ହେଡଲାଇନସ୍:

ପୂର୍ବପରି କେନ୍ଦ୍ର ସରକାର ପିଏମଜିଏସୱାଇର ପ୍ରକଳ୍ପରେ ଶତପ୍ରତିଶତ କେନ୍ଦ୍ରୀୟ ସହାୟତା ଦିଅନ୍ତୁ : ମନ୍ତ୍ରୀ ଶ୍ରୀ ଆରୁଖ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଓଡିଶାର ଦାବି 

 

 28-02-18-rd.jpg - 612.76 kB

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମଜିଏସୱାଇ) ପ୍ରକଳ୍ପ ପାଇଁ ପୂର୍ବରୁ କେନ୍ଦ୍ର ସରକାର ଶତ ପ୍ରତିଶତ ସହାୟତା ପ୍ରଦାନ କରୁଥିଲୋ ୨୦୧୫-୧୬ ପରଠାରୁ ଏହାକୁ କମାଯାଇ କେନ୍ଦ୍ର ସରକାର ପ୍ରକଳ୍ପ ଖର୍ଚ୍ଚର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଯୋଗାଉଛନ୍ତିା ଏହି ନିଷ୍ପତ୍ତି ଯୋଗୁଁ ଓଡ଼ିଶା ଭଳି ବିକାଶଶୀଳ ରାଜ୍ୟ କ୍ଷତି ସହୁଛିା ତେଣୁ ପୂର୍ବପରି ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ମିଳୁ ବୋଲି ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ସୂଚନା ଓ ଲୋକସଂପର୍କ ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ତୋମାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତିା

ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ପିଏମ୍ଜିଏସ୍ଓ୍ୱାଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ଏଥିରେ ବିଭିନ୍ନ ରାଜ୍ୟର ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀମାନେ ଯୋଗଦେଇ ନିଜ ରାଜ୍ୟର ପିଏମଜିଏସୱାଇ ସ୍ଥିତି, ଅଗ୍ରଗତି ଓ କାର୍ଯ୍ୟକାରୀ ହେବା ସମୟରେ ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଆରୁଖ ଏହି ସମୀକ୍ଷା ବୈଠକରେ ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୧୫-୧୬ ପୂର୍ବରୁ ମଞ୍ଜୁର ହୋଇଥିବା ଏବଂ ଏପର୍ଯ୍ୟନ୍ତ ଅସମାପ୍ତ ଥିବା ପ୍ରକଳ୍ପ ଖର୍ଚ୍ଚର ଶତ ପ୍ରତିଶତ କେନ୍ଦ୍ର ସରକାର ବହନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ରାଜ୍ୟ ସରକାର ସମୁଦାୟ ପ୍ରକଳ୍ପ ଖର୍ଚ୍ଚର ୮ ପ୍ରତିଶତ ରାଶି ବାର୍ଷିକ ସାମୟିକ ରକ୍ଷଣାବେକ୍ଷଣ କାର୍ଯ୍ୟ ବାବଦରେ ବହନ କରୁଛନ୍ତିା ଏହି ବାର୍ଷିକ ସାମୟିକ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ଓ ନିର୍ମାଣ ସମାପ୍ତ ହେବାର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଖର୍ଚ୍ଚର ୬୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବା ଜରୁରୀା

ରାଜ୍ୟର ୧୮ଟି ଆଇଏପି ଜିଲ୍ଲା ଆଦିବାସୀବହୁଳ । ଏଗୁଡ଼ିକୁ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଗେ ସଂଯୁକ୍ତ କରିବା ପାଇଁ ପିଏମଜିଏସୱାଇ ସର୍ତ୍ତାବଳୀକୁ କୋହଳ କରାଯାଇ ୨୫୦ ଜନସଂଖ୍ୟାରୁ କମାଇ ୧୦୦ ଜନସଂଖ୍ୟା ବିଶିଷ୍ଟ ଜନବସତିକୁ ଯୋଗ୍ୟ ବିବେଚିତ କରି ରାସ୍ତା ସଂଯୋଗୀକରଣ କରାଯିବା ଓ ୩୮ଟି ଏଲ୍ଡବ୍ଲ&ୁ୍ୟଇ ବ୍ଲକ୍ଗୁଡ଼ିକୁ ରାସ୍ତା ଉନ୍ନତିକରଣରେ ଅନ୍ତର୍ଭୁକ୍ତ କରାଯିବା ଦରକାରା ୨୦୦୧ରେ ପିଏମଜିଏସୱାଇ ପ୍ରକଳ୍ପ ପାଇଁ କୋର୍ ନେଟ୍ଓ୍ୱାର୍କ ପ୍ରସ୍ତୁତ କରାଯାଇଥିଲାା ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ଏହି କୋର୍ ନେଟ୍ଓ୍ୱାର୍କ ସଂଶୋଧିତ ହେବା ଜରୁରୀ ଯାହା ଫଳରେ ବହୁ ଅଥିକ ଜନବସତିକୁ ପିଏମଜିଏସୱାଇରେ ଅନ୍ତର୍ଭୁକ୍ତ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାରଙ୍କ ନିକଟରେ ଦାବି କରିଥିଲୋ 

