଡ଼ଦିନ ଛୁଟି ବାତିଲ କଲା ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କନ୍ଧମାଳ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ବଡ଼ ପଦକ୍ଷେପ : ଏଣିକି ବଡ଼ ଦିନରେ ବିଦ୍ୟାଳୟରେ ଚାଲିବ ପାଠପଢା 

ଘୁଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ବଡ଼ ପଦକ୍ଷେପ I ଏଣିକି ବଡ଼ ଦିନରେ ମଧ୍ୟ ବିଦ୍ୟାଳୟରେ ହେବ ପାଠପଢା I ଜ଼ିଲ୍ଲା ଶିକ୍ଷାଧିକାରିଙ୍କ ଦ୍ୱାରା ଏହି ବିଜ୍ଞପ୍ତି ପ୍ରକାଶ ପରେ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ନିରାଶା ସୃଷ୍ଟି କରିଛି  I ଏହାକୁ ନେଇ ଖ୍ରୀଷ୍ଟିଆନ ସଂଖ୍ୟା ଲଘୁଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି I ଡ଼ିସେମ୍ବର ମାସ 25 ତାତିଖରେ ଖ୍ରୀଷ୍ଟ ଜନ୍ମ ଜୟନ୍ତୀ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ ପାଇଁ ଅପେକ୍ଷା କରିଥାନ୍ତି ସଂଖ୍ୟା ଲଘୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ  I ହେଲେ ବଡ଼ଦିନରେ ବିଦ୍ୟାଳୟ ଚାଲୁ କରିବାର ନିର୍ଦ୍ଦେଶକୁ ନେଇ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅଭିଭାବକ ମତ ପ୍ରକାଶ କରିଛନ୍ତି I 

ସେମାନଙ୍କ କହିବା କଥା ହେଲା, "ଆମର ବଡ଼ ପର୍ବ ହେଉଛି ବଡ଼ଦିନ I ଆମର ପିଲା ପର୍ବ ପାଳନ କରିବେ ନା ବିଦ୍ୟାଳୟକୁ ଯିବେ I ଯଦି ବିଦ୍ୟାଳୟକୁ ଯିବେ ନାହିଁ ତା ହେଲେ ଆମ ପିଲାଙ୍କ ପାଠ ପଢା ନଷ୍ଟ ହେବI ଯଦି ଆମ ପିଲା ବିଦ୍ୟାଳୟକୁ ଯିବେ ନାହିଁ କାହାକୁ ନେଇ ପାଠପଢା ହେବ |  ଏହା କାହା ସ୍ୱାର୍ଥରେ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି I ସୂଚନା ଥାଉକି, ବର୍ତ୍ତମାନ ଜ଼ିଲ୍ଲାରେ 205 ବିଦ୍ୟାଳୟରେ ପ୍ରାୟ 10,000 ଛାତ୍ରଛାତ୍ରଙ୍କ ମଧ୍ୟରେ ଅଧିକାଂଶ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଛାତ୍ରଛାତ୍ରୀ  ଅଧ୍ୟାୟନ କରୁଛନ୍ତି I ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ  ମତାମତ ନେଇ ଥିଲେ I 17 ତାରିଖରେ ଅନୁଷ୍ଠିତ ବୈଠକରେ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ନିଷ୍ପତି କ୍ରମେ ବଡ଼ଦିନରେ ବିଦ୍ୟାଳୟ ଖୋଲା ରଖିବା ପାଇଁ ସିଦ୍ଧାନ୍ତ ହୋଇଛି I ସଂଖ୍ୟା ଲଘୁ ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ବାଧ୍ୟତା ମୂଳକନୁହେଁ I ଜ଼ିଲ୍ଲାରେ 32% ତଳକୁ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ  ଉତୀର୍ଣ୍ଣ ନିମନ୍ତେ ଏହି ପଦକ୍ଷେପ I 

ବହୁତ ଦିନ ପୂର୍ବେ ଜ଼ିଲ୍ଲାପାଳଙ୍କ  ଦ୍ୱାରା ଏହାକୁ ନେଇ ନିଷ୍ପତି ହୋଇଥିଲା I ଏହି ବର୍ଷର କୋର୍ସ ସରିଯାଇଛି I ଏହା ଖାଲି ରିଭିୟୁ କ୍ଲାସ ହେବ ବୋଲି କନ୍ଧମାଳ ଜ଼ିଲ୍ଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ "ଶାସକ ପ୍ରଶାସକ" ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି I ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ନିଷ୍ପତି ଜ଼ିଲ୍ଲାର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ମାନସିକ ଭାବରେ ଚାପଗ୍ରସ୍ଥ  ସହ ସେମାନଙ୍କ ଧର୍ମୀୟ ଭାବନା ପ୍ରତି ଶକ୍ତ ପ୍ରଶାସନିକ ଆଘାତ ବୋଲି କିଛି  ଅଭିଭାବକ ମତପ୍ରକାଶ କରିଛନ୍ତି I ସଂଖ୍ୟାଲଘୁଙ୍କୁ ଅଧିକାର ଏବଂ ସଂମ୍ମାନ ଦେବା ସକାଶେ ବଡ଼ଦିନ ପର୍ବ  ଛୁଟି ପ୍ରଦାନ ପାଇଁ ସଂଖ୍ୟାଲଘୁଙ୍କପକ୍ଷରୁ ଦାବି ହେଉଛି I

0
0
0
s2sdefault