ହେଡଲାଇନସ୍:

ସନ୍ଦେହର କୁହେଳି ଭିତରେ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିର ହତ୍ୟା ରହସ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୋକଲୋଚନକୁ ଆଣିବା ପାଇଁ ଆଦିବାସୀ ମହାସଙ୍ଘ ତରଫରୁ  ରଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବୀ ପତ୍ର 

 ରାୟଗଡା(ସରୋଜ ସାହୁ)– ଦୀର୍ଘ ୯ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ  ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିର ହତ୍ୟା ରହସ୍ୟ ଲୋକଲୋଚନକୁ ଆସିପାରି ନାହିଁ । ଏ ନେଇ ଆଜି ରାୟଗଡ ଜିଲ୍ଲା ଆଦିବାସୀ ମହାସଂଘ ତରଫରୁ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ଏବଂ ପୁରୁଷ ଏକତ୍ରୀତ ହୋଇ ଏକ ର୍ୟାଲିରେ ଆସି ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଡିିସେମ୍ବର ୨୦୧୦ ତାରିଖରେ ଭାଗିରଥି ମାଣ୍ଡାଙ୍ଗିର  ମା ମଝିଘରିଆଣୀ ମନ୍ଦିରରୁ ନିଖୋଜ ହୋଇଥିଲେ । ନିଖୋଜ ହେବାର ୩ ଦିନରେ ଭାଗିରଥି ମାଣ୍ଡାଙ୍ଗିର ଗଳିତ ଶବ ଓଡିଶା-ଆନ୍ଧ୍ରପ୍ରଦେଶର ସୀମାନ୍ତ ନାଗାବଳୀ ନଦୀ ପଠାରୁ ଉଦ୍ଧାର ହୋଇଥିଲେ । ଏ ନେଇ ପରିବାର ପକ୍ଷରୁ ରାୟଗଡ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତି କରି ରାୟଗଡ ପୋଲିସ ୨୦୮/୨୦୧୦ ପ୍ରକାରେ ତଦନ୍ତ ଆରମ୍ଭ କରିଥିଲେ । ୧ ବର୍ଷ ତଦନ୍ତ ପରେ ରାୟଗଡ ପୋଲିସକୁ ଭାଗିରଥି ମାଣ୍ଡାଙ୍ଗି ହତ୍ୟାକାଣ୍ଡର କୌଣସି ସୁରାକ ନ ନିଳିବାରୁ ୨୦୧୧ ମସିହାରେ କ୍ରାଇମବ୍ରାଂଚକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଂଚ  ୧୦/୨୦୧୧ ପ୍ରକାରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ବର୍ତମାନ ସୁଦ୍ଧା ଭାଗରଥି ମାଣ୍ଡାଙ୍ଗି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରିନଥିଲା । ଭାଗିରଥି ମାଣ୍ଡାଙ୍ଗି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ନିମନ୍ତେ ସିବିଆଇକୁ ଦାୟିତ୍ୱ ଦିଆଯାଉ ବୋଲି ଭାଗିରଥିର ପରିବାର ଏବଂ ଜିଲ୍ଲା ଆଦିବାସୀ ମହାସଂଘ ଦାବୀ କରିଛି ।  ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଜିଲ୍ଲା ଆଦିବାସୀ ସଂଘ ତରଫରୁ ପ୍ରଦାନ କରାଯାଇଥିବା ଦାବୀ ପତ୍ର ରାୟଗଡ ଏସଡିପିଓ ତପନ ନାରାୟଣ ରଥ  ଗ୍ରହଣ କରିଥିଲେ । ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ଆଦିବାସୀ ମହାସଂଘ ଆବାହକ ତଥା ଉପ-ସଭାପତି ବସନ୍ତ ଉଲ୍ଲାକ, ସଂପାଦକ ଜଗନ୍ନାଥ ମାଣ୍ଡାଙ୍ଗି, ଆଦିବାସୀ ନେତା ଆପଲସ୍ୱାମୀ କାଡ୍ରାକା, କାଳିରାମ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।   

0
0
0
s2sdefault