ମନ୍ତ୍ରୀ ଶ୍ରୀ ଆରୁଖ ଓଡ଼ିଶାରେ ପିଏମଜିଏସୱାଇର ଅଗ୍ରଗତି ସଂପର୍କରେ ସୂଚନା ଦେଇ କହିଲେ ଯେ ୨୦୦୦ ମସିହାରେ ପିଏମ୍ଜିଏସ୍ଓ୍ୱାଇ ଆରମ୍ଭ ହେବା ପରଠାରୁ ୨୦୧୭-୧୮ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ୬୦,୫୯୪ କିମି ରାସ୍ତା ଓ ୪୯୬ଟି ପୋଲ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତିା ଫେବୃଆରୀ ୨୦୧୮ ପର୍ଯ୍ୟନ୍ତ ୧୮,୯୬୦ କୋଟି ଟଙ୍କା ବ୍ୟୟ କରାଯାଇ ୪୪,୩୪୨ କିମି ରାସ୍ତା ଓ ୨୧୪ଟି ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ଓ ୧୫,୯୬୨ଟି ଜନବସତିକୁ ରାଜ୍ୟ ସରକାର ସଂଯୁକ୍ତ କରିପାରିଛନ୍ତିା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କାର୍ଯ୍ୟ କରାଯାଇ ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛିା ବିଗତ ତିନି ବର୍ଷ ମଧ୍ୟରେ (୨୦୧୪-୧୫ରୁ ୨୦୧୬-୧୭ ପର୍ଯ୍ୟନ୍ତ) ୫,୪୬୭ କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ ୧୩,୮୭୩ କି.ମି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ କରାଯାଇଛିା ଏଥିରେ କେନ୍ଦ୍ରୀୟ ସହାୟତା ୩୨୮୦ କୋଟି ଟଙ୍କା ଓ ରାଜ୍ୟର ଅବଦାନ ୨୧୮୨ କୋଟି ଟଙ୍କା ରହିଛିା ୨୦୧୭-୧୮ ବର୍ଷରେ ୨୦୦୬ କୋଟି ଟଙ୍କା ବ୍ୟୟରେ ୪୫୫୩ କିମି ରାସ୍ତା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛିା ଚଳିତ ଆର୍ଥିକ ବର୍ଷରେ ୨୪୪୭ କିମି ଓ ୨୦୧୮-୧୯ ଶେଷସୁଦ୍ଧା ୧୩,୮୦୫ କି.ମି ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯାଇଛିା

 

୨୦୧୬-୧୭ ବର୍ଷରେ ରାସ୍ତା ନିର୍ମାଣ, ନୂତନ ଜ୍ଞାନକୌଶଳର ଉପଯୋଗ ଓ ଜନବସତିକୁ ସଂଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ହୋଇ କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥ#ଲାା ଏହି ବର୍ଷ ୪୫୫୩ କିମି ରାସ୍ତା ନିର୍ମାଣ କରି ଆମ ରାଜ୍ୟ ଦେଶରେ ଅଗ୍ରଣୀ ହୋଇଥିଲାା ସବୁଜ ଜ୍ଞାନକୌଶଳ ଉପଯୋଗ କରି ୫୭୯୩ କିମି ରାସ୍ତା ନିର୍ମାଣ କରିବା ପାଇଁ ଓଡ଼ିଶା ଲକ୍ଷ୍ୟ ରଖୀଛିା ପିଏମଜିଏସୱାଇର ନିର୍ମାଣ କାର୍ଯ୍ୟ ୨୦୨୨ ମସିହା ବଦଳରେ ୨୦୧୯ ମସିହା ସୁଦ୍ଧା ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତିା ସେଥିପାଇଁ ଓଡ଼ିଶା ସରକାର ପ୍ରକଳ୍ପ କାର୍ଯ୍ୟକାରୀ ୟୁନିଟ୍ ଗୁଡିକ  ଚଳଚଞ୍ଚଳ କରି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତିା ଦୈନନ୍ଦିନ ହିସାବରେ ନିର୍ମାଣ କାର୍ଯ୍ୟର ତଦାରଖ କରିବା, ଜାତୀୟ ସେତୁ ନିର୍ମାଣ ନିଗମ ଓ ବି୍ରଜ୍ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ନିର୍ମାଣ ସଂସ୍ଥାକୁ ନିୟୋଜିତ କରି ଅତିରିକ୍ତ ନିର୍ମାଣ କାର୍ଯ୍ୟ କରିବା, ଉଚ୍ଚାଧିକାରୀମାନଙ୍କ ନିୟମିତ କ୍ଷେତ୍ର ପରିଦର୍ଶନ ଓ ପ୍ରକଳ୍ପ କାର୍ଯ୍ୟକାରୀ ୟୁନିଟ୍ ଗୁଡିକ  ମଧ୍ୟରେ ନିର୍ମାଣ କାର୍ଯ୍ୟର ସନ୍ତୁଳିତ ପୁନଃବଣ୍ଟନ କରିବା ଦ୍ୱାରା ଆମ ରାଜ୍ୟ ୨୦୧୯ ମସିହା ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିପାରିବ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଆରୁଖ ଦୃଢେ଼ାକ୍ତି କରିଥିଲୋ

ଏହି ବୈଠକରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ, ରଜା୍ୟ ଗ୍ରାମ୍ୟ ଉନ୍ନୟନ ସଚିବ ବିଷ୍ଣୁପଦ ସେଠୀ, ସର୍ବୋଚ୍ଚ ଯନ୍ତ୍ରୀ ଜଗନ୍ନାଥ ପଟେଲ୍, ମୁଖ୍ୟଯନ୍ତ୍ରୀ (ପିଏମଜିଏସୱାଇ) ପ୍ରମୁଖ ଉପସ୍ଥିତ ଥିଲୋ

 

0
0
0
s2sdefault