ନୋଟା ତଳେ ଅଛନ୍ତି ୧୦ ପ୍ରାର୍ଥୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କଲେ ଫଳ 

ଭୁବନେଶ୍ୱର,: ବିଜେପୁର ଉପନିର୍ବାଚନରେ ଭୋଟଗଣତି ପରେ ଫଳ ଘୋଷଣା କରାଯାଇଛିା ଏହି ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ରୀତା ସାହୁ ୧୦୨୮୭୧ ଭୋଟ ପାଇ ବିଜୟିନୀ ହୋଇଛନ୍ତିା ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଅଶୋକ କୁମାର ପାଣିଗ୍ରାହୀଙ୍କଠାରୁ ୪୧୯୩୨ ଅଧିକ ଭୋଟ ପାଇଛନ୍ତିା ବିଜେପିର ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ଏହି ଉପନିର୍ବାଚନରେ ୬୦୯୩୯ଟି ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ଅଛନ୍ତିା

ହେଲେନୋଟା ତଳେ ୧୦ଜଣ ପ୍ରାଥୀ ରହିଥିବା ଜଣ ପଡିଛି | ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପ୍ରଣୟ କୁମାର ସାହୁ ୧୦୨୭୪, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ଦେବହରି ହର୍ପାଲ ୯୦୫ ଖଣ୍ଡ, ଆମ୍ବେଦକରାଇଟ୍ ପାର୍ଟି ଅଫ୍ଇଣ୍ଡିଆର ପୂର୍ଣ୍ଣଚନ୍ଦ୍ର ପାଇକ ୯୪୧, ପ୍ରୋଟିଷ୍ଟ ବ୍ଲକ୍ ଇଣ୍ଡିଆର ଯୁଗଳ କିଶୋର ସାହୁ ୨୯୮, ସ୍ୱାଧୀନ ପ୍ରାର୍ଥୀ କୁବେରଜାଲ ଯାଦବ ୫୦୬, ଚୂଡ଼ାମଣି କେଶରୀ ୫୪୩, ଜେହେରୁ ବାଗ୍ ୩୨୨, ଦେବାର୍ଚ୍ଚନ ନାୟକ ୩୫୨, ପ୍ରମୋଦ କୁମାର ଛତର ୪୫୬, ରଥ ଖାଲ୍କୋ ୯୮୧, ରାଜେନ୍ଦ୍ର ପୁରୋହିତ ୬୪୪ ଖଣ୍ଡ ଭୋଟି ପାଇଥିବାବାବେଳେ ନୋଟାରେ ୧୬୮୪ ଖଣ୍ଡ ଭୋଟ ପଡ଼ିଛିା ଆଜି ସମସ୍ତ ୨୧ ରାଉଣ୍ଡ ଭୋଟ ଗଣତି ସମାପ୍ତ ହୋଇଛିା ଗତ ୨୪ ତାରିଖରେ ଏହି ଉପନିର୍ବାଚନ ପାଇଁ ହୋଇଧିବା ଭୋଟ ଗ୍ରହଣରେ ୧୮୧୭୧୬ ଜଣ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ |

0
0
0
s2sdefault