ହେଡଲାଇନସ୍:

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ "କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଝାମଣା ପତ୍ର ସ୍ୱାକ୍ଷରିତ: ରାଜ୍ୟ ସରକାରଙ୍କ ପକ୍ଷରୁ ୩.୬ କୋଟି ଟଙ୍କା ପ୍ରଦାନ

28-02-18-culture.jpg - 164.76 kB

ଭୁବନେଶ୍ୱର:  ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର, ପ୍ରସାର ଓ ଗବେଷଣା ନିମନ୍ତେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଓଡ଼ିଆ ଚେୟାର୍ ପ୍ରତିଷ୍ଠା ହେବ । ଆଜି ପୂର୍ବାହ୍ନରେ ବନାରସଠାରେ ଏହି ମର୍ମରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳ ସଚିବ ଡ଼.ନୀରଜ ତ୍ରିପାଠୀ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଓଡ଼ିଶା ସରକାର ଏହି ଚେୟାର୍ ପ୍ରତିଷ୍ଠା ପାଇଁ ୩.୬କୋଟି ଟଙ୍କା ପ୍ରଦାନ କରିଛନ୍ତି । ଚେୟାରଟିକୁ ଓଡ଼ିଆ ଭାଷା ସାହିତ୍ୟର ମହାନ ସାଧକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ କରାଯାଇଛି ।

ଓଡ଼ିଆ ଭାଷାର ଅଧ୍ୟୟନ ଓ ଗବେଷଣା ଏବଂ ଏହାର ସାଂସ୍କୃତିକ ପରମ୍ପରାକୁ ଅନ୍ୟ ବିଶ୍ୱବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନରେ ପ୍ରସାର କରିବା, ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଓ ଗବେଷଣା ପାଇଁ ଉତ୍ସାହିତ କରିବା, ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତି-ଲୋକପ୍ରଥା-ପ୍ରନ#ତାତ୍ତ୍ୱିକ ବିଭବ ବାବଦରେ ଗବେଷଣା କରିବା ଏବଂ ଅଣ- ଓଡ଼ିଆ ଭାଷାଭାଷୀଙ୍କ ପାଖକୁ ଓଡ଼ିଆ ସାହିତ୍ୟର ଇତିହାସ ଓ ଲୋକପ୍ରଥାକୁ ପହଞ୍ଚାଇବା ଲକ୍ଷ୍ୟରେ ଏପରି ଚେୟାର୍ପ୍ର ତିଷ୍ଠା କରାଯାଇଛି ।

ଆଜିର ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବରିଷ୍ଠ ପଦାଧିକାରୀ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବାରାଣସେୟ ଉତ୍କଳ ସମାଜ ତରଫରୁ ପ୍ରଫେସର ତ୍ରିଭୁବନ ମୋହନ ମହାପାତ୍ର, ପ୍ରଫେସର ବିମଳ କିଶୋର ପଣ୍ଡା, ପ୍ରଫେସର ପ୍ରଦୋଷ ମିଶ୍ର, ପ୍ରଫେସର ଗୋପବନ୍ଧୁ ମିଶ୍ର, ପ୍ରଫେସର କଲ୍ୟାଣ ଘଡେ଼ଇ ଓ ଡ଼. ଅମୀୟ କୁମାର ସାମଲ ଆଦି ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମାର୍ଚ୍ଚ ମାସରେ ଓଡ଼ିଆ ଭାଷାକୁ ଏକ ଶାସ୍ତ୍ରୀୟ ଭାଷା ଭାବରେ ଭାରତ ସରକାର ମାନ୍ୟତା ପ୍ରଦାନ କରିଥିଲେ । ଗତବର୍ଷ ଡ଼ିସେମ୍ବର ମାସରେ ପୁରୀଠାରେ ସ୍ୱତନ୍ତ୍ର କ୍ୟାବିନେଟ୍  ବସି ସଂସ୍କୃତି ବିଭାଗ ନାମ ପରିବର୍ତ୍ତନ କରାଯାଇ ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନାମରେ ନାମିତ କରାଯାଇଥିଲା । ସେହିପରି ଗତବର୍ଷ ଫେବୃଆରୀ ୨୨ ତାରିଖରେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଆଦି କବି ସାରଳା ଦାସଙ୍କ ନାମରେ ଚେୟାର ପ୍ରତିଷ୍ଠା କରାଯାଇଥିଲା । ରାଜ୍ୟ ସରକାର ଏଥ#ପାଇଁ ୫ କୋଟି ଟଙ୍କା ପ୍ରଦାନ କରିଥିଲେ । ଏପରି ଚେୟାର ପ୍ରତିଷ୍ଠା ଫଳରେ ମର୍ଯ୍ୟାଦାବନ୍ତ ଓଡ଼ିଆ ଭାଷା ବିଶ୍ୱସ୍ତରୀୟ ହେବ ବୋଲି ବୁଦ୍ଧିଜୀବୀ ଓ ସାହିତି୍ୟକ ମହଲରେ ଆନନ୍ଦ ପ୍ରକାଶ ପାଇବା ସହିତ ଓଡ଼ିଅ ଭାଷାର ଭବିଷ୍ୟତ ନିମନ୍ତେ ଆଉ ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ି ହେଲା ବୋଲି ମତପ୍ରକାଶ ପାଇଛି ।

0
0
0
s2sdefault